ଓଡ଼ିଶା ୟୁନିଫର୍ମଡ୍ ସର୍ଭିସେସ୍ ଷ୍ଟାଫ୍ ସିଲେକ୍ସନ୍ କମିଶନ୍ (OUSSSC) ଦ୍ୱାରା ୭,୨୬୮ ପଦବୀ ପାଇଁ ନିଯୁକ୍ତି
ଓଡ଼ିଶା ୟୁନିଫର୍ମଡ୍ ସର୍ଭିସେସ୍ ଷ୍ଟାଫ୍ ସିଲେକ୍ସନ୍ କମିଶନ୍ (OUSSSC) ଦ୍ୱାରା ୭,୨୬୮ ପଦବୀ ପାଇଁ ନିଯୁକ୍ତି l ବିଜ୍ଞପ୍ତିସଂଯୁକ୍ତ ୟୁନିଫର୍ମଡ୍ ସର୍ଭିସେସ୍ ପରୀକ୍ଷା ୨୦୨୬ ଅଧୀନରେ ବୃହତ୍ ନିଯୁକ୍ତିଭୁବନେଶ୍ୱର, ୨୩ ଅକ୍ଟୋବର, ୨୦୨୬:ଓଡ଼ିଶା ୟୁନିଫର୍ମଡ୍ ସର୍ଭିସେସ୍ ଷ୍ଟାଫ୍ ସିଲେକ୍ସନ୍ କମିଶନ୍ (OUSSSC) ଦ୍ୱାରା ‘ସଂଯୁକ୍ତ ୟୁନିଫର୍ମଡ୍ ସର୍ଭିସେସ୍ (ସ୍ନାତକ ସ୍ତରରୁ କମ୍) ପରୀକ୍ଷା, ୨୦୨୬’ ଅଧୀନରେ ୭,୨୬୮ ଟି ପଦବୀ ପାଇଁ ବିସ୍ତୃତ ବିଜ୍ଞାପନ ପ୍ରକାଶିତ ହୋଇଛି।ବିଜ୍ଞାପନ ସଂଖ୍ୟା 01-CRE-2026/OUSSSC (ତାରିଖ: ୨୩.୧୦.୨୦୨୬) ଅନୁସାରେ, କନଷ୍ଟେବଲ୍ (ସିଭିଲ୍), କନଷ୍ଟେବଲ୍ (କମ୍ୟୁନିକେସନ୍), କନଷ୍ଟେବଲ୍ (OISF), ଫାୟାରଫାଇଟର୍, ଫାୟାରଫାଇଟିଂ ଡ୍ରାଇଭର୍, ଡ୍ରାଇଭର୍ PMT ଏବଂ ଟ୍ରାଫିକ୍ କନଷ୍ଟେବଲ୍ ପଦବୀଗୁଡ଼ିକ ପାଇଁ ଏହି ନିଯୁକ୍ତି ପ୍ରକ୍ରିୟା ପରିଚାଳିତ ହେବ।ଯୋଗ୍ୟ ପ୍ରାର୍ଥୀମାନଙ୍କୁ ପଦବୀ ସଂଖ୍ୟା, ଯୋଗ୍ୟତା ମାପଦଣ୍ଡ, ପରୀକ୍ଷା ପ୍ରଣାଳୀ ଏବଂ ଅନଲାଇନ୍ ପଞ୍ଜୀକରଣ ଓ ଆବେଦନ ପତ୍ର ଦାଖଲର ସମୟସୂଚୀ ବିଷୟରେ ବିସ୍ତୃତ ସୂଚନା ପାଇଁ କମିଶନଙ୍କ ଅଫିସିଆଲ୍ ୱେବସାଇଟ୍ https://ousssc.odisha.gov.in ପରିଦର୍ଶନ କରିବାକୁ ପରାମର୍ଶ ଦିଆଯାଉଛି।ପଠାଣି ରାଉତଜନସମ୍ପର୍କ ଅଧିକାରୀ (PRO)
