କେଗାଁ ଥାନାରେ ନୂତନ ଥାନା ଅଧିକାରୀଙ୍କ ଯୋଗଦାନ
କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ କେଗାଁ ଥାନାରେ ନୂତନ ଥାନା ଅଧିକାରୀ ଭାବରେ ମୁକୁନ୍ଦ ନାଏକ ଯୋଗଦାନ କରିଛନ୍ତି । କେଗାଁ ଥାନା ଅଧିକାରୀ ପ୍ରଶାନ୍ତ କୋଲ୍ଲୋହରସଙ୍କ ନବରଙ୍ଗପୁର ଜିଲ୍ଲା ବଦଳି ପରେ ଏହି ପଦବୀ ଖାଲି ପଡିଥିଲା ବେଳେ ଗତକାଲି ଶ୍ରୀ ନାଏକ ନୂତନ ଥାନା ଅଧିକାରୀ ଭାବରେ ଯୋଗଦାନ କରିଛନ୍ତି । ରାତ୍ରିକାଳୀନ ପେଟ୍ରୋଲିଂ କଡାକଡୀ କରାଯିବା ସଙ୍ଗେ ଶାନ୍ତି ଶୃଙ୍ଖଳା ବଜାୟ ରଖି ସମନ୍ୱୟ ରକ୍ଷା କରି ଜନସାଧାରଣଙ୍କ ଅଭିଯୋଗକୁ ଗୁରୁତ୍ୱ ଦେଇ ସମସ୍ତଙ୍କ ସହଯୋଗରେ କାମ କରିବି ବୋଲି ପ୍ରକାଶ କରିଥିଲେ ।
