କଉଡ଼ିଆ ସରକାରୀ ଉନ୍ନିତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ପୋଷାକ ବିତରଣ ଉତ୍ସବ ଅନୁଷ୍ଠିତ
ସାନଖେମୁଣ୍ଡି :- ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଳକ ଅନ୍ତର୍ଗତ କଙ୍କୋରଡା କ୍ଲଷ୍ଟର କଉଡ଼ିଆ ସରକାରୀ ଉନ୍ନିତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ବାଷିକ ପୋଷାକ ବିତରଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଶ୍ରୀ ରବି ବେହେରା ଙ୍କ ସଂଯୋଜନାରେ ଆୟୋଜିତ ଏହିକାଯ୍ୟକ୍ରମରେ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଅର୍ଜୁନ ଦଳେଇ ପୌରହିତ୍ୟକରିଥିବା ବେଳେ ମୁଖ୍ୟ ଅତିଥି ଭାବେ କଉଡ଼ିଆ ପଂଚାୟତ ସରପଞ୍ଚ ଶ୍ରୀମତୀ ଜୟନ୍ତୀ ଖୁଣ୍ଟିଆ, ସମ୍ମାନିୟ ଅଥିତି ଭାବେ ଜିଲ୍ଲାପରିଷଦ ଅମିନ ପ୍ରଧାନ, ସମିତି ସଭ୍ୟା ଉର୍ମିଳା ନାୟକ, ନାଏବ ସରପଞ୍ଚ ଜିଲୁ ପ୍ରଧାନ ଙ୍କ ସହ କ୍ଲଷ୍ଟର ସଂଯୋଜକ ଶିବରାମ ପ୍ରଧାନ ପ୍ରମୁଖ ମଞ୍ଚାସିନ ଥିଲେ । ବିଦ୍ୟାଳୟ ଛାତ୍ର ଛାତ୍ରୀଙ୍କ ଗହଣରେ ଗ୍ରାମର ବୁଦ୍ଧିଜୀବୀ ଏବଂ ଅଭିଭାବକ ମାନେ ଆୟୋଜିତ ଏହି ରଙ୍ଗାରଙ୍ଗ କାଯ୍ୟକ୍ରମରେ ମଞ୍ଚାସିନ ଅତିଥି ସମୂହ ଉପସ୍ଥିତ ଛାତ୍ର ଛାତ୍ରୀ ଙ୍କ ସରକାରୀ ଶିକ୍ଷା ବିଭାଗର ଏବଂ ବିଦ୍ୟାଳୟ ଭିତ୍ତି ଭୂମିରବିକାଶ ନେଇ ରହିବା ଅଭିମୁଖ୍ୟ କୁ ନେଇ ଅବତାରଣ କରିଥିଲେ । ସମ୍ମାନିତ ଅତିଥି ଜିଲ୍ଲାପରିଷ ଶ୍ରୀ ଅମିନ ପ୍ରଧାନ ଅଭିବ୍ୟକ୍ତିରେ ସରକାର ଙ୍କ ମୋ ସ୍କୁଲ ପରି ଯୋଜନା ଅନ୍ତର୍ଗତ ବିଦ୍ୟାଳୟ ରେ କରାଯାଇଥିବା ବିତିଭୂମି ବିକାଶ ଜନିତ କାଯ୍ୟକ୍ରମ ଏବଂ ଅନୁଦାନ ସମ୍ପର୍କ ରେ ଆଲୋଚନା କରିଥିଲେ । ଏହା ସହ ପଞ୍ଚାୟତ ସ୍ଥରରେ ପ୍ରାଥମିକ ଶିକ୍ଷା ଭିତ୍ତି ଭିମିକୁ ନେଇ ବିଦ୍ୟାଳୟ ପ୍ରତି ରହିଥିବା ଅନୁଦାନ ଏବଂ ବିନିଯୋଗୀତା ନେଇ ସରପଞ୍ଚ ଶ୍ରୀମତୀ ଜୟନ୍ତୀ ଖୁଣ୍ଟିଆ ନିଜ ମତାମତ ପ୍ରଦାନ କରିଥିଲେ । ଏହି ଅବସରରେ ବିଦ୍ୟାଳୟ ରେ ଶିକ୍ଷା ର ପ୍ରଥମ ଶ୍ରେଣୀ ରୁ ସପ୍ତମ ଶ୍ରେଣୀ ପଯ୍ୟନ୍ତ ମୋଟ ୨୫୫ ଛାତ୍ର ଛାତ୍ରୀ ଙ୍କୁ ଅତିଥିଙ୍କ ଦ୍ଵାରା ଚଳିତ ବର୍ଷ ର ପୋଷାକ ସହ ଜୋତା , ମୋଜା , କ୍ୟାପ ଆଦି ବଣ୍ଟନ କରାଯାଇଥିଲା । ଏହି କାଯ୍ୟକ୍ରମରେ ବିଦ୍ୟାଳୟ ର ସମସ୍ତ ଶିକ୍ଷକ, ଶିକ୍ଷତ୍ରୀ ଓ ଗ୍ରାମ ର ଯୁବଗୋଷ୍ଟି ମାନେ କାଯ୍ୟକ୍ରମ ରେ ସହଯୋଗ କରିଥିଲେ ।

