କନ୍ଧମାଳ ଜିଲ୍ଲା ସମିତି ସଭ୍ୟ /ସଭ୍ୟା ମହାସଂଘ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ
…କନ୍ଧମାଳ ଜିଲ୍ଲା ଟିକାବାଲି ବ୍ଲକର ବିଜୁ କଲ୍ୟାଣୀ ମଣ୍ଡପ ଗୁଟିଙ୍ଗିଆ ଠାରେ ଜିଲ୍ଲା ର 12 ଟି ବ୍ଲକର 159 ଗ୍ରାମପଞ୍ଚାୟତ ର ସମସ୍ତ ପଞ୍ଚାୟତ ସମିତି ସଭ୍ୟ /ସଭ୍ୟା ମାନଂକୁ ନେଇ ଏକ ଜିଲ୍ଲା ସ୍ତରୀୟ କାର୍ଯ୍ୟ କାରିଣୀ ବୈଠକ ଜିଲ୍ଲା ର ସଭାପତି ଶ୍ରୀ ଵଦୈନାଥ ବେହେରା,ସମ୍ପାଦକ ଶ୍ରୀ ଅଜିତ କୁମାର ସାହୁ ଙ୍କ ନେତୃତ୍ୱ ରେ ଅନୁଷ୍ଠିତ ହୋଇଛି. ଏହି ବୈଠକ ରେ ସମିତି ସଭ୍ୟ /ସଭ୍ୟା ମାନଂକୁ କାହିଁକି ପଞ୍ଚାୟତ ସମିତି କାର୍ଯ୍ୟାଳୟ ହେଉ କିମ୍ବା ଗ୍ରାମପଞ୍ଚାୟତ କାର୍ଯ୍ୟାଳୟରେ ରେ ଅଣଦେଖା କରାଯାଇଛି, ଯେମିତି କି ପଂଚାୟତ ର ଜି. ପି.ଡି.ପି. ପ୍ଲାନ ହେଉ ଅବା ପଞ୍ଚାୟତ ର ସାମୁହିକ ବିକାଶ କାର୍ଯ୍ୟକ୍ରମ ରେ ସମିତି ମେମ୍ବର ମାନଂକୁ ପାତର ଅନ୍ତର କରିବା ସହିତ, ବ୍ଲକର ବି. ଡି. ଓ. ଚେୟାରମ୍ୟାନ,ପଞ୍ଚାୟତ କାର୍ଯ୍ୟନିର୍ବାହି ଅଧିକାରୀ,ଏବଂ ଜେଇ, ମାନଙ୍କ ମଧୁଚନ୍ଦ୍ରିକା ଯୋଗୁଁ ସମିତି ମେମ୍ବର ମାନଂକୁ ପ୍ରତି କ୍ଷେତ୍ରରେ ଅଣଦେଖା କରୁଥିବା ର ଅନୁମେୟ କରି, ଜିଲ୍ଲା ସଭାପତି କ୍ଷଵ ପ୍ରକାଶ କରିବା ସହିତ, ଆସନ୍ତା 28/08/023 ରେ ଭୁବନେଶ୍ୱର ଚାଲ ଅଭିଯାନ ରେ ସାମିଲ ହୋଇ ଓଡିଶା ର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଓ 5T ସଚିବ ଶ୍ରୀଯୁକ୍ତ ବି କେ ପାଣ୍ଡିଅନ ଙ୍କୁ ଭେଟି ଆଠ ଦଫା ଦାବୀପ୍ରଦାନ କରିବ | ଦାବୀ ପ୍ରମୁଖ ଗୁଡିକ ହେଲା ସରପଞ୍ଚ ଙ୍କ ଭଳି ସାମ୍ବିଧାନିକ ସୁପାରିଶ କ୍ଷମତା ପ୍ରଦାନ କରାଯିବା . ସରକାର ଙ୍କ ଉନ୍ନୟନ ମୂଳକ କାର୍ଯ୍ୟ ହେଉଛି ତାର ଚିଠି ର ନକଲ ସମିତି ସଭ୍ୟ ସଭ୍ୟା ଙ୍କୁ ଦିଅଯିବା , ଉନ୍ନୟନ ମୂଳକ କାର୍ଯ୍ୟର ନିଷ୍ପତ୍ତି ନେବା ପ୍ରକ୍ରିୟା ରେ ସମିତି ସଭ୍ୟା ଙ୍କୁ ସାମିଲ କରାଯିବା ଏଭଳି ପ୍ରମୁଖ ଦାବୀ ନେଇ ଭେଟିବେ ବୋଲି କହିଛନ୍ତି | ଉକ୍ତ ସଭା ରେ ଉପସଭାପତି ଶ୍ରୀ ଜୁନେସ ଦିଗାଲ, କାର୍ଯ୍ୟ କାରି ସଭାପତି ଶ୍ରୀ ଭାଗ୍ୟବାନ ବେହେରା, ସହସମ୍ପାଦକ ଶ୍ରୀ ବିରଞ୍ଚି ମଲିକ,ଉପଦେଷ୍ଟା ଶ୍ରୀନିବାସ ମଲିକ, ମିନତୀ ପ୍ରଧାନ, ପୂର୍ଣ୍ଣିମା ପ୍ରଧାନ,ଅର୍ଚନା ଭୋଇ, ଆଲଫାନ ପ୍ରଧାନ, ପ୍ରମୁଖ ଉପସ୍ଥିତ ରହି ସଂଘ କୁ ସୁଦୃଢ କରିବା ସହିତ ନିଜର ହକ ଓ ଅଧିକାର କୁ ସାବ୍ୟସ୍ତ କରିବାପାଇଁ ସଂଘ ଦୃଢ଼ ଦାବୀ କରିଛି ।
