ପିଲା ଛୁଆଙ୍କୁ ଧରି ବିଡିଓ ଅଫିସ ଆଗରେ ଧାରଣା
ମୁଖ୍ୟମନ୍ତ୍ରୀ ଙ୍କ ନିର୍ବାଚନ ମଣ୍ଡଳୀ ରେ ପ୍ରଧାନମନ୍ତ୍ରୀ ଆବାସ ନ ମିଳିବାରୁ ପିଲା ଛୁଆଙ୍କୁ ଧରି ବିଡିଓ ଅଫିସ ଆଗରେ ଧାରଣା ସେରଗଡ଼ :- ଗରିବ ଙ୍କୁ ପକ୍କା ଘର ଦେବା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଡିଣ୍ଡିମ ପିଟୁଥିବା ବେଳେ ମୁଖ୍ୟମନ୍ତ୍ରୀ ନିଜସ୍ୱ ନିର୍ବାଚନ ମଣ୍ଡଳୀ ଶେରଗଡ଼ ଗୋଷ୍ଠି ଉନ୍ନୟନ ଅଧିକାରୀ ଙ୍କ କାର୍ଯ୍ୟାଳୟ ଆଗରେ ପ୍ରଧାନମନ୍ତ୍ରୀ ଆବାସ ପାଇଁ ନିଜ ପିଲା ଛୁଆ ସହ ବସିଛନ୍ତି ଶେରଗଡ଼ ପଞ୍ଚାୟତର କେଉଟ ସାହି ର ମୁନା ସ୍ବାଇଁ। ଅଭିଯୋଗ ପ୍ରକାରେ ତାଙ୍କ ନାମରେ ପ୍ରଧାନମନ୍ତ୍ରୀ ଆବାସ ଆସିଛି କିନ୍ତୁ ତାଙ୍କୁ ୩୦ହଜାର ଲାଞ୍ଚ ମାଗୁଥିବା ଅଭିଯୋଗ କରିଛନ୍ତି। ମୁନା ପଟା ରିସ୍କା ଚଲାଇ କୁଟୁମ୍ବ ଚଳାଉଥିବା ହେତୁ ଲାଞ୍ଚ ଦେବା ଅସହାୟତା ପ୍ରକାଶ କରିବାରୁ ତାଙ୍କ ନାମରେ ଛାତ ଘର ଏବଂ ପକ୍କା ଘର ଥିବା ଦର୍ଶାଉଛନ୍ତି କ୍ଷେତ୍ର ଅଧିକାରୀ। ଏଣୁ ସେ ଏ ଅଭିଯୋଗ ନେଇ ବିଡିଓ ଅଫିସ ଆଗରେ ବସିଛନ୍ତି। ବିଡିଓ ତଦନ୍ତରେ ଯିବେ କହି ବୁଝାସୁଝା କରିଥିଲେ ମଧ୍ୟ ଏଭଳି ଅନେକବାର ତାଙ୍କୁ ପ୍ରତିଶ୍ରୁତି ମିଳିଛି ତେଣୁ ସେ ଏକ ଜିଦରେ ଅଛନ୍ତି ତାଙ୍କୁ ଇନ୍ଦିରା ଆବାସ ମିଳିବା ପର୍ଯ୍ୟନ୍ତ ଧାରଣାରେ ବସିବେ । ଅପରପକ୍ଷେ ଗୋଷ୍ଠି ଉନ୍ନୟନ ଅଧିକାରୀ ଙ୍କ ପ୍ରତିକ୍ରିୟା ମିଳି ନାହିଁ।ତେବେ ଦେଖିବାକୁ ବାକି ରହିଲା କେବେ ମିଳିବ ମୁନାଙ୍କୁ ପକ୍କା ଘର ।
