ଅଖଣ୍ଡ ଭାରତ ତ୍ରିରଙ୍ଗା ଯାତ୍ରା

କାମାକ୍ଷାନଗର,୧୪.୦୮.୨୦୨୩ଢେ଼ଙ୍କାନାଳ ଜିଲ୍ଲାର କାମାକ୍ଷାନଗର ବଜରଙ୍ଗ ଦଳ ତରଫରୁ ଅଖଣ୍ଡ ଭାରତ ତ୍ରିରଙ୍ଗା ଯାତ୍ରା ଅନୁଷ୍ଠିତ ହୋଇଯାଇଛି।ସ୍ଥାନିୟ ସରସ୍ବତି ଶିଶୁ ମନ୍ଦିର ଠାରେ ଏକ ସଭା ଅନୁଷ୍ଠିତ ହୋଇଥିଲା।ମୁଖ୍ୟ ଅତିଥି ଭାବେ ଅବସରପ୍ରାପ୍ତ ସୈନିକ ତାରିଣି ପ୍ରସାଦ ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ।ମୁଖ୍ୟ ବକ୍ତା ଭାବେ ବିଭାଗ ଧର୍ମ ଯାଗରଣ ସଂଯୋଜକ ଶରତ ପାଣିଗ୍ରାହି ଉପସ୍ଥିତ ରହିଥିଲେ।ସରୋଜ କାନ୍ତ ବେହେରା,ଅମିୟ ରଞ୍ଜନ ସାହୁ,ସଞ୍ଜୟ ରାଉତ କାର୍ଯ୍ୟକ୍ରମକୁ ସହଯୋଗ କରିଥିଲେ।।ଦେଶ ସ୍ୱାଧୀନତା ପାଇଁ ପ୍ରାଣବଳି ଦେଇଥିବା ମହାନ୍ ସଂଗ୍ରାମୀ ଏବଂ ତାଙ୍କ ଜୀବନଶୈଳୀ ଓ ବିଚାରଧାରାକୁ ଆଜିର ଯୁବ ପୀଢିଙ୍କ ମଧ୍ୟରେ ଅବଗତ କରାଇବା ନିହାତି ଆବଶ୍ୟକ ବୋଲି ଆଲୋଚନା ହୋଇଥିଲା। ସ୍ୱାଧୀନତା ସଂଗ୍ରାମିଙ୍କ ପ୍ରେରଣା ଓ ଦେଶ ବିକାଶର ଅବଦାନ ରଖି ଯାଇଥିବା ମହାପୁରୁଷ ଓ ରାଷ୍ଟ୍ରନାୟକଙ୍କ ପ୍ରେରଣାକୁ ମନେ ପକାଇବା ଲକ୍ଷ୍ୟରେ ଗତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱାନରେ ଦେଶ ସ୍ୱାଧୀନତାର ୭୫ବର୍ଷ ପୂର୍ତି ଓ ଅମୃତ ମହୋତ୍ସବ ପାଳନ ଅବସରରେ ଦେଶବ୍ୟାପୀ ତ୍ରିରଙ୍ଗା ଯାତ୍ରା ଅନୁଷ୍ଠିତ ହୋଇଥିବା ନେଇ ଆଲୋଚନା ମଧ୍ୟ ହୋଇଥିଲା।ଶେଷରେ ଉପସ୍ଥିତ ସମସ୍ତ କର୍ମି ମାନେ ତ୍ରିରଙ୍ଗା ଧରି ସହର ପରିକ୍ରମା କରିଥିଲେ।

Leave a Reply

Your email address will not be published. Required fields are marked *