ଦେଶ ମାତୃକାର ମହାନ୍ ନାରା “ମେରୀ ମାଟି ମେରା ଦେଶ

ଦେଶ ମାତୃକାର ମହାନ୍ ନାରା “ମେରୀ ମାଟି ମେରା ଦେଶ”। ଆସିକା : ତା ୧୪/ ୮: ୭୭ତମ ସ୍ବାଧୀନତା ଦିବସକୁ ଲକ୍ଷ ରଖି ଛାତ୍ରଛାତ୍ରୀଙ୍କମଧ୍ୟରେ ଦେଶପ୍ରେମ ଭାବନାକୁ ଉଦ୍ଜୀବିତ କରିବା ପାଇଁ ଜାତୀୟ ସେବା ଯୋଜନାର ଏକ ଅଭିନବ ପ୍ରୟାସକୁ ସାକାର କରିବା ପାଇଁ ଆସିକା ବିଜ୍ଞାନ ମହାବିଦ୍ୟାଳୟରେ ‘ମେରୀ ମାଟି ମେରା ଦେଶ’ ନାରା ଦ୍ବାରା ଏକ ନୂତନ କାର୍ଯ୍ୟକ୍ରମ ସଂପାଦିତ ହୋଇଯାଇଛି। ଏଥିରେ ଭାରପ୍ରାପ୍ତ ଅଧ୍ୟକ୍ଷ ପ୍ରଫେସର ସନ୍ତୋଷ କୁମାର ଚୌଧୂରୀଙ୍କ ଅଧ୍ୟକ୍ଷତାରେ କାର୍ଯ୍ୟକ୍ରମଟି ସଫଳ ରୂପାୟନ ହୋଇପାରିଥିଲା। ପ୍ରଫେସର ଚୌଧୂରୀ ସ୍ବାଗତ ଭାଷଣ ରଖିଥିଲେ। ଏଥିରେ ମୁଖ୍ୟ ଅତିଥି ଏନ୍.ସି.ସି ଅଧିକାରୀ ମେଜର ଡ. ଶଂକର ପ୍ରସାଦ ଅଧିକାରୀ, ଗଣିତ ଅଧ୍ୟାପକ ତଥା ପୂର୍ବତନ ଭାରତୀୟ ସେନା ଅଧିକାରୀ ଚିତ୍ରସେନ ବେହେରା ମୁଖ୍ୟ ବକ୍ତା ଏବଂ ସମ୍ମାନିତ ଅତିଥି ରୂପେ ଯୁବ ଅଧ୍ୟାପକ ଅଜିତ୍ କୁମାର ମୁନୀ ଉପସ୍ଥିତ ଥିଲେ। ବୈଠକ ସଂଯୋଜନାରେ ସକ୍ରିୟ ସହଯୋଗ କରିଥିଲେ ଜାତୀୟ ସେବା ଯୋଜନା ଅଧିକାରୀ ଅଧ୍ୟାପକ ପବିତ୍ର ଧଙ୍ଗଡ଼ାମାଝି। ମୁଖ୍ୟ ଅତିଥି ଡ. ଅଧିକାରୀ ଦେଶମାତୃକାର ସେବାରେ ବ୍ରତୀ ହେବା ପାଇଁ ଏବଂ ମନ ମଧ୍ୟରେ ଦେଶପ୍ରେମ ଭାବନାକୁ ଜାଗ୍ରତ କରିବା ପାଇଁ ଉଦବୋଧନ ଦେଇଥିଲେ। ମୁଖ୍ୟବକ୍ତା ଅଧ୍ୟାପକ ବେହେରା ରାଷ୍ଟ୍ରୀୟ ସ୍ବାଧୀନତା ସଂଗ୍ରାମୀ ମହାତ୍ମା ଗାନ୍ଧୀ, ସୁବାଷ ଚ଼ନ୍ଦ୍ର ବୋଷ, ଶହୀଦ୍ ଭଗତ ସିଂହ ଇତ୍ୟାଦି ମହାନ୍ ନାୟକମାନଙ୍କ ବଳୀଦାନର ମହନିୟତାର ସ୍ମୃତିଚାରଣ କରିଥିଲେ। ସମ୍ମାନିତ ଅତିଥି ଅଧ୍ୟାପକ ମୁନୀ ଓଡ଼ିଶା ମାଟିର ଗୌରବ ମଧୂସୁଦନ ଦାଶ, ଗୋପବନ୍ଧୁ ଦାଶ, ଗୋପବନ୍ଧୁ ଚୌଧୂରୀ, ସଂଗ୍ରାମୀ ବାଜୀରାଉତ, ଶହୀଦ୍ ଲକ୍ଷ୍ମଣ ନାୟକଙ୍କ ଅବଦାନକୁ ମନେ ରଖିବା ପାଇଁ ସମସ୍ତ ଛାତ୍ରଛାତ୍ରୀଙ୍କୁ ଆହ୍ବାନ କରିଥିଲେ। ଏଥିରେ ମହାବିଦ୍ୟାଳୟର ପ୍ରାୟ ଶତାଧିକ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମର ପରିଶେଷରେ ସଂଯୋଜକ ମାଝି ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *