ଜିଲ୍ଲା ସ୍ୱାସ୍ଥ୍ୟ ସମିତି ତରଫରୁ ଜିଲ୍ଲା ସ୍ତରୀୟ ଚକ୍ଷୁଦାନ ପକ୍ଷ ପାଳିତ

ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡ଼ଃ ସୁଜାତା ମିଶ୍ରଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ସ୍ୱାସ୍ଥ୍ୟ ସମିତି ତରଫରୁ ଜିଲ୍ଲା ସ୍ତରୀୟ ଚକ୍ଷୁଦାନ ପକ୍ଷ ପାଳନ କରାଯାଇଥିଲା। ଏହି ସମାରୋହରେ ଡଃ ମିଶ୍ର ଚକ୍ଷୁ ଦାନର ଉପକାରିତା ବିଷୟରେ ବର୍ଣ୍ଣନା କରିଥିଲେ ଏବଂ ସମସ୍ତ ଶ୍ରୋତାମାନଙ୍କୁ ଚକ୍ଷୁ ଦାନ ସମ୍ପର୍କରେ ଥିବା ଭୁଲ ଧାରଣା ଏବଂ ମିଥ୍ୟା ବିଷୟରେ ସ୍ପଷ୍ଟ କରିଥିଲେ। ଶ୍ରୀ ଜଗନ୍ନାଥ ଭେଷଜ ମହାବିଦ୍ୟାଳୟ ଓ ଚିକିତ୍ସାଳୟ ର ଚକ୍ଷୁ ବିଭାଗର ଆସିଷ୍ଟାଣ୍ଟ ପ୍ରଫେସର ଡାକ୍ତର ଲକ୍ଷ୍ମୀଧର ଜେନା ଅବଗତ କରାଇଲେ ଯେ, ଜଣେ ବ୍ୟକ୍ତିଙ୍କ ମୃତ୍ୟୁର ୬ ଘଣ୍ଟା ମଧ୍ୟରେ ସମ୍ପୂର୍ଣ୍ଣ ଆଖିର ବଲ୍ ନୁହେଁ ବରଂ କର୍ଣ୍ଣିଆ ବାହାର କରଯାଇ ଥାଏ । ଏକ ବର୍ଷ ବୟସରୁ ଉର୍ଦ୍ଧ ବ୍ୟକ୍ତି ମାନେ ଚକ୍ଷୁ ଦାନ କରି ପାରିବେ ବୋଲି ଡ଼ଃ ଜେନା ସ୍ପଷ୍ଟ କରିଥିଲେ। ଡଃ ଦିଲ୍ଲୀପ କୁମାର ମଲ୍ଲିକ, ଆସିଷ୍ଟାଣ୍ଟ ପ୍ରଫେସର (ଏଫଏମଟି) ଏବଂ ଡଃ ବିମଳ କୁମାର ସାହୁ ,ଆସିଷ୍ଟାଣ୍ଟ ପ୍ରଫେସର (ଗୋଷ୍ଟି ଭେଷଜ), ଶ୍ରୀ ଜଗନ୍ନାଥ ଭେଷଜ ମହାବିଦ୍ୟାଳୟ ଓ ଚିକିତ୍ସାଳୟ, ଏହି ସମାରୋହରେ ଅଂଶଗ୍ରହଣକାରୀଙ୍କ ସମସ୍ତ ପ୍ରଶ୍ନର ଉତ୍ତର ଦେଇଥିଲେ। ଏହି ଆଲୋଚନାରେ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡାଃ ବିରଜା ଶଙ୍କର ରଥ ଏବଂ ଜାତୀୟ ଦୃଷ୍ଟିହୀନତା ନିୟନ୍ତ୍ରଣ କାର୍ଯ୍ୟକ୍ରମ ପରିଚାଳକ ଡଃ ଜ୍ୟୋତ୍ସ୍ନା ରାଣୀ ତ୍ରିପାଠୀ ପ୍ରମୁଖ ଯୋଗଦେଇଥିଲେ। ଡିପିଏମ୍, ଏନ୍ଏଚ୍ଏମ୍ ଶ୍ରୀ ଟି ନାରାୟଣ ରାଓ ଏବଂଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପୁରୀର ଅନ୍ୟ ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *