ଦୃଢ଼ ଇଛା ଥିଲେ କେହି କାହାକୁ ଅଟକାଇ ପାରିବେ ନାହିଁ : ସୌମ୍ୟ ରଞ୍ଜନ

ଭଞ୍ଜନଗର:- ଦୀର୍ଘ ବର୍ଷ ବ୍ୟବଧାନରେ ଭଞ୍ଜନଗର ମାଟିରେ ପାଦ ଦେଇ ନିଜକୁ ର୍ଗବ ମନେକରୁଛି । କାରଣ ଏହି ମାଟିରେ ମୋର ଖଡ଼ି ଛୁଆଁ ତଥା ଅକ୍ଷର ଲେଖା ଆରମ୍ଭ ହୋଇଥିଲା । ଏକଥା କୁ ମୁଁ କେବେ ଭୁଲିବି ନାହିଁ । ଏହି ମାଟି ମତେ ଅକ୍ଷର ଶିଖାଇ ଥିବାରୁ ମୋର ଭାଷା ଓ ସାହିତ୍ୟ ଆଜି ସୁଦୃଢ଼ ହୋଇଛି । ସମ୍ବାଦ ସାହିତ୍ୟ ଘର ବାର୍ଷିକ ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସମ୍ବାଦ ସମ୍ପାଦକ ତଥା ସାହିତ୍ୟ ଘରର ପ୍ରତିଷ୍ଟାତା ସୌମ୍ୟ ରଞ୍ଜନ ପଟ୍ଟନାୟକ ମତ ପ୍ରକାଶ କରିଛନ୍ତି। ସ୍ଥାନୀୟ ନିୟନ୍ତ୍ରିତ ବଜାର କମିଟି ସଭା ଗୃହରେ ଅନୁଷ୍ଠିତ ଆଲୋଚନା ରେ ସଭା ଆରମ୍ଭ ରୁ ବିଦ୍ୟୁତ ବିଭ୍ରାଟ ଓ ମାଇକ ସମସ୍ୟାକୁ ଦେଖ‌ି ସେ କହିଥିଲେ, ଏହି କାର୍ଯ୍ୟ ପାଇଁ ସଚିବ ସ୍ତରରେ ନିର୍ଦ୍ଦେଶ ରହିଛି ବୋଧେ । ମୋର ସଭାରେ ମୋତେ କହିବାକୁ ବିଭାଟ କରିବା ପାଇଁ । ସାହିତ୍ୟ ଆଲୋଚନା ମାଧ୍ୟମରେ ୫ଟି ସଚିବଙ୍କୁ ଟାର୍ଗେଟ କରି ସେ କହିଛନ୍ତି ୫ ଟିରେ ଦୁର୍ନୀତି ଭରି ରହିଛି । ୫ ଏମ୍ ଓ ୫ ଏନ୍ ଯାହାକି ମନ କୁ ନେଇ ନିଜର ମତ ରଖିଥିଲେ । ମନର ମ ଅକ୍ଷରକୁ ୫ ଟି ଏମ୍ ପ୍ରକାରେ ବୁଝାଇ ମା, ମାଟି, ମାତୃଭାଷା, ମୋବାଇଲ୍ ଓ ମଦମୁକ୍ତ ଓଡ଼ିଶା ବିଷୟରେ ନିଜର ମତ ରଖିବା ପରେ ମନର ଶେଷ ଅକ୍ଷର ନ କୁ ନେଇ ୫ ଟି କଥା କହିଥିଲେ । ନିରୋଗା, ନିହଂକାର, ନିରାଡ଼ମ୍ବର, ନିଜର ଓ ନିଶାମୁକ୍ତ ଓଡ଼ିଶା କଥା କୁ ନେଇ ଆଲୋଚନା କରିଥିଲେ । ଭଞ୍ଜ ମାଟିରେ ତାଙ୍କର ଶିକ୍ଷା ଆରମ୍ଭ ହୋଇଥିଲା। ଏହି ମାଟିରୁ ତାଙ୍କର ଅକ୍ଷର ଶିକ୍ଷା ଅଭିଯାନ ଆରମ୍ଭ ହୋଇଥବାରୁ ସେ ସାହିତ୍ୟରେ ଏତେ ସୃଦୃଢ଼ ବୋଲି ମତ ରଖିଥଲେ । ଭଞ୍ଜନଗର ର ନାମ ପୂର୍ବରୁ ରସଲକୁଣ୍ଡା ନାମ ଥିବା ସହରରେ ସେ ନିଜ ଖଡ଼ିଛୁଆଁ ଏହି ମାଟିରେ କରିଥିଲେ । ସତକୁ ସଙ୍ଗାତ କଲେ ସାହାସ ଆସିବ ଓ ନିଡର ହୋଇ ଆପଣ ଲିଡ଼ର ହୋଇପାରିବେ । ଏଭଳି ପରାମର୍ଶ ସେ ଭଞ୍ଜ ମାଟିର ସାହିତ୍ୟିକ ମାନଙ୍କୁ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ସେ ରାଜ୍ୟ ରାଜନୀତି କିଭଳି ସ୍ଥିତିରେ ଗତି କରୁଛି,ଗଣମାଧ୍ୟମର ଭୂମିକା,ରାଜନୀତି ଵାଲା ଏତେ ଅସହାୟ ହୋଇ ପଡିଲେଣି ଏବଂ ଆମ ଶାସନ ବ୍ୟବସ୍ଥା କିଭଳି କବଳିତ ହୋଇଛି ସେ ଉପରେ ଆଲୋକ ପାତ କରି ମତ ରଖିଥିଲେ। ଏଥି ସହିତ କିଛି ଦିନ ଧରି ସମ୍ବାଦ ସଂସ୍ଥା କୁ ସରକାରୀ ବିଜ୍ଞାପନ ବନ୍ଦ କରିବା ନେଇ ରାଜ୍ୟ ସରକାରଙ୍କୁ ନିସାନା ସାଧିବା ସହ ଯେତେ ପ୍ରତି ବନ୍ଧକ ସୃଷ୍ଟି କଲେ ମଧ୍ୟ ଦୃଢ଼ ଇଛା ଶକ୍ତି ଥିଲେ କେହି କାହାକୁ ଅଟକାଇ ପାରିବେ ନାହିଁ ବୋଲି କହିଛନ୍ତି। ସାହିତ୍ୟ ଘର୍ ସଭାପତି କୃତିବାସ ବିଶ୍ୱାଳ ଙ୍କ ପୋୖରାହିତ୍ୟି ରେ ଅନୁଷ୍ଠିତ କାଯ୍ୟକ୍ରମ ରେ ସମ୍ପାଦକ ସନ୍ତୋଷ ଜେନା ସଭା ପରିଚାଳନା ସହ ବାର୍ଷିକ ବିବରଣୀ ପାଠ କରିଥିଲେ। ଏଥିରେ ବିଶିଷ୍ଟ ଅତିଥି ରୂପେ ନାଟ୍ୟକାର ଡ଼.,ରମା ରମଣ ପାଢ଼ୀ, ସଂମ୍ମାନୀତ ଅତିଥି ଭାବେ ପ୍ରଫେସର ଡ଼.ସିଦ୍ଧାର୍ଥ ଶଙ୍କର ପାଢ଼ୀ,ସାହିତ୍ୟ ଘର୍ ରାଜ୍ୟ ସଂଯୋଜିକା ଡ଼. ଶୁଭଶ୍ରୀ ଲେଙ୍କା,ସମ୍ବାଦ ପ୍ରତିନିଧି ବିଶ୍ଵମ୍ଭର ଜେନା ପ୍ରମୁଖ ମଞ୍ଚାସୀନ ଥିଲେ । ଅନୁଷ୍ଠାନର ସମସ୍ତ କର୍ମକର୍ତ୍ତା ଓ ସଦସ୍ୟ ମାନେ ଉପସ୍ଥିତ ରହି ସହଯୋଗ କରିଥିଲେ। ଏହି ଅବସରରେ ବିଭିନ୍ନ ବର୍ଗର ବ୍ୟକ୍ତି ବିଶେଷଙ୍କୁ ସମ୍ବର୍ଦ୍ଧିତ କରାଯିବା ସହ କୃତୀ ଛାତ୍ରଛାତ୍ରୀ ଙ୍କୁ ପୁରସ୍କୃତ କରାଯାଇଥିଲା।

Leave a Reply

Your email address will not be published. Required fields are marked *