ଓଡିଶା ମୋ ପରିବାର ଆନୁକୂଲ୍ୟରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ

ଓଡ଼ିଶା ମୋ ପରିବାର ଖୋରଧା ଜିଲ୍ଲା ସଂଯୋଜକ ଶ୍ରୀ ଦିଲ୍ଲୀପ କୁମାର ହୋତାଙ୍କ ସଂଯୋଜନାରେ ଖୋରଧା ସ୍ଥିତ ପୂର୍ତ୍ତ ବିଭାଗ ଡାକ ବଙ୍ଗଳା ଠାରେ ଓଡିଶା ମୋ ପରିବାର ଆନୁକୂଲ୍ୟରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ମାନ୍ୟବର ବିଧାୟକ ଖୋରଧା ଶ୍ରୀ ଜ୍ୟୋତିରିନ୍ଦ୍ର ନାଥ ମିତ୍ର ଏହି ଶିବିରକୁ ଉଦଘାଟନ କରିଥିବା ବେଳେ ଓଡ଼ିଶା ମୋ ପରିବାର ଆବାହକ ଶ୍ରୀ ଅରୁପ ମୋହନ ପଟ୍ଟନାୟକ, ମାନ୍ୟବର ରାଜ୍ୟସଭା ସାଂସଦ ଶ୍ରୀ ମୁଜ୍ଜିବୁଲ୍ଲା ଖାନ,ବିଜେଡି ମୁଖପାତ୍ର ଶ୍ରୀମୟୀ ମିଶ୍ର,ଖୋରଧା ଜିଲ୍ଲା ପରିଷଦ ସଭାପତି ଶ୍ରୀମତୀ ରୂପଶ୍ରୀ ରାଣୀ ଗୁମାନସିଂହ,ଖୋରଧା ପୌରଅଧ୍ୟକ୍ଷା କନକ ଲକ୍ଷ୍ମୀ ମହାନ୍ତି,ପୌର ଉପାଧ୍ୟକ୍ଷ ଶ୍ରୀ ଶୌର୍ଯ୍ୟ ରଞ୍ଜନ ମହାନ୍ତି,ଖୋରଧା ବ୍ଲକ ଉପାଧ୍ୟକ୍ଷ ଶ୍ରୀ ପ୍ରକାଶ ସାମନ୍ତରାୟ , ବିଜୁ ମହିଳା ଜନତା ଦଳ ରାଜ୍ୟ ବରିଷ୍ଠ ଉପସଭାପତି ବାସନ୍ତୀ ମହାପାତ୍ର,ଖୋରଧା ଜିଲ୍ଲା ମହିଳା ବିଜେଡି ସଭାପତି ଗୀତାଞ୍ଜଳି ପାଟଶାଣୀ ପ୍ରମୁଖ ଯୋଗଦେଇ ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ । ଖୋରଧା ବ୍ଲଡ଼ ବ୍ୟାଙ୍କ ଜରିଆରେ ଏହି ଶିବିରରୁ ମୋଟ ୫୧ ୟୁନିଟ ରକ୍ତ ସଂଗୃହୀତ ହୋଇଛି । ବିଜୁ ଛାତ୍ର ଜନତା ଦଳ ଖୋରଧା ଜିଲ୍ଲା ସଭାପତି ଶ୍ରୀ ବିଶ୍ୱଦୀପ ପ୍ରଧାନ,ବିଜୁ ଜନତା ଦଳ ଖୋରଧା ଜିଲ୍ଲା ସାଧାରଣ ସମ୍ପାଦକ ଶ୍ରୀ ଲଳିତ ମୋହନ ମହାପାତ୍ର,ବିଜୁ ଛାତ୍ର ଜନତା ଦଳ ଖୋରଧା ଜିଲ୍ଲା ଡିଜିଟାଲ ସମ୍ପାଦକ ଶ୍ରୀ ଗୌତମ ମିଶ୍ର,ବିଜୁ ଯୁବ ଜନତା ଦଳ ରାଜ୍ୟ ସମ୍ପାଦକ ଶ୍ରୀ ରୁଦ୍ରନାଥ ଦତ୍ତ,ବିଜୁ ଛାତ୍ର ଜନତା ଦଳ ରାଜ୍ୟ ସାଧାରଣ ସମ୍ପାଦକ ଶ୍ରୀ ନସିମ ଖାନ ପ୍ରମୁଖ ଏହି ଶିବିରକୁ ପରିଚାଳନା କରିଥିଲେ ।

Leave a Reply

Your email address will not be published. Required fields are marked *