ଡେଲାଙ୍ଗ ବ୍ଲକ୍ ପ୍ରାଥମିକ ବିଦ୍ୟାଳୟ ରେ ପାଠ ପଢା ଠପ୍
ଡେଲାଙ୍ଗ, ରାଜ୍ୟ ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘର ଆହ୍ବାନ କ୍ରମେ ଡେଲାଙ୍ଗ ମଣ୍ଡଳ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଶିକ୍ଷକ ଶିକ୍ଷୟିତ୍ରୀମାନେ ଦ୍ୱିତୀୟ ଦିନର ଧାରଣା ଓ ପ୍ରତିବାଦ ସଭା ଜାରି ରଖିଥିଲେ। ଏହା ଫଳରେ ଡେଲାଙ୍ଗ ବ୍ଲକ୍ ର ପ୍ରାୟ ୧୨୦ଟି ପ୍ରାଥମିକ ବିଦ୍ୟାଳୟରେ ତାଲା ଝୁଲି ପାଠପଢ଼ା ଓ ମଧ୍ୟାହ୍ନ ଭୋଜନ ପୁରାପୁରି ଠପ୍ ହୋଇଯାଇଛି। ଆସନ୍ତା ସେମାବାର ଏଗାର ତାରିଖ ପୂର୍ବାହ୍ନ ୧୦ଟାରୁ ଅପରାହ୍ନ ୪ ଟା ପର୍ଯ୍ୟନ୍ତ ଶାନ୍ତି ପୂର୍ଣ୍ଣ ଧାରଣା ଚାଲୁରହିବ ବୋଲି ଶିକ୍ଷକ ସଙ୍ଘ ତରଫରୁ ଆଜି ପୁଣି ନିଷ୍ପତ୍ତି ନିଆଯାଇଛି। ଆଜି ଏଥିରେ ଶିକ୍ଷକ ନେତା ଦିଗମ୍ବର ରଥ, ପ୍ରଶାନ୍ତ କୁମାର ଦାସ, ଦୟାନିଧି ମାର୍ଥା, ପବିତ୍ର ମୋହନ ଜେନା, ଅଭିମନ୍ୟୁ ପ୍ରଧାନ, ବିଚିତ୍ରାନନ୍ଦ ନାୟକ,ଦୁଃଶାସନ ସାହୁ,ଦୁର୍ଯ୍ୟୋଧନ ପ୍ରଧାନ, ରମେଶ ଚନ୍ଦ୍ର ବଳବନ୍ତରାୟ, ତପନ କୁମାର ମଲ୍ଲିକ, ଲୋକନାଥ ପ୍ରଧାନ, ସୁରେନ୍ଦ୍ର ସାହୁ,କୃତିବାସ ପରିଡ଼ା,ତୁଷାର ପ୍ରଧାନ, ଚନ୍ଦ୍ରଶେଖର , ପବିତ୍ର ପଣ୍ଡା, ଦାଶରଥି ନାୟକ, କୈଳାସ ସ୍ବାଇଁ,ପବିତ୍ର,ଭୋଇ ,ସୁଧାଂଶୁ ବାଳା ପ୍ରଧାନ,ଗୋଲାପ ଦେଇ, ସରୋଜିନୀ ଜେନା,ପ୍ରଭାସିନୀ ହରିଚନ୍ଦନ,ରୀତା ପଟ୍ଟନାୟକ, ନିରୂପମା ଦେଇ,ପ୍ରଜ୍ଞା ପାରମିତା ବିଶ୍ବାଳ ,ନିରୁପମା ଦେଇ ଙ୍କ ସହ ଦୁଇଶହରୁ ଉର୍ଦ୍ଧ୍ବ ଶିକ୍ଷକ ଶିକ୍ଷୟିତ୍ରୀ ଗଣତାନ୍ତ୍ରିକ ଉପାୟରେ ଧାରଣାରେ ବସିଥିଲେ।
