କେନ୍ଦ୍ର ସରକାରଙ୍କ କର୍ମୀଙ୍କ ସାମ୍ନାରେ ଗଣତନ୍ତ୍ର ଚତୁର୍ଥ ସ୍ତମ୍ଭ ପ୍ରତି ପୋଲିସଙ୍କ ଅତ୍ୟାଚାର।

କାହା ବଳରେ ବଳିଆନ୍ ଏ ମହିଳା କନେଷ୍ଟବଳ??
କେନ୍ଦ୍ରାପଡାର ଜଣେ ୱେବ ମିଡ଼ିଆ ସାମ୍ବାଦିକଙ୍କୁ ମହିଳା ରିଜର୍ଭ କନେଷ୍ଟବଳ ମାଡ଼ ମାରିଛନ୍ତି। କେନ୍ଦ୍ରାପଡା ଜିଲ୍ଲା ଏସିପି ଙ୍କ ଅଫିସ ଆଗରେ ଡିଉଟି କରୁଥିଲେ ଜଣେ ମହିଳା କନେଷ୍ଟବଳ ବିନା ମାକ୍ସ ରେ ଯେତେବେଳେ ଏସ.ପି ଅଫିସ ଆଗରେ ଜିଲ୍ଲା ବିଜେପି ର ବିକ୍ଷୋଭ ଚାଲୁଥିଲା । ବିନା ମାକ୍ସ ରେ ଡ଼ିଉଟି କୁ ଦେଖି ଜଣେ ସାମ୍ବାଦିକ ଫୋଟୋ ଉତ୍ତାଳନ କରିବାରୁ ଏହା ଦେଖି ଉକ୍ତ ମହିଳା କନେଷ୍ଟବଳ ରାଗି ଯାଇ ଲୋକ ଙ୍କ ଆଗରେ ସାମ୍ବାଦିକ ଙ୍କୁ ଅସଭ୍ୟ ଭାଷା ରେ ଗାଳି ଗୁଲଜ କରି ଚାପୁଡା ପରେ ଚାପୁଡ଼ା ମାରି ଚଳିଥିଲେ। ଏସବୁକୁ ଦେଖି ମଧ୍ୟ ବିଜେପି କର୍ମୀ ଚୁପ ରହିବାକୁ ନିନ୍ଦା କରିଛନ୍ତି ସାଧାରଣ ଲୋକମାନେ।

ମହିଳା ପୋଲିସ କର୍ମଚାରୀଙ୍କ ଗୁଣ୍ଡାରାଜ ।କେନ୍ଦ୍ରାପଡ଼ା ଜିଲ୍ଲାରେ ଦିନକୁଦିନ ବଢିଚାଲିଛି ପୋଲିସ କର୍ମଚାରୀଙ୍କ ଗୁଣ୍ଡାରାଜ ।ଗତ କିଛି ଦିନ ତଳେ କେନ୍ଦ୍ରାପଡ଼ା ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ସାମ୍ବାଦିକ ମାନଙ୍କୁ ଦୁର୍ବ୍ୟବହାର କରିବା ଘଟଣା ମନରୁ ନ ଲିଭୁଣୁ ଗତକାଲି ପୁଣି ଥରେ ଜଣେ କାର୍ଯ୍ୟରତ ସାମ୍ବାଦିକଙ୍କୁ ମାଡ଼ ମାରିଛନ୍ତି ରିଜର୍ଭ ପୋଲିସର ଜଣେ ମହିଳା କନେଷ୍ଟବଳ। ଗତ ସପ୍ତାହ ଧରି ଆଳିର ଏକ ଦଳିତ ପରିବାରକୁ ନ୍ୟାୟ ନମିଳିବା ପ୍ରତିବାଦରେ ବି ଜେ ପି ପକ୍ଷରୁ ଏସ ପି କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯାଇଥିଲା ।ଯାହାକି ଖବର ସଂଗ୍ରହ କରିବା ପାଇଁ ଭୀମସେନ ସେଠୀ ନାମକ ଜଣେ ସାମ୍ବାଦିକ ଘଟଣା ସ୍ଥଳକୁ ଯାଇଥିଲେ ।ସେହି ସମୟରେ କେନ୍ଦ୍ରାପଡ଼ା ଏସ ପି କାର୍ଯ୍ୟାଳୟରେ କାର୍ଯ୍ୟରତ ଜଣେ ମହିଳା କନେଷ୍ଟବଳ ମିନୁ ନାୟକ ବିନା ମାସ୍କରେ କାର୍ଯ୍ୟ କରୁଥିବାର ଦେଖି ସାମ୍ବାଦିକ ଭୀମସେନ ସେଠୀ ତାଙ୍କର ଫୋଟ ଉଠାଇ ସୋସିଆଲ ମିଡ଼ିଆ ରେ ଭାଇରାଲ କରିବା ସହିତ ଏସପି ଙ୍କ ଉଦ୍ଦେଶ୍ୟରେ ପୋଷ୍ଟ କରିଥିଲେ ଯାହାକୁ ନେଇ ଉକ୍ତ ମହିଳା କନେଷ୍ଟବଳ ମିନୁ ନାୟକ ଏସପି ଅଫିସ ସାମ୍ନା ରେ ସର୍ବ ସାଧାରଣରେ ଉକ୍ତ ସାମ୍ବାଦିକ ଭୀମସେନ ସେଠିଙ୍କୁ ମାଡ ମାରିଥିଲେ. ଯାହାର ଭିଡ଼ିଓ ଭାଇରଲ ହେବ ପରେ ଆଜି କେନ୍ଦ୍ରାପଡ଼ା ଜିଲ୍ଲାରେ କାର୍ଯ୍ୟରତ ସମସ୍ତ ସାମ୍ବାଦିକ ଏକଜୁଟ ହୋଇ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବ ସହିତ ମହିଳା କନେଷ୍ଟବଳ ଙ୍କ ନିଲମ୍ବନ ଦାବି କରିଥିଲେ. ପରେ ଏନେଇ ଜିଲ୍ଲାରେ 5ଜଣ ବିଧାୟକ ଜିଲ୍ଲାପାଳଙ୍କ ସହ ୧ ଜରୁରୀକାଳୀନ ବୈଠକ ଡାକିଥିଲେ ଅନ୍ୟପଟେ ସମ୍ପୃକ୍ତ କନେଷ୍ଟବଳ ଙ୍କ ପ୍ରତି ଆଇନ ଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ନିଜ ପ୍ରତକ୍ରିୟାରେ କହିଛନ୍ତି ଆଳି ବିଧାୟକ ପ୍ରତାପ ଦେବ ଓ ମହାକାଳ ବିଧାୟକ ଅତନୁ ସବ୍ୟସାଚୀ ନାୟକ ।ଅନ୍ୟପଟେ ଜିଲ୍ଲାରେ କାର୍ଯ୍ୟରତ ସାମ୍ବାଦିକ ମାନେ ଜିଲ୍ଲାପାଳ ଓ ଏସପି ଙ୍କ କାର୍ଯ୍ୟାଳୟ ଘେରାଉ କରିବା ସହିତ ତୁରନ୍ତ ସମ୍ପୃକ୍ତ ମହିଳା କନେଷ୍ଟବଳକୁ ନିଲମ୍ବନ ଦାବି କରିଥିଲେ।

Leave a Reply

Your email address will not be published. Required fields are marked *