ଜିଲ୍ଲାପାଳଙ୍କ ହସ୍ପିଟାଲ ଭିଜିଟ।
ପୁରୀ ମେଡ଼ିକାଲ ଅଚାନକ ଗସ୍ତ କରି ସମୀକ୍ଷା କରିଛନ୍ତି ଜିଲ୍ଲାପାଳ ସମର୍ଥ ବର୍ମା । ଦୀର୍ଘଦିନ ଧରି ମେଡ଼ିକାଲ ରେ ଅବ୍ୟବସ୍ଥା ନେଇ ଜିଲ୍ଲାପାଳଙ୍କ ନିକଟରେ ଆସିଥିଲା ଅଭିଯୋଗ ।ସେପଟେ ଏ ନେଇ ଆଜି ଜିଲ୍ଲାପାଳ ପୁରୀ ସଦର ମୁଖ୍ୟ ଚିକିତ୍ସାଳୟ ଗସ୍ତ କରି ପ୍ରତିଟି ୱାର୍ଡ ବୁଲି ରୋଗୀଙ୍କ ସହ ଆଲୋଚନା କରିବା ପରେ ସିଡିଏମଓଙ୍କ ସହ ଆଲୋଚନା କରିଛନ୍ତି ।ତେବେ ସ୍ୱାସ୍ଥ୍ୟ ଅବ୍ୟବସ୍ଥା ନେଇ ଜିଲ୍ଲାପାଳ ପ୍ରତି ସମୟରେ ମେଡ଼ିକାଲ ଯାଇ ଅନୁଧ୍ୟାନ କରିବେ ବୋଲି କହିଛନ୍ତି।
