ପିପିିଲି ତେଇଶିପୁରରେ ବିଜେଡି ର ଜନ ସଂପର୍କ ପଦଯାତ୍ରା
ପିପିିଲି ତେଇଶିପୁରରେ ବିଜେଡି ର ଜନ ସଂପର୍କ ପଦଯାତ୍ରା ସହ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ କରି ଜନସେବା ପ୍ରେରଣା ଉତ୍ସ ପାଲଟିଲା ବିଜେଡି ଜନ ସଂପର୍କ ପଦଯାତ୍ରା ସହ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ କରି ଜନସେବା ପ୍ରେରଣାର ଉତ୍ସ ପାଲଟିଲା ବିଜେଡି। ଆଜି ପିପିିଲି ତେଇଶିପୁର ପଂଚାୟତରେ ବିଜୁ ଜନତା ଦଳ ପକ୍ଷରୁ ଜନ ସଂପର୍କ ପଦଯାତ୍ରା ସହ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ରେ ବିଧାୟକ ରୁଦ୍ର ପ୍ରତାପ ମହାରଥୀଙ୍କ ସହ ଧର୍ମପତ୍ନୀ ଜାଗୃତି ପଣ୍ଡା ମହାରଥୀ ରକ୍ତଦାନ କରି ଅନ୍ୟ ମାନଙ୍କୁ ଜନସେବା ର ପ୍ରେରଣା ପାଲଟିଛନ୍ତି। ତେବେ ଆଜି ଡେଲାଙ୍ଗ-ପିପିିଲି ବିଧାୟକ ରୁଦ୍ର ପ୍ରତାପ ମହାରଥୀ ଙ୍କ ନେତୃତ୍ବରେ ଏହି ଜନସଂପର୍କ ପଦଯାତ୍ରା ହୋଇଥିବା ବେଳେ ଏଥିରେ ରାଜ୍ୟ କୃଷିମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ସାମିଲ ହେଇ ମାନ୍ୟବର ନବୀନ ପଟ୍ଟନାୟକ ଙ୍କ ଗୁଣଗାନ କରିଥିଲେ। ତେବେ ପଂଚାୟତର ଶତାଧିକ କର୍ମୀ ମାନେ ଏକ ବର୍ଣ୍ଣାଢ଼୍ୟ ଶୋଭାଯାତ୍ରା ରେ ବିଧାୟକ ରୁଦ୍ର ମହାରଥୀ ଙ୍କ ସହ କୃଷିମନ୍ତ୍ରୀ ଶ୍ରୀ ସ୍ବାଇଁ ଙ୍କୁ ସ୍ବାଗତ କରିଥିଲେ । ଏହି ଅବସରରେ ଓଡ଼ିଶା ମୋ ପରିବାର ପକ୍ଷରୁ ସ୍ଥାନୀୟ ପ୍ରଦୀପ ମହାରଥୀ କଲ୍ୟାଣ ମଣ୍ଡପ ଠାରେ ଏକ ମେଗା ଜୀବନ ବିନ୍ଦୁ କାର୍ଯ୍ୟକ୍ରମର ଆୟୋଜନ ହୋଇଥିଲା। କୃଷିମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ଏହି କାର୍ଯ୍ୟକ୍ରମ ଯୋଗଦେଇ ପୂର୍ବତନ ମନ୍ତ୍ରୀ ତଥା ଦିବଙ୍ଗତ ବିଧାୟକ ପ୍ରଦୀପ ମହାରଥୀ ଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରି ଜୀବନ ବିନ୍ଦୁ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ଏହି ଅବସରରେ ଉକ୍ତ ମଣ୍ଡପ ପାର୍ଶ୍ଵରେ ଅତିଥି ମାନଙ୍କ ଦ୍ଵାରା ବୃକ୍ଷ ରୋପଣ କରାଯାଇଥିଲା। ସ୍ଥାନୀୟ ଜିଲ୍ଲା ପରିଷଦ ସଭ୍ୟ ଧରଣୀଧର ସାହୁ ଙ୍କ ପ୍ରତ୍ୟେକ୍ଷ ତତ୍ବାବଧାନ ଓ ଜୀବନ ବିନ୍ଦୁ ଜିଲ୍ଲା ସଂଯୋଜକ ଶୁଭାଶିଷ ଖୁଣ୍ଟିଆଙ୍କ ସଂଯୋଜନା ରେ ଶତାଧିକ ମହିଳା ପୁରୁଷ ମାନେ ଏଥିରେ ଯୋଗଦେଇ ସ୍ବେଛାକୃତ ରକ୍ତଦାନ କରିଥିଲେ। ନବୀନ ପଟ୍ଟନାୟକଙ୍କ ଆହ୍ବାନ କ୍ରମେ ସାରା ରାଜ୍ୟରେ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ହେଉଥିବା ବେଳେ ପିପିଲି ତେଇଶିପୁର ରେ ଜନ ସଂପର୍କ ପଦଯାତ୍ରା ସହ ରକ୍ତଦାନ ଭଳି ମହତ୍ କାର୍ଯ୍ୟ ହେଉଥିବାରୁ ସମସ୍ତ ନେତୃବୃନ୍ଦ ମାନଙ୍କୁ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ବହୁ ପ୍ରଶଂସା କରିଥିଲେ । ନବୀନ ପଟ୍ଟନାୟକଙ୍କ ନୀତି ଆଦର୍ଶ ଓ ସୁଶାସନ ରେ ଅନୁପ୍ରାଣିତ ହୋଇ କାର୍ଯ୍ୟକ୍ରମ ରେ ବିଧାୟକ ରୁଦ୍ର ପ୍ରତାପ ମହାରଥୀ ଓ ତାଙ୍କ ଧର୍ମପତ୍ନୀ ଜାଗୃତି ପଣ୍ଡା ମହାରଥୀ ମଧ୍ୟ ସ୍ବେଛାକୃତ ଭାବେ ରକ୍ତଦାନ କରି ସମସ୍ତ ରକ୍ତଦାତା ମାନଙ୍କୁ ପ୍ରେରଣା ହୋଇଥିଲେ। କାର୍ଯ୍ୟକ୍ରମ ରେ ବହୁ ମାନ୍ୟଗଣ୍ୟ ନେତୃବୃନ୍ଦ ମାନେ ଯୋଗଦେଇ ଥିବା ବେଳେ ପୁରୀ ମେଡିକାଲ ଡାକ୍ତର ଙ୍କ ସହଯୋଗ ରେ ମୋଟ ୧୦୬ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା।
