ମାଆ ଓ ପୁଅ ଉପରେ ଚଢିଗଲା ଟ୍ରକ
-କାମାକ୍ଷାନଗର୧୦.୧୦.୨୦୨୩ଆଙ୍କର-ଶୋଇଥିବା ବେଳେ ଟଢିଗଲା ଟ୍ରକ।ମାଆ ଓ ପୁଅ ମୃତ। ପର୍ଜଙ୍ଗ ମେଡିକାଲରେ ମାଆର ମୃତ୍ୟୁ ହୋଇଥିବା ବେଳେ ,କାମାକ୍ଷାନଗର ମେଡିକାଲରେ ପୁଅ ମୃତ୍ୟୁ।ମହାବିରୋଡ ଥାନା କୁଟୁରିଆ ଯାତ୍ରାପଡିଆରେ ବିଳମ୍ବିତ ରାତିରେ ଘଟିଛି ଅଘଟଣ।ମୃତକ ହେଲେ ମାଆ ରୁନୁ ପଧାନ,ପୁଅ ଲିପୁ ପଧାନ। ଗତକାଲି ଯାତ୍ରାପଡିଆରେ ବିଳମ୍ବିତ ରାତିରେ ରୁନୁ ପଧାନ ତାଙ୍କର ମାଆ ଚିତ୍ର ପଧାନ,ପୁଅ ଲିପୁ ପ୍ରଧାନଙ୍କ ସମେତ ୨ଟି ଛୁଆ ଓ କିଛି ଦୁରରେ ସ୍ବାମି ତ୍ରିନାଥ ପଧାନ ଶୋଇଥିଲେ। ଟ୍ରକଟି ପଛୁଆ କରିଥିବାବେଳେ ମାଆ ଓ ପୁଅ ଉପରେ ଚଢିଯାଇଥିଲା। ଚିକିତ୍ସା ପାଇଁ ଉଭୟଙ୍କୁ କାମାକ୍ଷାନଗର ଓ ପର୍ଜଙ୍ଗ ମେଡିକାଲକୁ ନିଆଯାଇଥିବା ବେଳେ ସେଠାରେ ତାଙ୍କର ମୃତ୍ୟୁ ହୋଇଛି।ଘଟଣା ସ୍ଥଳରୁ ଟ୍ରକଟି ଫେରାର ହୋଇଯାଇଛି।ଏମାନେ ସମସ୍ତଙ୍କ ଘର କାମାକ୍ଷାନଗର ଥାନା ବେଲବସନ୍ତ ଗ୍ରାମରେ ଜଣାପଡିଛି। ଏମାନେ ସମସ୍ତେ ମହ୍ଲାର ସମ୍ପ୍ରଦାୟର ହୋଇଥିବାରୁ ବିଭିନ୍ନ ଗ୍ରାମକୁ ଯାଇ ମହୁ ସଂଗ୍ରହ କରି କିମ୍ବା ଘରଘର ବୁଲି ମାଗିକରି ଚଳିଥାନ୍ତି। ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଚଳାଇଛି।
ପ୍ରକାଶ କୁମାର ପାତ୍ର reporter
