ମୁନିଗୁଡ଼ା ସ୍ନାତକ ମହାବିଦ୍ୟାଳୟରେ ପ୍ରତିଯୋଗିତା ଆରମ୍ଭ
ମୁନିଗୁଡ଼ା ସ୍ନାତକ ମହାବିଦ୍ୟାଳୟ ପରିସରରେ ଓଡ଼ିଶା ସରକାରଙ୍କ ଉଚ୍ଚ ଶିକ୍ଷା ବିଭାଗ ଦ୍ଵାରା ନିର୍ଦ୍ଧାରିତ ସମୟ ସୀମା ଅନୁସାରେ ଆଜି ଖେଳ, କଳା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଶୁଭାରମ୍ଭ ହୋଇଯାଇଛି।ଉକ୍ତ ପ୍ରତିଯୋଗିତାକୁ ଅଧ୍ୟକ୍ଷ ହୃଷିକେଶ ଜାଲି ଆନୁଷ୍ଠାନିକ ଭାବେ ଉଦଘାଟନ କରି ଏହାର ତାତ୍ପର୍ଯ୍ୟ ଉପରେ ଅଭିଭାଷଣ ପ୍ରଦାନ କରିଥିଲେ।କ୍ରୀଡ଼ା ଉପସଭାପତି ଅଧ୍ୟାପକ ବିରାଟ କିଶୋର ପଣ୍ଡା ପ୍ରତିଯୋଗିତାର ମହତ୍ତ୍ୱପୂର୍ଣ୍ଣ ବିଚାରର ବର୍ଣ୍ଣନା କରିଥିଲେ। କ୍ରିକେଟ, କବାଡ଼ି, ଦୌଡ଼, ଖୋ- ଖୋ,ତର୍କ ପ୍ରବନ୍ଧ, ଗୀତ, ନାଚ,ଚେସ ଓ କ୍ୟାରେମ ଇତ୍ୟାଦି ଯାବତୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ନିଜ ନିଜର ଶିକ୍ଷା ସହ ଦକ୍ଷତା ପ୍ରତୀପାଦିତ କରିବା ନିମନ୍ତେ ଆହ୍ୱାନ ଦେଇଥିଲେ।ଏ ସମସ୍ତ ପ୍ରତିଯୋଗିତାର ବିଚାର ଭାବରେ ସର୍ବଶ୍ରୀ ଅଧ୍ୟାପକ ଡ଼ଃ ରାମନାଥ ମହାପାତ୍ର, ଅଧ୍ୟାପକ ରଜନୀକାନ୍ତ ମିଶ୍ର, ଅଧ୍ୟାପିକା ମନୋରମା ମହାପାତ୍ର, ଅଧ୍ୟାପକ ବିଶ୍ୱନାଥ ନାୟକ, ଅଧ୍ୟାପକ ଗୋଲୋକ ସ୍ବାଇଁ, ଅଧ୍ୟାପିକା ଋତୁ କାଟି,ଅଧ୍ୟାପିକାପ୍ରତିମା ଗଉଡ଼, ବାଳକୃଷ୍ଣ ବାଣୁଆ, ଗଣେଶ ସାହୁ ରାମଚନ୍ଦ୍ର ପାଢ଼ୀ ପରିଚାଳନା କରୁଥିଲେ।ମହାବିଦ୍ୟାଳୟର ସମସ୍ତ ଛାତ୍ର ଛାତ୍ରୀ ମାନେ ଅଂଶଗ୍ରହଣ କରିଥିଲେ।
ରାୟଗଡ଼ାରୁ ନୀଳାମ୍ବର ମିଶ୍ରଙ୍କ ରିପୋର୍ଟ
