?କରୋନା ମୃତକଙ୍କ ପରିବାରକୁ ଆର୍ଥିକ ସହାୟତା ଓ ପ୍ରବାସୀ ଶ୍ରମିକ ମାନଙ୍କୁ ମାଗଣା ସାମଗ୍ରୀ ପାଇଁ ଦାବି?
ଭୁବନେଶ୍ୱର ୨୨/୦୭ : କରୋନା ମୃତକଙ୍କ ସଠିକ୍ ପଞ୍ଜୀକରଣ କରି ସେମାନଙ୍କ ପରିବାର କୁ ଆର୍ଥିକ ସହାୟତା ରାଶି ଓ ପ୍ରବାସୀ ଅଣସଙ୍ଗଠିତ ଶ୍ରମିକମାନଙ୍କ ର ସଠିକ ପଞ୍ଜୀକରଣ କରି ସେମାନଙ୍କୁ ଖାଦ୍ୟ ସୁରକ୍ଷା ଅଧିକାର ଅନୁଯାୟୀ ଖାଦ୍ୟ ସାମଗ୍ରୀ ଯୋଗାଇ ଦେବା ଦାବିରେ ଆଜି ଏସ୍ ୟୁ ସି ଆଇ କମ୍ୟୁନିଷ୍ଟ ପକ୍ଷରୁ ରାଜ୍ୟ ବ୍ୟାପୀ ପାଳିତ ହେଉଥିବା ଦାବି ସପ୍ତାହ ର ଅନ୍ତିମ ଦିବସ ରେ ଏସ୍ ୟୁ ସି ଆଇ କମ୍ୟୁନିଷ୍ଟ ଭୂବନେଶ୍ବର ଜିଲ୍ଲା ସାଙ୍ଗଠନିକ କମିଟି ପକ୍ଷରୁ ଏ ଡି ଏମ୍ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଉପୋଭୋକ୍ତ ଦାବିରେ ଏକ ବିକ୍ଷୋଭ ଅନୁଷ୍ଠିତ ହୋଇଯାଇଛି। ପ୍ରକାଶ ଥାଉକି ଗତ ୩୦ ଜୁନ୍ ଦିନ ସୁପ୍ରିମକୋର୍ଟ ଏହି ମର୍ମରେ ଏକ ରାୟ ପ୍ରକାଶ କରିଥିବା ବେଳେ ସରକାର ଏହାକୁ ଅଣଦେଖା କରୁଥିବାରୁ ପାର୍ଟି ପକ୍ଷରୁ ଅଭିଯୋଗ କରାଯାଇଛି। ଆଜିର ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ସଂପାଦକ ପୂର୍ଣ୍ଣଚନ୍ଦ୍ର ବେହେରା, ରାଜେନ୍ଦ୍ର ବର୍ମା ନସିମ ସରକାର ପ୍ରମୁଖ ନେତୃତ୍ବ ନେଇଥିଲେ।
