କ୍ୟୁବା ରାଷ୍ଟ୍ର ଉପରେ ହେଉଥିବା ଚକ୍ରାନ୍ତକୁ ନେଇ ସି.ଆଇ.ଟି.ୟୁ.ର ବିକ୍ଷୋଭ।

ଭୁବନେଶ୍ୱର :୨୨/୭- ଆଜି ସି ଆଇ ଟି ୟୁ ଭୁବନେଶ୍ୱର ଶାଖା ତରଫରୁ ସମାଜବାଦୀ କ୍ୟୁବା ସଂହତି କାର୍ଯ୍ୟକ୍ରମ ସ୍ଥାନୀୟ ମାଷ୍ଟର କ୍ୟାଣ୍ଟିନ ଛକରେ ଆୟୋଜନ ହୋଇଥିଲା। ସିଟୁ ର ରାଜ୍ୟ ସଭାପତି ସାଥୀ ଜନାର୍ଦ୍ଧନ ପତି ଏହି ବିକ୍ଷୋଭ ସମାବେଶରେ ଭାଷଣ ଦେଇ ସାମ୍ରାଜ୍ୟ ବାଦୀ ଓ ପୁଞ୍ଜି ବାଦୀ ଦେଶ ଆମେରିକା ଏକ କ୍ଷୁଦ୍ର ସମାଜବାଦୀ ତଥା କମ୍ୟୁନିଷ୍ଟ ଶାସିତ ରାଷ୍ଟ୍ର କ୍ୟୁବା କୁ ଦୀର୍ଘ ୬୦ବର୍ଷ ଧରି ଅର୍ଥନୈତିକ ଭାବେ ବାସନ୍ଦ କରିଛି । ଆମେରିକାର ସମସ୍ତ ଚକ୍ରାନ୍ତକୁ ପଣ୍ଡକରି କ୍ୟୁବାର ସଂଗ୍ରାମୀ ନେତା କମ୍ରେଡ଼ ଫିଡେଲ କାଷ୍ଟ୍ର ଓ ପୃଥିବୀର ଅଦ୍ୱିତୀୟ ବିପ୍ଲବୀ କମ୍ରେଡ଼ ଚେ ଗୁଏଭରା ଙ୍କ ନେତୃତ୍ତ୍ୱରେ ଜନସଗ୍ରାମ ସଫଳ ହେଲା ପରେ ସମାଜବାଦୀ ଶାସନ କ୍ୟୁବାର ପ୍ରତିଷ୍ଠା ୧୯୬୦ ମସିହାରୁ ହୋଇଛି। ସେହିଦିନଠାରୁ ଆମେରିକା ମାତ୍ର ଏକ କୋଟି ୧୦ ଲକ୍ଷ ଲୋକ ବାସ କରୁଥିବା ଏହି ଲାଟିନ ଆମେରିକୀୟ ଦେଶକୁ ଅର୍ଥନୈତିକ ବାସନ୍ଦ କରିଛି। ମାତ୍ର କ୍ୟୁବାକୁ ପୃଥିବୀର ୧୭୯ ରୁ ଅଧିକ ଦେଶ ସମର୍ଥନ କରି ଆସୁଛନ୍ତି । ଖୋଦ ଆମେରିକାରେ ୬୦୦ରୁ ଅଧିକ କ୍ଲବ ଓ ଆମେରିକା କମ୍ୟୁନିଷ୍ଟ ପାର୍ଟି କ୍ୟୁବା ସପକ୍ଷରେ ଆନ୍ଦୋଳନ କରି ବାସନ୍ଦ ଉଠାଇବାକୁ ଦବିକାରୀ ଆସୁଛନ୍ତି। କେବଳ ଆଖୁ ଉତ୍ପାଦନ , ଚିନି ଓ ମୃଦୁ ପାନୀୟ ବ୍ୟତୀତ ଏହି ଦେଶରେ ଖାଦ୍ୟ ଶସ୍ୟ ପ୍ରାୟ ହୁଏ ନାହିଁ। ବିଶ୍ବରୁ ଖାଦ୍ୟ ଶସ୍ୟ ଓ ଅନ୍ୟାନ୍ୟ ଦ୍ରବ୍ୟ ନ ପାଇ ଏଠାର ଜନତା ଖାଇବାକୁ ପାଉ ନାହାଁନ୍ତି। ଆନ୍ୟାନ୍ୟ ଦେଶରୁ ଆସୁଥିବା ଖାଦ୍ୟଶସ୍ୟ ଜାହାଜ କୁ ଆମେରିକୀୟ ଉପସଗାର ରେ ଜବତ କରାଯାଉଛି ଫଳରେ କ୍ୟୁବା ବନ୍ଦରକୁ ଯାଇ ପାରୁନାହିଁ। ଜାତିସଙ୍ଘ ମଧ୍ୟ ତାର ଯୋଗ୍ୟ ଭୂମିକା ଆମେରିକା ଚା ପରେ କରିପାରୁ ନାହିଁ। କ୍ୟୁବାର ଆଭ୍ୟନ୍ତରୀଣ ବ୍ୟାପାର ରେ ଆମେରିକା ହସ୍ତକ୍ଷେପ କରି ସେଠାରୁ କମ୍ୟୁନିଷ୍ଟ ଶାସନ ଭାଙ୍ଗିବା କୁ ତୀବ୍ର ଷଡଯନ୍ତ୍ର କରୁଛି। ଏହାର ରାଷ୍ଟ୍ରପତି ମୁଦ୍ରଓ ଙ୍କ ନେତୃତ୍ୱରେ କ୍ୟୁବା ଜନଗଣ ଶପଥ ନେଇଛନ୍ତି ଆମେରିକାର ତାନସହିକୁ ପରାହତ କରିବାକୁ। ଏହା ସତ୍ତ୍ୱେ କ୍ୟୁବା ର ସମାଜବାଦୀ ସରକାର ସମଗ୍ର ପୃଥିବୀରେ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଖ୍ୟାତି ଲାଭ କରିଛନ୍ତି। କୋଭିଡ ମହାମାରୀ ରୁ ବିଶ୍ୱବାସୀଙ୍କୁ ସୁରକ୍ଷା ଦେବାକୁ ୪୦ଗୋଟି ୟୁରୋପୀୟ ଓ ଲାଟିନ ଆମେରିକୀୟ ଦେଶକୁ ନିଜର ଡାକ୍ତରୀ ଦଳ ଓ ମେଡିସିନି ପଠାଇଥିଲା। ନିଜେ କୋଭିଡ ଭ୍ୟାକସିନୀ ଉତ୍ପାଦନ କରି ଆଫ୍ରିକୀୟ ଓ ଲାଟିନ ଆମେରିକୀୟ ଦେଶକୁ ପଠାଇବାର ଯୋଜନା କରୁଥିବାବେଳେ ତାର ସାମ୍ରାଜ୍ୟବାଦୀ ଷଡଯନ୍ତ୍ର ଜରିଆରେ ବାସନ୍ଦ କୁ ଆହୁରି କଡାକଡି କରିଛି। ଆମେରିକାର ଏହି ଅମାନବୀୟ କାର୍ଯ୍ୟକୁ ସି ଆଇ ଇଉ ଟି ଦୃଢ ଭାବରେ ନିନ୍ଦା କରୁଛି ଓ ତୁରନ୍ତ ଅର୍ଥନୈତିକ ବାସନ୍ଦ କୁ ହଟାଇବାକୁ ଦାବୀ କରୁଛି ବୋଲି ଶ୍ରୀ ପତି କହିଥିଲେ।। ସିଟୁ ରାଜ୍ୟ କମିଟି ତରଫରୁ କ୍ୟୁବା ସଂହତି ପାଣ୍ଠି ସଂଗହ କରାଯାଇ ପଠାଯିବାକୁ ଶ୍ରୀ ପତି ଘୋଷଣା କରିଥିଲେ। ଏହି ବିଖୋଭ କାର୍ଯ୍ୟକ୍ରମରେ ନାରୀନେତ୍ରୀ ପୁଷ୍ପା ଦାଶ, ପୂର୍ଣ୍ଣ ଚନ୍ଦ୍ର ପାଢ଼ୀ, ସତ୍ୟାନନ୍ଦ ବେହେରା, ଭୁବନେଶ୍ୱର କମିଟି ର ନେତା ଶ୍ରୀ ପ୍ରଦୀପ୍ତ ନାୟକ, ପ୍ରଭାତ ପାଣିଗ୍ରାହୀ, ବସନ୍ତ ସାହୁ, ଏକାଦଶୀ ବେହେରା, DYFI ରାଜ୍ୟ ସଭାପତି ଶ୍ରୀ ଯତୀନ ନାୟକ, ଆମ୍ବୁଜ ନାଥ ପ୍ରଭୃତି ଙ୍କ ନେତୃତ୍ୱରେ ଅନେକ ସାଥୀ ଭାଗ ନେଇଥିଲେ। ଆଗାମୀ ଜୁଲାଇ ୨୬ ତାରିଖ କ୍ୟୁବା ବିପ୍ଳବ ଦିବସ ଦିନ ସମଗ୍ର ଭାରତରେ କ୍ୟୁବା ସଂହତି ଦିବସ ପାଳନ କରାଯିବ।

Leave a Reply

Your email address will not be published. Required fields are marked *