ନିମାପଡା ଅବକାରୀ ବିଭାଗର ବଡ଼ ସଫଳତା
ନିମାପଡା ଅବକାରୀ ବିଭାଗକୁ ବଡ଼ ସଫଳତା | ମୋଷ୍ଟ ୱାଣ୍ଟେଡ ବ୍ରାଉନ ସୁଗାର ବେପାରୀ ଗିରଫ | ଦୀର୍ଘ ଦିନ ହେଲା ନିମାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟ ନିକଟସ୍ତ ଆଖପାଖ ଏରିଆରେ ଏହି ବ୍ରାଉନ ସୁଗାର ବେପାରୀ ନିଜର କଳା ସାମର୍ଯ୍ୟ ବିସ୍ତାର କରିଥିଲା | ଟାର୍ଗେଟରେ ଥିଲେ ଯୁବଗୋଷ୍ଠୀ ଧଳା ଜହର ଯୁବ ଗୋଷ୍ଠୀଙ୍କୁ ବିକ୍ରୟ କରି ଲକ୍ଷ ଲକ୍ଷ ଟଙ୍କା ମୁନଫା କରୁଥିଲା ଏହି ଧଳା ଜହର ବ୍ୟବସାୟୀ | ବ୍ରାଉନ ସୁଗାର ବେପାର କରୁଥିବା ବେଳେ ମାଡି ବସିଲା ନିମାପଡା ଅବକାରୀ ବିଭାଗ | ସୂଚନା ମୁତାବକ ପୁରୀ ଅବକାରୀ ଅଧିକ୍ଷକ ଜଗଦୀଶ ଚନ୍ଦ୍ର ସାମଲଙ୍କ ନିର୍ଦେଶକ୍ରମେ ନିମାପଡ଼ା ଅବକାରୀ ଥାନା ଭାରପ୍ରାପ୍ତ ଅଧିକାରୀ ନାରାୟଣ ବେହେରାଙ୍କ ନେତୃତ୍ୱରେ ଏକ ଟିମ ନିମାପଡ଼ା ଥାନା ଅଧୀନ ନିମାପଡ଼ା ସ୍ଵୟଂଶାସିତ ମହାବିଦୟାଳୟ ପଛ ପଟ ଫାଟକ ନିକଟରୁ ଚଢ଼ାଉ କରି ସୌରଭ ଘୋଷଲ ଓରଫ ଜୋଜ ନାମକ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଥିଲା ତା ନିକଟରୁ ୭୩ ଗ୍ରାମ ବ୍ରାଉନ ସୁଗାର (ହେରୋଇନ ) ସହ ଏକ yamaha R15 bike ଏବଂ ୫୦୦୦(ପାଞ୍ଚ ହଜାର) ଟଙ୍କା ଘଟଣା ସ୍ଥଳରୁ ଜବତ କରିଥିଲା ନିମାପଡା ଅବକାରୀ ବିଭାଗ | ଅବକାରୀ ଥାନା କେସ ନଂ :- ୧୧୩/୨୩-୨୪ ରେ ଅଭିଯୁକ୍ତ ସୌରଭ ଓରଫ ଜୋଜକୁ ଗିରଫ କରି କୋର୍ଟ ଚାଲାଣ କରା ଯାଇଥିବା ବେଳେ ଅଭିଯୁକ୍ତର ଜାମିନ ନାମଞ୍ଜୁର ହେବାରୁ ନିମାପଡା ଉପ-କlରାଗIରକୁ ପଠାଇ ଦିଆ ଯାଇଛି | ଜବତ ବ୍ରାଉନ ସୁଗାରର ମୂଲ୍ୟ ପ୍ରାୟ ୭,୩୦,୦୦୦ ଟଙ୍କାରୁ ଉର୍ଦ୍ଧ ହେବ ଅବକାରୀ ବିଭାଗ ସୂଚନା ଦେଇଛି ଏହି ଚଢ଼ାଉରେ ଅବକାରୀ ASI-ଜିତେନ୍ଦ୍ର କୁମାର ବେହେରା,ତପନ କୁମାର ପ୍ରଧାନ ,ସ୍ୱାଗତିକା ଘଡେ଼ଇ, ଶରତ ଚନ୍ଦ୍ର ସାହୁ ପ୍ରମୁଖ ସାମିଲ ଥିଲେ |
Nimapada – Nivedita Mishra
