ଆମ ଓଡ଼ିଶା ନବୀନ ଓଡିଶା କାର୍ଯ୍ୟକ୍ରମ

ଆଜି ଆମ ଓଡ଼ିଶା ନବୀନ ଓଡିଶା କାର୍ଯ୍ୟକ୍ରମ ଜିଲ୍ଲାର ସମସ୍ତ ୮ଟି ବ୍ଲକରେ ଅନୁଷ୍ଠିତ ହୋଇଯାଇଛି ।ଏହି କାର୍ଯ୍ୟକ୍ରମରେ ଜଗତସିଂହପୁର ଜିଲ୍ଲାର ସମସ୍ତ ବ୍ଲକରେ ମେଡିକାଲ, ବିଦ୍ୟାଳୟ, ମଠ, ମନ୍ଦିର, କମ୍ୟୁନିଟି ସେଣ୍ଟର ଆଦି ବିଭିନ୍ନ ଉନ୍ନୟନ କାର୍ଯ୍ୟ ପାଇଁ ୯୯ କୋଟି ଟଙ୍କା ବ୍ୟୟରେ ୨ହଜାର ୯୨୨ ପ୍ରକଳ୍ପ ପାଇଁ ମୁଖ୍ୟମନ୍ତ୍ରୀ ଶୁଭାରମ୍ଭ କରିଥିଲେ ।ଏହି ଅବସରରେ ସଦର ବ୍ଲକ ପକ୍ଷରୁ ସ୍ଥାନୀୟ ନବକୃଷ୍ଣ ଚୌଧୁରୀ ଷ୍ଟାଡିୟମ ଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜଗତସିଂହପୁର ବିଧାୟକ ତଥା ସରକାରୀ ମୁଖ୍ୟ ସଚେତକ ପ୍ରଶାନ୍ତ କୁମାର ମୁଦୁଲିଙ୍କ ସମେତ ସମସ୍ତ ବିଭାଗୀୟ ଅଧିକାରୀ,ପଞ୍ଚାୟତ ପ୍ରତିନିଧି, ମିଶନ ଶକ୍ତି ମହିଳା ପ୍ରମୁଖ ଉପସ୍ଥିତ ରହିଥିଲେ ।ସେହିପରି ନାଉଗାଁ ବ୍ଲକରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ମନୋଜ ଭୋଇ,ଏରସମା ବ୍ଲକରେ ବିଧାୟକ ରଘୁନନ୍ଦନ ଦାସ, ବାଲିକୁଦା ବ୍ଲକରେ ପଂଚାୟତ ସମିତି ଅଧ୍ୟକ୍ଷ ପ୍ରକାଶ ପ୍ରଧାନ,ବିରିଡି ବ୍ଲକରେ ବିଧାୟକ ବିଜୟ ଶଙ୍କର ଦାସ,ରଘୁନାଥପୁର ବ୍ଲକରେ ପଞ୍ଚାୟତ ସମିତି ଉପାଧ୍ୟକ୍ଷ ଦେବାଶିଷ ତ୍ରିପାଠୀ, ତିର୍ତ୍ତୋଲ ବ୍ଲକରେ ପଂଚାୟତ ସମିତି ଅଧ୍ୟକ୍ଷ ମନୋଜ କୁମାର ବେହେରା, ପାରାଦ୍ୱୀପ ଠାରେ ବିଧାୟକ ସମ୍ବିତ ରାଉତରାୟ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମର ପରିଚଳନା କରିଥିଲେ ।

Rita Sahoo reporter

Leave a Reply

Your email address will not be published. Required fields are marked *