ବଂଶୀଧର ଇଣ୍ଟର ନ୍ୟାସନାଲ ଫାଉଣ୍ଡେସନର ବାର୍ଷିକ ଉତ୍ସବ ପାଳନ
ନୟାଗଡ଼ ପୂର୍ବତନ ବିଧାୟକ ସ୍ବର୍ଗତ ବଂଶୀଧର ସାହୁଙ୍କ ପଞ୍ଚମ ଶ୍ରାଦ୍ଧ ବାର୍ଷିକ ସମାରୋହ ଓ ବଂଶୀଧର ଇଣ୍ଟର ନ୍ୟାସନାଲ ଫାଉଣ୍ଡେସନର ବାର୍ଷିକ ଉତ୍ସବ ପାଳନ | ଅଦ୍ୟ ତା 26.10.23 ରିଖରେ ବଂଶୀଧର ସ୍ମୃତି କମିଟି ସଭାପତି ଡ଼. ରଙ୍ଗନାଥ ବେହେରାଙ୍କ ସଭାପତିତ୍ୱରେ ବଂଶୀଧର ମହାବିଦ୍ୟାଳୟ ପରିସରରେ ବିଶିଷ୍ଟ ରାଜନେତା, ସାହିତ୍ୟିକ, ଶିକ୍ଷାବିତ, ନାଟ୍ୟକାର, ସମାଜସେବୀ ତଥା ନୟାଗଡ଼ର ପୂର୍ବତନ ବିଧାୟକ ସ୍ବର୍ଗତ ବଂଶୀଧର ସାହୁଙ୍କ ପଞ୍ଚମ ଶ୍ରାଦ୍ଧ ବାର୍ଷିକ ସମାରୋହ ଓ ବଂଶୀଧର ଇଣ୍ଟର ନ୍ୟାସନାଲ ଫାଉଣ୍ଡେସନ ଫର ପିସ ଆଣ୍ଡ ଡେଭଲପମେଣ୍ଟର ବାର୍ଷିକ ଉତ୍ସବ ପାଳନ ହୋଇ ଯାଇଅଛି | ଏହି ଅବସରରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ଅର୍ଥମନ୍ତ୍ରୀ ତଥା ପି.ସି.ସି ଇସ୍ତାହାର କମିଟି ଅଧ୍ୟକ୍ଷ ଶ୍ରୀଯୁକ୍ତ ପଞ୍ଚାନନ କାନୁନଗୋ, ମୁଖ୍ୟ ବକ୍ତା ଭାବେ କଂଗ୍ରେସ ସେବାଦଳ ଅଧ୍ୟକ୍ଷ ଡ଼ଃ. ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର, ସମ୍ମାନିତ ଅତିଥି ଭାବେ ପିସିସି ସଭ୍ୟ ଡକ୍ଟର ଶମ୍ଭୁ ପାଣିଗ୍ରାହୀ, ସମାଜସେବୀ ପ୍ରଦ୍ୟୁମ୍ନ ସାହୁ, ବେଣୁଧର ନାୟକ ଏବଂ ବଂଶୀଧର ମହାବିଦ୍ୟାଳୟ ଅଧ୍ୟକ୍ଷ ହରପ୍ରସାଦ ରଣସିଂହ ଯୋଗ ଦେଇ ସ୍ବର୍ଗତ ବଂଶୀଧର ସାହୁଙ୍କ ସ୍ମୁତି ଚାରଣ କରିଥିଲେ | ମୁଖ୍ୟ ବକ୍ତା ଡ଼ଃ. ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର ବଂଶୀବାବୁ ଜଣେ ସର୍ବଗୁଣ ସମ୍ପର୍ଣ୍ଣ ବ୍ୟକ୍ତିତ୍ୱ ଥିଲେ ବୋଲି ଅବିହିତ କରିଥିଲେ | ମୁଖ୍ୟ ଅତିଥି ଶ୍ରୀଯୁକ୍ତ କାନୁନଗୋ ତାଙ୍କ ବ୍ୟକ୍ତବ୍ୟରେ କହିଥିଲେ ଯେ ବଂଶୀ ବାବୁ ଜଣେ ନୟାଗଡ଼ ମାଟି ପ୍ରେମୀ ଥିଲେ | ତାଙ୍କ ଦ୍ୱାରା ନିର୍ମିତ ଚିନିକଳ ତା’ର ମୁକ ସାକ୍ଷୀ | ସେ ତାଙ୍କ ଶେଷ ଜୀବନ ପର୍ଯ୍ୟନ୍ତ ନୟାଗଡ଼ ଉନ୍ନତି ପାଇଁ ଅହରହ ଚେଷ୍ଟା କରୁଥିଲେ | ସେ ଜଣେ ସାରସ୍ୱତ ସାଧକ ଭାବେ ଓଡ଼ିଶାର ବାଣୀ ଭଣ୍ଡାରକୁ ଅନେକ ପୁସ୍ତକ ରଚନା କରି ରୁଦ୍ଧିମନ୍ତ କରିଛନ୍ତି | ଅନ୍ୟ ମାନଙ୍କ ମଧ୍ୟରେ ପସିସି ସମ୍ପାଦକ ହୁସେନ ଖାଁ, ବରିଷ୍ଠ ନେତା ବିଶ୍ୱନାଥ ବରାଡ଼, ନୟାଗଡ଼ ଜିଲ୍ଲା କଂଗ୍ରେସ ସମ୍ପାଦକ ବିଭୁତି ଜେନା, ବିଜେପି ନେତା ତଥା ସମାଜ ସେବୀ ସନ୍ତୋଷ ପ୍ରଧାନ, ଜିଲ୍ଲା ଛାତ୍ର କଂଗ୍ରେସ ସଭାପତି ଜ୍ୟୋତି ରଞ୍ଜନ ଦାସ, ସ୍ବର୍ଗତ ସାହୁଙ୍କ ସ୍ମୃତି ଚାରଣ କରିଥିଲେ | ଏହା ବ୍ୟତୀତ ନୟାଗଡ଼ ଜିଲ୍ଲା ଛାତ୍ର କଂଗ୍ରେସ ପୂର୍ବତନ ସଭାପତି ଅକ୍ଷୟ କୁମାର ମଲ୍ଲ ସମାଜସେବୀ ବିନୋଦିନୀ ମହାନ୍ତି, ନୟାଗଡ଼ ବ୍ଲକ କଂଗ୍ରେସ ସଭାପତି ଫକୀର ଚରଣ ମଲ୍ଲ, ନୟାଗଡ଼ ଜିଲ୍ଲା କଂଗ୍ରେସ ସେବାଦଳ ଅଧ୍ୟକ୍ଷ ବିମଳ କୁମାର ଦାସ ଯୋଗ ଦେଇଥିଲେ | ବ୍ୟଙ୍ଗ କବି ତଥା ଅଭିନେତା ରବୀନ୍ଦ୍ର ରାଉତ ସଭାକାର୍ଯ୍ୟ ପରିଚାଳନା କରିଥିବା ବେଳେ, ସମ୍ପାଦକ ଉମେଶ ଚନ୍ଦ୍ର ପଟ୍ଟନାୟକ ବାର୍ଷିକ ବିବରଣୀ ପାଠ ଓ ଧନ୍ୟବାଦ ଅର୍ପଣ କରିଥିଲେ | ଏହି ଅବସରରେ ବିଶିଷ୍ଟ ବ୍ୟକ୍ତି ବିଶେଷଙ୍କୁ ସମ୍ମାନୀତ କରାଯାଇଥିଲା | ଅନ୍ତର୍ଯ୍ୟାମୀ ସାହୁ, ପ୍ରମୋଦ କୁମାର ନାୟକ, ପ୍ରଶାନ୍ତ କୁମାର ସାହୁ, ପ୍ରଦ୍ୟୁମ୍ନ କୁମାର ସାହୁ ଓ ପ୍ରଶାନ୍ତ କୁମାର ପୃଷ୍ଟି ଙ୍କୁ (ବଂଶୀଧର ସେବା ସମ୍ମାନ ) ପରମାନନ୍ଦ ସ୍ୱାଇଁ ଙ୍କୁ (ସାରସ୍ୱତ ସମ୍ମାନ )ଓ ପୁରୁଷୋତ୍ତମ ମହାପାତ୍ର (ପ୍ରମେୟ ଜିଲ୍ଲା ପ୍ରତିନିଧି ), ନବ କିଶୋର ମିଶ୍ରଙ୍କୁ(ନିୟୁଜ 18 ଜିଲ୍ଲା ପ୍ରତିନିଧି ) ଙ୍କୁ ପତ୍ରକାର ସମ୍ମାନରେ ସମ୍ମାନିତ କରାଯାଇଅଛି | ସେହିପରି କୁମାର ସଂସଦ, ବାଉଁଶିଆପଡ଼ା, ଓ ନେତାଜୀ ପାଠାଗାର, ହରେକୃଷ୍ଣପୁର ଏବଂ ଜିତେନ୍ଦ୍ର କୁମାର ସାଥୁଆ (ଇଟାମାଟି )ଙ୍କୁ ପରିବେଶ ସମ୍ମାନରେ ସମ୍ମାନୀତ କରାଯାଇଅଛି | ବିଜୟ କୁମାର ଦାଶ, ବରିଷ୍ଠ ନେତା ବିଶ୍ୱନାଥ ବରାଡ଼, ଡକ୍ଟର ଶମ୍ଭୁ ପାଣିଗ୍ରାହୀ, ପଞ୍ଚାନନ ଦାଶ (ଓଡ଼ିଶା ସରକାରଙ୍କ ପୂର୍ବତନ ଶାସନ ସଚିବ ), ମୁଖ୍ୟ ବକ୍ତା ଡ଼ଃ. ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର, ଓ ମୁଖ୍ୟ ଅତିଥି ପୂର୍ବତନ ମନ୍ତ୍ରୀ ପଞ୍ଚାନନ କାନୁନଗୋ ଙ୍କୁ ବଂଶୀଧର ସ୍ମୃତି ସମ୍ମାନରେ ସମ୍ମାନୀତ କରାଯାଇଥିଲା |
ରିପୋର୍ଟ -ରାମକୃଷ୍ଣ ରଥ, ନୟାଗଡ
