ତାଳଚେରରେ ଦଶହରା ଏକ ନିଆରା ପରମ୍ପରା
ପ୍ରତି ବର୍ଷ ଆଶ୍ୱିନମାସ ଶୁକ୍ଳପକ୍ଷ ସପ୍ତମୀ ଠାରୁ ଦଶମୀ ପର୍ଯ୍ୟନ୍ତ ମା ଦୁର୍ଗାଙ୍କପୂଜା କରାଯାଏ । ଦେବୀ ତିନିଦିନ ପୂଜାପାଇବା ପରେ ଦଶମୀରେ ବିସର୍ଜନ ହୁଅନ୍ତି । ପର୍ବପର୍ବାଣୀ ସାମାଜିକ ଜୀବନକୁ ମଧୁମୟ ଓ ଆମୋଦିତ କରେ । ତେଣୁ ଧନୀଗରୀବ ନିର୍ବିଶେଷରେ ପ୍ରତ୍ୟେକ ବ୍ୟକ୍ତି ପର୍ବ ପାଳନ କରିଥାନ୍ତି । ବର୍ତମାନ ତାଳଚେର ବ୍ଲକ କଙ୍କିଳୀ ଗ୍ରାମରେ ୭୩ ତମ ଶାରଦୀୟ ଦୁର୍ଗାପୂଜା ପାଳିତ ହେଉଛି l ଏହି ପାର୍ବଣରେ ପ୍ରତ୍ୟେକ ପାଇକ ଭାଇମାନେ ତାଙ୍କର ଅଧିଷ୍ଠାତ୍ରୀ ଦେବୀ ମା କନକ ଦୁର୍ଗା ଙ୍କୁ ପୂଜା ଅର୍ଚ୍ଚନା କରି ଓ ହାତରେ ଅସ୍ତ୍ର ପରିଧାନ କରି ଐତିହ୍ୟ ପରମ୍ପରାକୁ ବଜାଇ ରଖିଥାଆନ୍ତି o ପାଇକ ଭାଇ ମାନେ ଏକତ୍ରିତ ହୋଇ ଗ୍ରାମ ପରିକ୍ରମା କରି ରାଜା ଙ୍କୁ ଭେଟି କରିବା ପାଇଁ ବାହାରି ଆସନ୍ତୁ ତାଳଚେର ରାଜ ପ୍ରସାଦ। ମୁସଲମାନଙ୍କ ମହରମ, ଖ୍ରୀଷ୍ଟିଆନଙ୍କ ବଡ଼ଦିନ ପରି ଦଶହରା ବା ଦୁର୍ଗାପୂଜା ହିନ୍ଦୁମାନଙ୍କର ଏକ ପ୍ରମୁଖ ପର୍ବ ଓ ଏହି ଉତ୍ସବ ବିଜୟା ଦଶମୀ ନାମରେ ଖ୍ୟାତ । ହିନ୍ଦୁମାନଙ୍କ ପର୍ବପର୍ବାଣୀ ପଛରେ କିଛି ନା କିଛି ପୌରାଣିକ ଆଖ୍ୟାନ ରହିଛି ।ଯେତେ ବେଳେ ତ୍ରିଭୁବନରେ ଶକ୍ତିଶାଳୀ ମହିଷାସୁର ରାକ୍ଷସର ଅତ୍ୟାଚାର ରେ ଅତିଷ୍ଟ ହୋଇ ଉଠିଥିଲା ସେତେବେଳେ ମା ଦୂର୍ଗା ଙ୍କ ଆବିର୍ଭାବ ହୋଇଥିଲା ଏବଂ ସେ ମହିଷାସୁରର ବଦ୍ଧ କରିଥିଲେ l ତେଣୁ କେଉଁ ଆବାହ ମାନ କାଳ ରାଜା ରାଜୁଡ଼ା ଅମଳରୁ ମା ଦଶ ଭୂଜାଙ୍କ ଦଶହରା ତାଳଚେରରେ ଏକ ନିଆରା ପରମ୍ପରା ପୂର୍ବ ପୁରୁଷରୁ ଆଜି ପର୍ଯ୍ୟନ୍ତ ମା ଙ୍କ ବିଜୟା ଦଶମୀ ବା ଦଶହରା ଭାବରେ ପାଳିତ ହୋଇ ଆସୁଛି l
Uttam das reporter
