ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମ୍ମୁଖରେ ଗଣଧାରଣା
ଜଗତସିଂହପୁର ଜିଲ୍ଲା ସଦର ମହକୁମାରେ ମେଡିକାଲ କଲେଜ ଖୋଲିବା ଦାବିରେ ଆଜି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମ୍ମୁଖରେ ଗଣଧାରଣା ଦିଆଯାଇଛି । ଜଗତସିଂହପୁର ଜିଲ୍ଲା ସ୍ୱାସ୍ଥ୍ୟ ସୁରକ୍ଷା ଅଭିଯାନ ପକ୍ଷରୁ ଆୟୋଜିତ ଏହି ଗଣ ଧାରଣାର ନେତୃତ୍ୱ ନେଇଛନ୍ତି ବିଶିଷ୍ଟ ସମାଜସେବୀ ତଥା ଆଇନଜୀବୀ ବାସୁଦେବ । ଜଗତସିଂହପୁର ଜିଲ୍ଲା ସଦର ମହକୁମାରେ ବ୍ୟାପକ ସରକାରୀ ସ୍ଥାନ ଥିବା ବେଳେ ଏହିଠାରେ ସରକାରୀ ମେଡିକାଲ କଲେଜ ପ୍ରତିଷ୍ଠା ଦାବିରେ ଏହି ଗଣଧାରଣା ଦିଆଯାଇଛି । ଏହା ସହିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରହିଥିବା ପଲ୍ଲୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ କଟକ ସ୍ଥାନାନ୍ତର ପ୍ରକ୍ରିୟାକୁ ବନ୍ଦ କରିବା ପାଇଁ ମଧ୍ୟ ଦାବୀ କରାଯାଇଛି । ଏହି ଗଣ ଧାରଣାରେ ଦଳ ମତ ନିର୍ବିଶେଷରେ ସମାଜସେବୀ ହେମନ୍ତ ରଥ, ଦଳିତ ବିକାଶ ପରିଷଦର ସଭାପତି ଶଙ୍କର ଦାସ, ଜିଲ୍ଲା କଂଗ୍ରେସ ସଭାପତି ନଟବର ବାରିକ, ପୂର୍ବତନ ପୌରାଧ୍ୟକ୍ଷ ବିପ୍ଳବ ଚୌଧୁରୀ, ନବ ନିର୍ମାଣ ସଂଗଠନର ରଶ୍ମି ରଂଜନ ସ୍ୱାଇଁ, ବିଜେପିର ଜିଲ୍ଲା ସଭାପତି ସତ୍ୟବ୍ରତ ମହାପାତ୍ର ପ୍ରମୁଖ ବିଭିନ୍ନ ଅନୁଷ୍ଠାନର କର୍ମକର୍ତ୍ତା ପ୍ରମୁଖ ୫୦୦ରୁ ଉର୍ଦ୍ଧ୍ଵ ଜନସାଧରଣ ସାମିଲ ହୋଇ ଥିଲେ । ସରକାର ଏହି ଦାବି ଉପରେ ତୁରନ୍ତ ବିଚାର କରି ପଦକ୍ଷେପ ଗ୍ରହଣ କରିବାକୁ ଦାବି ହୋଇଛି । ଯଦି ସରକାର କୌଣସୀ ପଦକ୍ଷେପ ଗ୍ରହଣ ନ କରନ୍ତି ତେବେ ଆଗାମୀ ଦିନରେ ଜଗତସିଂହପୁର ବନ୍ଦ ଡାକରା ଦିଆଯିବ ବୋଲି ସ୍ୱାସ୍ଥ୍ୟ ସୁରକ୍ଷା କମିଟି ପକ୍ଷରୁ ଚେତାବନୀ ଦିଆଯାଇଛି ।
ଜଗତସିଂହପୁର – Ritaସାହୁ reporter
