ବ୍ରେନ୍ ଟ୍ୟୁମର ରୋଗରେ ପୀଡିତ ଚନ୍ଦନ

ବ୍ରେନ୍ ଟ୍ୟୁମର ରୋଗରେ ପୀଡିତ ଚନ୍ଦନ, ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ, ଆର୍ଥିକ ସହାୟତା ଯୋଗାଇ ଦେବାକୁ ନିବେଦନ।କୋଣାର୍କ,୦୮.୧୧-୨୦୨୩- ବ୍ରେନ୍ ଟ୍ୟୁମର ରୋଗରେ ପୀଡିତ ଚନ୍ଦନ, ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ, ଆର୍ଥିକ ସହାୟତା ଯୋଗାଇ ଦେବାକୁ ନିବେଦନ। ପୁରୀ ଜିଲ୍ଲା ଗୋପ ବ୍ଲକ ଅନ୍ତର୍ଗତ ସିମିଳି ପଞ୍ଚାୟତ ଅଧୀନ ନୂଆଗାଁ କଦଳୀବାରୀ ଗାଁରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଓ ଦୁଃଖଦଭରା କାହାଣୀ। ଦୀର୍ଘ 3ବର୍ଷ ହେବ ବ୍ରେନ ଟ୍ୟୁମର ରୋଗରେ ପୀଡିତ ହୋଇ ନିଜର ଶାରୀରିକ, ମାନସିକ ଓ ଶିକ୍ଷାଗତ ଅଧିକାର ହରାଇଛି ୧୫ବର୍ଷିୟ ନାବାଳକ ଚନ୍ଦନ ବେହେରା। ଗରୀବ ଓ ଅଭାବ ଅନାଟନ ଯୋଗୁଁ ଯାଇ ପାରୁନି ମେଡ଼ିକାଲ, ହୋଈ ପାରୁନି ଅପରେସନ। ଯାହା ଯୋଗୁଁ ଯାହା ଖାଇଲେ ବି ସବୁ ବାନ୍ତି ହେଇ ଯାଉଛି। ଏଥି ସହିତ 3 ବର୍ଷ ହେବ ମଧ୍ଯ ନିଜର ସାଙ୍ଗ ସାଥୀ ମାନଙ୍କ ଠାରୁ ଦୂରେଇ ରହି ଏକୁଟିଆ ବସି ରହୁଚି ଘରେ। ଡୋରି ବାନ୍ଧିଚି ପାଠ ପଢାରେ। କୋଣାର୍କ ରୁ ପୁରୀ ଭୁବନେଶ୍ୱର କଟକ ପର୍ଯ୍ୟନ୍ତ ମେଡ଼ିକାଲ ଦୌଡି ଦୌଡି ପାରିବାର ଲୋକେ ହେଲେଣି ନିରାଶ। ବାପା ଅଯୋଗ୍ୟ ହୋଈ କଲିକତା ରେ କାମ କଲେ ମଧ୍ଯ ଘରକୁ ଟଙ୍କାଟିଏ ଦିଅନ୍ତି ନାହିଁ, ବୋଉର ବେତ କୋଳି ମଞ୍ଜି ବୁଣି ଦିନକୁ ୨୦ ରୁ ୩୦ଟଙ୍କା ରୋଜଗାର ସହ ବୁଢ଼ୀ ମାର ମାସିକ ୫୦୦ଟଙ୍କା ଭତା ରେ ଚଳୁଛି ସଂସାର। ମେଡ଼ିକାଲକୁ ଯାଇ ଯାଇ ସରିଯାଇଚି ଅର୍ଥ, କରି ପାରୁନି ଚିକିତ୍ସା। ଯାହା ନିଜ ଜିବନ ସହ ଲଢେ଼ଇ କରୁଛି ନିରୀହ ଶିଶୁ ଚନ୍ଦନ। ଏବେ ଆମ ଗଣମାଧ୍ୟମ ଜରିଆରେ ସରକାରଂକ ଉପରେ ଓ ଜନ ସାଧାରଣଙ୍କ ସହଯୋଗ ପାଇଁ ନିବେଦନ କରିଛନ୍ତି ଆର୍ଥିକ ସହାୟତା ପାଇଁ। ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡ, ରେଡକ୍ରସ କିମ୍ବା ସାଧାରଣ ଲୋକ ଓ ଅନୁଷ୍ଠାନ ନିକଟରୁ ସହାୟତା ପାଇଁ ଚାହିଁ ରହିଛନ୍ତି ପାରିବାର। ଆର୍ଥିକ ସହାୟତା ମିଳିଲେ ମେଡ଼ିକାଲ ନେଇ ଅପରେସନ ଓ ଚିକିତ୍ସା ହେବ ବୋଲି ଚାତକ ପରି ଚାହିଁଛନ୍ତି ଲୋକଙ୍କ ସାହାର୍ଯ୍ୟକୁ। ଯେ କୌଣସି ସହୃଦୟ ବ୍ୟକ୍ତି ବିଶେଷ କୋଣାର୍କ କାନାରା ବ୍ୟାଙ୍କ ରେ ଥିବା ଚନ୍ଦନ ଙ୍କ ବୋଉ ସ୍ୱର୍ଣଲତା ବେହେରାଙ୍କ ଆକାଉଣ୍ଟ ନମ୍ବର 1194101013408 ରେ ସହାୟତା ରାଶି ଯୋଗାଇ ଦେଇ ପାରିବେ।

ଜ୍ଞାନ ବିଶ୍ଵାଳ reporter

Leave a Reply

Your email address will not be published. Required fields are marked *