ମହେଶ୍ବର ମହାନ୍ତିଙ୍କ ବିୟୋଗ ରେ ୨୨ମୌଜା ପକ୍ଷରୁ ଶ୍ରଦ୍ଧାଞ୍ଜଳୀ

ପୁରୀ, ତା ୮/୧୧ ପୂର୍ବତନ ବାଚସ୍ପତି, ରାଜସ୍ବ ମନ୍ତ୍ରୀ ଓ ବିଧାୟକ ମହେଶ୍ୱର ମହାନ୍ତି ଙ୍କ ବିୟୋଗ ରେ ଆଜି ବେଦାନ୍ତ ବିଶ୍ବବିଦ୍ୟାଳୟ ବିରୋଧୀ ସଂଘର୍ଷ ସମିତି (୨୨ମୌଜା ) ପକ୍ଷରୁ ଶ୍ରଦ୍ଧାଞ୍ଜଳୀ ସଭାର ଆୟୋଜନ ପୁରୀ ସଦର ଅନ୍ତର୍ଗତ ବେଲଦଳ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ରେ ଅନୁଷ୍ଠିତ ହୋଇଯାଇଛି। ସଙ୍ଘର୍ଷ ସମିତି ର ସଭାପତି ଦାମୋଦର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଏହି ସଭାରେ ୨୨ମୌଜା ର ପ୍ରତିନିଧିମାନେ ଯୋଗଦେଇ ମହେଶ୍ବର ବାବୁଙ୍କ ବିଭିନ୍ନ ଲୋକ ସମ୍ପର୍କ କାର୍ଯ୍ୟକ୍ରମ, ବିକାଶମୂଳକ କାର୍ଯ୍ୟ ପ୍ରଭୃତିରେ ତାଙ୍କର ଅବଦାନ ସ୍ମରଣୀୟ ହୋଇ ରହିବ ବୋଲି ମତବ୍ୟକ୍ତ କରିଥିଲେ। ସଭା ଆରମ୍ଭ ରେ ମହେଶ୍ବର ମହାନ୍ତି ଙ୍କ ଆତ୍ମା ର ସଦଗତି ପାଇଁ ୨ ମିନିଟ୍ ପାଇଁ ନୀରବ ପ୍ରାର୍ଥନା କରାଯାଇଥିଲା। ସଂଘର୍ଷ ସମିତି ର ଆବାହକ ତଥା ପୂର୍ବତନ ବିଧାୟକ ଉମାବଲ୍ଲଭ ରଥ ତାଙ୍କ ବକ୍ତବ୍ୟ ରେ କହିଥିଲେ ଯେ ତାଙ୍କ ସହ ଦୀର୍ଘ ବର୍ଷ ର ରାଜନୈତିକ ପ୍ରତିଦ୍ବନ୍ଦିତା କରିଥିଲେ ମଧ୍ୟ ମହେଶ୍ବର ବାବୁଙ୍କ ନିର୍ବାଚନ ଜିତିବାର ଚମତ୍କାର କଳା କୌଶଳ ଆଗରେ ଆମକୁ ହାର ମାନିବାକୁ ପଡୁଥିଲା । ଲୋକ ସମ୍ପର୍କ ରକ୍ଷାକରିବା ଓ ସଙ୍ଗଠନ କୁ ମଜଭୁତ କରି ରଖିବାର ଦକ୍ଷତା ତାଙ୍କ ଠାରୁ ଶିଖିବାକୁ ହେବ। ପୁରୀ ସହର ଓ ଗ୍ରାମାଞ୍ଚଳ ରେ ବିକାଶମୂଳକ କାର୍ଯ୍ୟରେ ତାଙ୍କର ଅବଦାନ କୁ ଭୁଲି ହେବନାହିଁ। ପୁରୀ ନିର୍ବାଚନମଣ୍ଡଳୀ ବାସୀ ଜଣେ ନେତା, ମୂରବୀ ଓ ଜଣେ ଧୂରିଣ ରାଜନେତାଙ୍କୁ ସବୁଦିନ ପାଇଁ ହରେଇ ଦେଇଛନ୍ତି, ଯାହା ଏକ ଶୂନ୍ୟସ୍ଥାନ ସୃଷ୍ଟି ହୋଇଛି ବୋଲି ପୂର୍ବତନ ବିଧାୟକ ରଥ ତାଙ୍କ ବକ୍ତବ୍ୟରେ କହିଥିଲେ ଓ ତାଙ୍କ ରାଜନୈତିକ ପ୍ରତିଦ୍ବନ୍ଦୀ ଭାବରେ ଦୀର୍ଘଦିନର ର ନିର୍ବାଚନ ଲଢ଼େଇ ହୋଇଥିଲେ ମଧ୍ୟ କେବେ ବି ବ୍ୟକ୍ତିଗତ ସ୍ତରରେ କୌଣସି ବିବାଦ ନ ଥିଲା।ଏହି ଶ୍ରଦ୍ଧାଞ୍ଜଳୀ ସଭାକୁ ବିଷ୍ଣୁ ପ୍ରସାଦ ମିଶ୍ର ସଂଯୋଜନା କରିଥିଲେ, ଅନ୍ୟମାନଙ୍କ ମଧ୍ୟରେ ସ୍ଥାନୀୟ ସରପଞ୍ଚ ବିପିନ ବିହାରୀ ଦାସ, ମଧୁସୂଦନ ରାଉତରାୟ, କୈଳାଶ ଚନ୍ଦ୍ର ସ୍ବାଇଁ, ଦାମୋଦର ନାୟକ, ଉମା ଚରଣ ପ୍ରଧାନ, ଲକ୍ଷ୍ମଣ ପ୍ରଧାନ, ହର ପ୍ରସାଦ ଜେନା, ପର୍ଶୁରାମ ପ୍ରଧାନ, ଅଭିମନ୍ୟୁ ସ୍ବାଇଁ, ଗନ୍ଧର୍ବ ଭୋଳ, ଅପର୍ତ୍ତି ପ୍ରଧାନ, କୈଳାସ ଜେନା, ଚିତ୍ରସେନ ପ୍ରଧାନ, ପ୍ରଫୁଲ୍ଲ ସାମନ୍ତରାୟ, ପ୍ରତାପ ନାୟକ, ବାବନ ଜେନା, ଜଟ ପ୍ରଧାନ, ସତ୍ୟବାନ ପ୍ରଧାନ ପ୍ରଭୃତି ସ୍ବର୍ଗତ ମହେଶ୍ବର ବାବୁଙ୍କ ବହୁମୁଖୀ ବ୍ୟକ୍ତିତ୍ଵ ବିଷୟରେ ସ୍ମୃତି ଚାରଣ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ତାଙ୍କ ପରିବାର, ଶୁଭେଚ୍ଛୁ, ଆତ୍ମୀୟ ସ୍ୱଜନ,ସମର୍ଥକ ଓ ଶୋକାଭିଭୂତ ଜନତାଙ୍କୁ ଏହି ଦୁଃଖଦ ପରିସ୍ଥିତି ରେ ମହାପ୍ରଭୁ ସେମାନଙ୍କୁ ସାହାଯ୍ୟ ହୁଅନ୍ତୁ ବୋଲି ପ୍ରାର୍ଥନା କରିଥିଲେ ।

Leave a Reply

Your email address will not be published. Required fields are marked *