ମାଓବାଦୀଙ୍କ ସହିଦ ସପ୍ତାହ ଆରମ୍ଭ। କନ୍ଧମାଳରେ କଡ଼ା ସୁରକ୍ଷା ବ୍ୟବସ୍ଥା ସରକାରି ବସଚଳାଚଳ ବନ୍ଦ।
ଫୁଲବାଣୀ:-୨୮/୭- ଆଜିଠୁ ମାଓବାଦୀ ସହିଦ ସପ୍ତାହ ଆରମ୍ଭ ହୋଇଛି । ଆସନ୍ତା ୩ ତାରିଖ ଯାଏଁ ମାଓବାଦୀମାନେ ସହିଦ ସପ୍ତାହ ପାଳନ କରିବେ। ଏହାକୁ ଦୃଷ୍ଟିରେ ରଖି ଜିଲ୍ଲାରେ ସରକାରୀ ବସ ସବୁ ବନ୍ଦ ରହିଛି ।ଫଳରେ ମାଓ ଅଧୁଷିତ କନ୍ଧମାଳ ଜିଲ୍ଲା ୬ର ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିବା ସହ ବିଭିନ୍ନ ସ୍ଥାନରେ କମ୍ବି ଅପରେସନକୁ ଯୋରଦାର କରିଛି ପୋଲିସ। ସେହିପରି ଜିଲ୍ଲାର ଦାରିଙ୍ଗବାଡି, କୋଟଗଡ ତୁମୁଡିବନ୍ଧ ବ।ଲିଗୁଡ଼ା,ଫିରିଙ୍ଗିଆ,ଗୋଛାପଡ଼ା ଆଦି ବିଭିନ୍ନ ସ୍ଥାନରେ ପୋଲିସ ନାକା କରି ଗାଡିମଟର ସବୁ ଅଟକାଇ ଯାଞ୍ଚ କରୁଛି । ବିଭିନ୍ନ ସମ୍ବେଦନଶୀଳ ସ୍ଥାନମାନଙ୍କରେ ପେଟ୍ରୋଲିଙ୍ଗକୁ ମଧ୍ଯ କଡ଼ାକଡ଼ି କରିଛି ପୋଲିସ।
ସହୀଦସପ୍ରାହ ବେଳେ ମାଓବାଦୀ ମାନେ ନିଜର ସ୍ଥିତି ଜାହିର କରିବାପାଇଁ କିଛି ଅଘଟଣ ଘଟାଇଥାନ୍ତି । ଏଥିସହ ମାଓବାଦୀ ସଂଗଠନଗୁଡିକର କାର୍ଯ୍ୟକଳାପ ବୃଦ୍ଧି କରିବାପାଇଁ ଗ୍ରାମଗୁଡିକୁ ଯାଇ ନୂତନ ସଦସ୍ୟ ସଂଗ୍ରହ କରିଥାନ୍ତି । ମୃତ ମାଓବାଦୀଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ପାଇଁ ସହୀଦ ସ୍ତମ୍ଭ ମଧ୍ୟ ସ୍ଥାପନ କରିଥାନ୍ତି ।ଜିଲ୍ଲାରେ କେକେ ବିଏନ ଓ ଘୁମସର ନଗାବଳୀ ମାଓ ସଂଗଠନ ବି କାର୍ଯ୍ୟକରୁଛି ।
ବୈଦ୍ୟନାଥ ବେହେରା:- ଫୁଲବାଣୀ
