ଶ୍ରୀକୃଷ୍ଣ ଏକାଡେ଼ମୀ ର ପ୍ଲାଟିନମ ଜୁବିଲି ଉଦଘାଟିତ
ଜଗତସିଂହପୁର ସଦର ସ୍ଥିତ ସର୍ବ ପୁରାତନ ଶିକ୍ଷାନୁଷ୍ଠାନ ଶ୍ରୀକୃଷ୍ଣ ଏକାଡେ଼ମୀର ପ୍ଲାଟିନମ ଜୁବିଲି ସମାରୋହ ଉଦଘାଟିତ ହୋଇଯାଇଛି ।ଏହି ଉଦ୍ଘାଟନ ଉତ୍ସବରେ ଉଦ୍ଘାଟକ ଭାବରେ ସ୍ଥଳ ସେନାର ପ୍ରାକ୍ତନ ଲେଫଟାଣ୍ଟ ଜେନେରାଲ ଚଣ୍ଡି ପ୍ରସାଦ ମହାନ୍ତି ଉଦଘାଟନ କରିଥିଲେ । ପୁରାତନ ଛାତ୍ର ସଂସଦ ସଭାପତି ଡ଼ ଅଭୟ ନାୟକଙ୍କ ସଭାପତିତ୍ୱ ରେ ଆୟୋଜିତ ସମାରୋହରେ ମୁଖ୍ୟ ଅତିଥି ଭାବରେ ଖାଉଟି,ସମବାୟ ଓ ଉଚ୍ଚଶିକ୍ଷା ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ, ସମ୍ମାନନୀୟ ଅତିଥି ଭାବରେ ସରକାରୀ ମୁଖ୍ୟ ସଚେତକ ତଥା ସ୍ଥାନୀୟ ବିଧାୟକ ପ୍ରଶାନ୍ତ କୁମାର ମୁଦୁଲି, ସାଂସଦ ଡା ରାଜଶ୍ରୀ ମଲ୍ଲିକ, ସାଂସଦ ଅଚ୍ୟୁତ ସାମନ୍ତ, ବିପ୍ଳବ ଚୌଧୁରୀ ପ୍ରମୁଖ ବହୁ ବିଶିଷ୍ଟ ବ୍ୟକ୍ତି ମାନେ ଯୋଗ ଦେଇ ଗ୍ରାମାଞ୍ଚଳରେ ଶିକ୍ଷା ର ବିକାଶ ଓ ଇଣ୍ଟରନେଟ ଯୁଗରେ ଛାତ୍ରଛାତ୍ରୀ ମାନେ ନିଜକୁ ସେହିଭଳି ଭାବରେ ଗଢିତୋଳିବା ଉପରେ ଗୁରୁତ୍ୱ ଦେଇ ଥିଲେ । ପରେ ପ୍ଲାଟିନମ ଜୁବୁଲି କମିଟି ପକ୍ଷରୁ ଅତିଥି ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ରେ ବହୁ ପୁରାତନ ଛାତ୍ରଛାତ୍ରୀ ମାନେ ଉପସ୍ଥିତ ଥିଲେ ।
ଜଗତସିଂହପୁର ରୁ Rita ସାହୁ
