ଜଗତସିଂହପୁର ଜିଲ୍ଲା ପାରାଦ୍ୱୀପ ସ୍ଥିତ ବିଜୁମୈଦାନ ଠାରେ ଉଦଘାଟିତ ହେଲା କଳିଙ୍ଗ ବାଲିଯାତ୍ରା | ଉଦଘାଟନ କଲେ ମନ୍ତ୍ରୀ ପ୍ରତାପ କେଶରୀ ଦେବ | 8 ଦିନ ବ୍ୟାପି ଚାଲିବାକୁ ଥିବା କଳିଙ୍ଗ ବାଲିଯାତ୍ରା ଆସନ୍ତା 3 ତାରିଖ ପଯ୍ୟନ୍ତ ଚାଲିବ । ଜିଲ୍ଲାପାଳ ଶ୍ରୀମତୀ ପାରୁଲ ପଟୱାରୀ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଉଦ୍ଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ମନ୍ତ୍ରୀ ପ୍ରତାପ କେଶରୀ ଦେବ, ସରକାରୀ ଦଳର ମୁଖ୍ୟ ସଚେତକ ତଥା ଜଗତସିଂହପୁର ବିଧାୟକ ପ୍ରଶାନ୍ତ କୁମାର ମୁଦୁଲି, ସାଂସଦ ଡା ରାଜଶ୍ରୀ ମଲ୍ଲୀକ, ପାରାଦ୍ୱୀପ ବିଧାୟକ ସମ୍ବିଦ ରାଉତରାୟ, ପାରାଦ୍ୱୀପ ପୋୖରାଧକ୍ଷ ବସନ୍ତ କୁମାର ବିଶ୍ବାଳଙ୍କ ସହ ବହୁ ବିଶିଷ୍ଟ ବ୍ୟକ୍ତି ମାନେ ଯୋଗ ଦେଇ କଳିଙ୍ଗ ବାଲିଯାତ୍ରା କୁ ଉଦଘାଟନ କରିବା ସହିତ ଷ୍ଟଲ ବୁଲି ଦେଖିଥିଲେ । ପରେ ସାଂସ୍କୃତିକ ସଭାରେ ଓଡ଼ିଆ ଜାତିର ଐତିହ୍ୟ ନୌବାଣିଜ୍ୟ, କଳା ଓ ବୀରତ୍ବର ର ଗାଥା ଗାରିମା କୁ ପ୍ରତିପାଦନ କରିବା ସହ କଳିଙ୍ଗା ସାହସୀକା ସାଧବ ପୁଅ ମାନଙ୍କର ସ୍ମୃତି ଚାରଣ କରିଥିଲେ । ଚଳିତ ବର୍ଷ 800 ରୁ ଉର୍ଦ୍ଧ୍ବ ଷ୍ଟଲ ଲାଗିଥିବା ବେଳେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି ।

Leave a Reply

Your email address will not be published. Required fields are marked *