ୱାଲମୀ, ଓଡିଶାଠାରେ “ସବୁଜ ଜଳବାୟୁ ପାଣ୍ଠି ପ୍ରକଳ୍ପ” ଅନ୍ତର୍ଗତ ପ୍ରଶିକ୍ଷଣ କାର୍ଯ୍ୟକ୍ରମ

ରାଜ୍ୟରେ ସବୁଜ ଜଳବାୟୁ ପାଣ୍ଠି (ଜିସିଏଫ) ପ୍ରକଳ୍ପର ସଫଳ ରୂପାୟନ ଉଦ୍ଦେଶ୍ୟରେ ରାଜ୍ୟ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଏବଂ କ୍ଷୁଦ୍ର ଜଳସେଚନ ( ଜଳ ସଂପଦ ବିଭାଗ )ର ଅଧିକାରୀମାନଙ୍କ ନିମନ୍ତେ ଏକ 2 ଦିନିଆ ରାଜ୍ୟସ୍ତରୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଶୁକ୍ରବାର ଦିନ ପ୍ରତାପନଗରୀସ୍ଥିତ ୱାଲମୀ, ଓଡିଶା ଠାରେ ଅନୁଷ୍ଠିତ ହୋଇଅଛି ।

ଏହି କାର୍ଯ୍ୟକ୍ରମକୁ ମୁଖ୍ୟ ଅତିଥି ଭାବେ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ନିର୍ଦ୍ଦେଶକ, ସ୍ୱତନ୍ତ୍ର ପ୍ରକଳ୍ପ, ଶ୍ରୀ ଜ୍ୟୋତି ପ୍ରକାଶ ଦାସ (ଆଇ.ଏ.ଏସ), ଯୋଗଦେଇ ଉଦଘାଟନ କରିବା ସହିତ ପ୍ରକଳ୍ପର ସଫଳ ରୂପାୟନ ପାଇଁ ବ୍ଳକ ସ୍ତରରେ ଥିବା ଅଧିକାରୀମାନଙ୍କୁ ଦିଶା ନିର୍ଦ୍ଦେଶ ଦିଆଯିବ ବୋଲି ଜଣାଇଥିଲେ । ‘ୱାଲମୀ’ ର ପ୍ରମୁଖ ପ୍ରଶିକ୍ଷଣ ସଂଯୋଜକ, ଡଃ ସୁଧନ୍ସା ଚନ୍ଦ୍ର ପାତ୍ର ସ୍ୱଗତ ଭାଷଣ ଦେଇଥିବାବେଳେ ପ୍ରଫେସର ଇଂ ଅରୁଣ ସାମନ୍ତରାୟ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ‘ସବୁଜ ଜଳବାୟୁ ପାଣ୍ଠି’ର ନୋଡାଲ ଅଫିସର ଇଂ ରଘୁନାଥ ମିଶ୍ର ସମ୍ମାନିତ ଅତିଥି ତଥା ପ୍ରଶିକ୍ଷକ ଭାବରେ ଯୋଗ ଦେଇଥିଲେ ।

ପ୍ରକାଶ ଥାଉକି, ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ମାଧ୍ୟମରେ କ୍ଷୁଦ୍ର ଜଳସେଚନ, ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ଅଧିକାରୀମାନେ ସେମାନେ କାର୍ଯ୍ୟରତ ସଂପୃକ୍ତ ଅଞ୍ଚଳରେ ଥିବା ଜଳାଶୟଗୁଡିକର ପୁନରୁଦ୍ଧାର କରିବା ସହିତ ‘ରିଚାର୍ଜ ୱେଲ୍’ ନିର୍ମାଣ ପାଇଁ ବ୍ଲକ ସ୍ତରରେ ସଚେତନତା ସୃଷ୍ଟି କରି ଏହି କାର୍ଯ୍ୟକ୍ରମକୁ ଆଗେଇନେବେ ।

Leave a Reply

Your email address will not be published. Required fields are marked *