ଶେଷ ଦିନରେ ୧୧ ଜାଗା ର ବିକାଶ ପାଇଁ ଭୂମି ପୂଜା

ପୁରୀ ୮/୧୨ ଆଜି ତୃତୀୟ ତଥା ଶେଷ ଦିନରେ ପୁରୀ ସହର ର ୧୧ ଗୋଟି ଜାଗା ଘର ବିକାଶ ପାଇଁ ଭୂମି ପୂଜା କରାଯାଇଛି। ସହରରେ ଥିବା ୩୫ ଗୋଟି ଜାଗା ଆଖଡା ର ବିକାଶ କରାଯିବା ପାଇଁ ବହୁମୁଖୀ ବ୍ୟାୟାମଶାଳା ଓ ଭିତ୍ତିଭୂମି ଉନ୍ନୟନ ପାଇଁ ରାଜ୍ୟ ସରକାରଙ୍କ କ୍ରୀଡା ବିଭାଗ ଓ ଜିଲ୍ଲା ପ୍ରଶାସନ ପଦକ୍ଷେପ ନେଇଛନ୍ତି।ସେଥିରୁ ଗତ ଦୁଇଦିନ ରେ ୨୪ ଟି ର ଭୃମି ପୂଜା ସରିଥିଲା। ଆଜି ପୁରୀ ପୌର ନିର୍ବାହୀ ଅଧିକାରୀ ସରୋଜ କୁମାର ସ୍ୱାଇଁ ନୂଆ ତାପଙ୍ଗ ଜାଗା, ସୁନ୍ଦରା ଜାଗା, ଗଣ୍ଡମାଳ ଜାଗା, ରାଜବଲ୍ଲଭ ଜାଗା,ବଡ ଆଖଡା ଜାଗା, ପାଣ୍ଡ ଜାଗା, ସାତ ବଖରା ଜାଗା, ଭଟ ଜାଗା,ରାହାସ ମହାନ୍ତି ଜାଗା,ବିଶୁନି ଜାଗା, ଓ ଗୋପାଳ ବଲ୍ଲଭ ଜାଗାରେ ପହଞ୍ଚି ଭୂମି ପୂଜା କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା କ୍ରୀଡା ଅଧିକାରୀ ଚନ୍ଦନ କୁମାର ସାହୁ,ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ, ପୌରପାଳିକାର ସହକାରୀ ଯନ୍ତ୍ରୀ ଦେବବ୍ରତ ଷଡ଼ଙ୍ଗୀ,ବାଲି ସାହି ଆଖଡା ର ସମ୍ପାଦକ ନରେନ୍ଦ୍ର ମହାନ୍ତି, ସମସ୍ତ ଜାଗା ର ସଭାପତି, ସମ୍ପାଦକ ଓ ସଦସ୍ୟ ପ୍ରମୁଖ ଯୋଗ ଦେଇଥିଲେ।

Leave a Reply

Your email address will not be published. Required fields are marked *