ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀ କଂଗ୍ରେସ ପକ୍ଷରୁ ଜଳ ସମ୍ପଦ କାର୍ଯ୍ୟାଳୟ ଘେରାଉ

ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀ କଂଗ୍ରେସ ପକ୍ଷରୁ ଜଗତସିଂହପୁର ଜିଲ୍ଲା ଜଳ ସମ୍ପଦ କାର୍ଯ୍ୟାଳୟ ଘେରାଉ କରାଯାଇଛି । ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀ ର କଂଗ୍ରେସ ଯୁବ ନେତା ହିମାଂଶୁ ଭୂଷଣ ମଲ୍ଲିକଙ୍କ ନେତୃତ୍ୱରେ 5 ଦଫା ଦାବି ନେଇ ଘେରାଉ କରାଯିବା ସହିତ ହଂସୁଆ ନଦୀର ଶଯ୍ୟା ଖନନ, ବନ୍ଧ ସୁଦୃଢ଼ୀକରଣ, ସଫେଇ, ଜଳ ନିଷ୍କାସନ ଓ ଧୋଇ ଯାଇଥିବା ଫସଲ ନିମନ୍ତେ ଚାଷୀ ଙ୍କୁ କ୍ଷତି ପୂରଣ ପ୍ରଦାନ କରିବା ମୁଖ୍ୟ ଦାବି ରହିଛି । ତେବେ ଏ ନେଇ ରାଜ୍ୟ ସରକାରଙ୍କ ଉଦେଶ୍ୟ ରେ ନିର୍ବାହୀ ଯନ୍ତ୍ରୀଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ଏହି କାର୍ଯ୍ୟକ୍ରମ ରେ ଶ୍ରୀଯୁକ୍ତ ମଲ୍ଲିକଙ୍କ ସହ ଜିଲ୍ଲା କଂଗ୍ରେସ ସଭାପତି ନଟବର ବାରିକ, କଂଗ୍ରେସ ନେତା ଆର୍ତ୍ତତ୍ରାଣ ପଣ୍ଡା ଙ୍କ ସହ ଶତାଧିକ କଂଗ୍ରେସ ନେତା ଓ କର୍ମୀମାନେ ଯୋଗ ଦେଇ ଥିଲେ । ତେବେ ଖୁବ ଶୀଘ୍ର ଏହାର ସମାଧାନ କରିବାକୁ କଂଗ୍ରେସ ପକ୍ଷରୁ ଦାବି କରାଯାଇଛି ।

ଜଗତସିଂହପୁର ରୁ Rita ସାହୁ reporter

Leave a Reply

Your email address will not be published. Required fields are marked *