ବିଧବା ଆଶ୍ରମକୁ ସିଲେଇ ମେସିନ ପ୍ରଦାନ
ବସନ୍ତ କୁମାରୀ ବିଧବା ଆଶ୍ରମ କୁ ଜିଲ୍ଲାପାଳ ସମର୍ଥ ବର୍ମା ଙ୍କ ନିର୍ଦ୍ଦେଶ କ୍ରମେ ୬ ଗୋଟି ସିଲେଇ ମେସିନ ରେଡ଼କ୍ରସ ପାଣ୍ଠି ରୁ ପ୍ରଦାନ କରାଯାଇଛି।ଉତ୍କଳ ମହିଳା କଲ୍ୟାଣ ସମିତି ପକ୍ଷରୁ ମହିଳା ସଶକ୍ତିକରଣ ଅଂଶ ସ୍ୱରୂପ ମହିଳା ମାନଙ୍କୁ ଆତ୍ମ ନିର୍ଭରଶୀଳ ହେବା ପାଇଁ ସିଲେଇ ମେସିନ ପ୍ରଦାନ ଲାଗି ଜିଲ୍ଲାପାଳ ଙ୍କୁ ଅନୁରୋଧ କରାଯାଇଥିଲା।ଜିଲ୍ଲାପାଳ ଙ୍କ ପରାମର୍ଶ କ୍ରମେ ଆଜି ଅପରାହ୍ନ ରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ ଓ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶୁଭ୍ରାଂଶୁ କୁମାର ମହାରଣା ବିଧବା ଆଶ୍ରମ ରେ ସଂପୃକ୍ତ ସିଲେଇ ମେସିନ କୁ କର୍ମକର୍ତ୍ତା ଙ୍କୁ ହସ୍ତାନ୍ତର କରିବା ସହ ଏହାର ଉପଯୋଗ କରି ସଦସ୍ୟ ମାନେ ଆର୍ଥିକ ଅଭିବୃଦ୍ଧି କରି ପାରିବେ ବୋଲି ଆଶାବ୍ୟକ୍ତ କରିଥିଲେ।ଏହି କାର୍ଯ୍ୟକ୍ରମ ରେ ଆଶ୍ରମ ର ସଭାପତି କୁମାର ହାଲଦାର, ସମ୍ପାଦକ ତପନକାନ୍ତି ଦେ,ସଦସ୍ୟ ମମତା ମହାନ୍ତି, ରବିନ୍ଦ୍ର ନାଥ ମହାପାତ୍ର, ଅଶୋକ କୁମାର ସେଠୀ, ଡା ମନୋରମା ଦାଶ,କୁମୁଦିନୀ ଦାଶ, ଶିବ ପ୍ରସାଦ ମହାନ୍ତି ଓ ବରିଷ୍ଠ ସାମାଜିକ କର୍ମୀ ସୂର୍ଯ୍ୟ ନାରାୟଣ ରଥ ଉପସ୍ଥିତ ଥିଲେ।
