ପିଙ୍କ ପକ୍ଷରୁ କମ୍ବଳ, ବସ୍ତ୍ର ବଣ୍ଟନ

ପିଙ୍କ ପକ୍ଷରୁ କମ୍ବଳ, ବସ୍ତ୍ର ବଣ୍ଟନ ବ୍ରହ୍ମଗିରି – ପ୍ରିମିୟମ ଇଣ୍ଡଷ୍ଟ୍ରିଜ ପିଙ୍କ ପାଣି ପକ୍ଷରୁ ବ୍ରହ୍ମଗିରି ବ୍ଲକ ବେଣ୍ଟପୁର ପଞ୍ଚାୟତର ନିରୀହ ମହିଳା ଓ ଭିନକ୍ଷମ ବ୍ୟକ୍ତି ମାନଙ୍କୁ ଶୀତବସ୍ତ୍ର କମ୍ବଳ ଓ ନୂତନ ବସ୍ତ୍ର ବଣ୍ଟନ କରାଯାଇଛି l

ପିଙ୍କ ପାଣିର ମାଲିକ ସୁଜାତା ପ୍ରିୟଦର୍ଶିନୀ ସାହୁଙ୍କ ତତ୍ୱାବଧାନରେ ତଥା ବ୍ରହ୍ମଗିରି ସାଥି ଏଣ୍ଟରପ୍ରାଇଜର୍ସ ମିଳିତ ଆନୁକୂଲ୍ୟରେ ଏହି ବଣ୍ଟନ କାର୍ଯ୍ୟକ୍ରମରେ ପ୍ରିମିୟମ ଇଣ୍ଡାଷ୍ଟ୍ରିଜର ପରିଚାଳକ ବିଭୂପ୍ରସାଦ ସାହୁ, ବ୍ରହ୍ମଗିରି ବ୍ଲକ ବିଡ଼ିଓ ରଞ୍ଜନ ବେହେରା, ଅତିରିକ୍ତ ତହସିଲଦାର ଶରତ ଦେହୁରୀ, ଚିତରଞ୍ଜନ ମିଶ୍ର,ସାଥି ଏଣ୍ଟର ପ୍ରାଇଜର୍ସ ମାଲିକ ତ୍ରିନାଥ ଦଳାଇ, ପଞ୍ଚାୟତ ସମିତି ଅଧ୍ୟକ୍ଷ ରତ୍ନମାଳା ବେହେରା, ଉପାଧ୍ୟକ୍ଷ ମାଳିନୀ ଦଳାଇ,ସମାଜ ସେବୀ ନିରଞ୍ଜନ ବରାଳ, କମଳ ସାମନ୍ତରାୟ,ଚକ୍ରଧର ବାରିକ, ଵାପିନ କୁମାର ଦେଓ ଙ୍କ ତତ୍ୱାବଧାନରେ ପ୍ରାୟ 2ଶହ ଭିନ୍ନକ୍ଷମ, ନିରୀହ ଲୋକଙ୍କୁ କମ୍ବଳ, ନୂଆ ବସ୍ତ୍ର ବଣ୍ଟନ କରାଯାଇଥିଲା l

ବ୍ରହ୍ମଗିରି ରୁ ହେମନ୍ତ କୁମାର ବଳିଆରସିଂ ଙ୍କ ରିପୋର୍ଟ ତୀର୍ଥକ୍ଷେତ୍ର ଲାଇଭ

Leave a Reply

Your email address will not be published. Required fields are marked *