ଜବାହାର ନବୋଦୟ ବିଦ୍ୟାଳୟ ଫୁଲବାଣୀର ପୁରାତନ ଛାତ୍ର ସଂଘ ଦ୍ୱାରା ବୃକ୍ଷରୋପଣ

ଫୁଲବାଣୀ:-୦୧/୦୮- ଫୁଲବାଣୀ ଜବାହର ନବୋଦୟ ବିଦ୍ୟାଳୟର ପୁରାତନଛାତ୍ର ସଂଘ ପକ୍ଷରୁ ରବିବାର ବିଦ୍ୟାଳୟ ପରିସରରେ ବୃକ୍ଷରୋପଣ କରାଯାଇଛି। ଏହି ବୃକ୍ଷରୋପଣ କାର୍ଯ୍ୟକ୍ରମରେ କେବଳ ୫୦ଟି ଉନ୍ନତ କିସମର ଲେମ୍ବୁ ବୃକ୍ଷ ରୋପଣ କରାଯାଇଛି ଯାହା ଫଳରେ ଛାତ୍ରଛାତ୍ରୀମାନେ ଏହାର ଲାଭ ପାଇ ପାରିବେ। ଏହି କାର୍ଯ୍ୟକ୍ରମରେ ନବୋଦୟ ବିଦ୍ୟାଳୟ ଅଧକ୍ଷ ଶ୍ରୀକାନ୍ତ ରଥ, ଓ ବୈଷୟିକ ବିଦ୍ୟାଳୟ ର ଅଧକ୍ଷ ପ୍ରକାଶ ଚନ୍ଦ୍ର ସେଠି, ନବୋଦୟ ବିଦ୍ୟାଳୟ ପୁରାତନ ଛାତ୍ର ସଂଘ ସଭାପତି ସୁର ପ୍ରସାଦ ନାୟକ, ସମ୍ପାଦକ ନୀଳମାଧଵ ଡିଗାଲ, ବରିଷ୍ଠ ନାଗରିକ ଶୁଭ୍ରେନ୍ଦୁ ପୁରୁକା୍ୟାଷ୍ଠ ଶୁଭାରମ୍ଭ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ନବୋଦୟ ବିଦ୍ୟାଳୟର ଶିକ୍ଷକ ବିଭୁତି ଭୂଷଣ ପାତ୍ର, ମୀତୁଲ ପୁରୁକାୟାଷ୍ଟ ଏବଂ ପୁରାତନ ଛାତ୍ର ଛାତ୍ରୀ ସିମାଞ୍ଚଳ ମୁଖି, ଲଲାଟେନ୍ଦୁ ନାୟକ, ବିଚିତ୍ର ପ୍ରଧାନ, ବଳରାମ ପ୍ରଧାନ, ବୁଲି ନାୟକ, ସୁପ୍ରଭା କହ୍ନର, ରମାକାନ୍ତ ଡିଗାଲ, ଭ୍ରମରବର ନାୟକ,ଯୁଧିଷ୍ଠିର କହ୍ନର ସମସ୍ତେ ନିଜ ନିଜ ନାମରେ ଦୁଇଟି ଲେଖାଏଁ ବୃକ୍ଷ ରୋପଣ କରିଥିଲେ। ଶେଷରେ ଅଧକ୍ଷଙ୍କ ସହ ବିଦ୍ୟାଳୟର ଉନ୍ନତି ପାଇଁ ବିଭିନ୍ନ କାର୍ଯ୍ୟକ୍ରମ କରିବା ପାଇଁ ଆଲୋଚନା ହୋଇଥିଲା।

Leave a Reply

Your email address will not be published. Required fields are marked *