ନୟାଗଡ଼ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଡ଼ଃ. ପ୍ରମୋଦ କୁମାର ନାୟକ ଅବସର ଗ୍ରହଣ କଲେ
ନୟାଗଡ଼:୩୧/୭- ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଡ ପ୍ରମୋଦ କୁମାର ନାୟକ ଆଜି ସରକାରୀ ଚାକିରିରୁ ଅବସର ନେଇଛନ୍ତି। ଏହି ପରିପ୍ରେକ୍ଷୀରେ ଜିଲ୍ଲା କାର୍ଯ୍ୟାଳୟ ପରିସରରେ କୋଭିଡ ଆଇନ ଅନୁଯାୟୀ ସୀମିତ ସଂଖ୍ୟକ କର୍ମଚାରୀଙ୍କୁ ନେଇ ସିଦ୍ଧାର୍ଥ ଦେଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଏକ ଅବସରକାଳୀନ ବିଦାୟ କାଳୀନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।କାର୍ଯ୍ୟାଳୟ ପକ୍ଷରୁ ଡ଼ଃ ନାୟକଙ୍କୁ ଫୁଲତୋଡ଼ା ସହ ଉପଢୌକନ ଦେଇ ସମ୍ମାନିତ କରାଯାଇଥିଲା ।ତେବେ ଜଣେ ସାଧୁ, କର୍ତ୍ତବ୍ୟନିଷ୍ଠ, ବ୍ୟକ୍ତି ଭାବେ ପରିଚିତ ଡ଼ଃ ନାୟକଙ୍କର ଓଡ଼ିଆ ସାହିତ୍ୟ ଉପରେ ଗଭୀର ଜ୍ଞାନ ରହିଛି । ଜଣେ ସାହିତ୍ୟିକ ଭାବେ ତାଙ୍କର ଲେଖା ପାଠକୀୟ ସ୍ୱୀକୃତି ଲାଭ କରିଛି ।ଓଡ଼ିଆ ସଂସ୍କୃତି ଉପରେ ଗଭୀର ଦଖଲ ରଖିଥିବା ଡ ନାୟକଙ୍କର ସମାଜକୁ ସଂସ୍କାର କରିବାପାଇଁ ବିଭିନ୍ନ ବାର୍ତ୍ତା ବେଶ ଉପାଦେୟ ବହନ କରେ ।ତେବେ ଜଣେ ଅମାୟିକ, ଧର୍ମପରାୟଣ ବ୍ୟକ୍ତି ଭାବେ ସମଗ୍ର ଜିଲ୍ଲାରେ ବେଶ ଆଦୃତ୍ତି ଲାଭ କରିଥିବା ଡ଼ଃ ନାୟକଙ୍କ ଜଣେ ଓଡିଶା ସୂଚନା ଅଧକାର ସେବାର ଜଣେ ବରିଷ୍ଠ ଅଧିକାରୀ ଥିଲେ।
ରାମକୃଷ୍ଣ ରଥ, ନୟାଗଡ଼।
