ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନ଼ିଗମର ପୁରୀର ପୁରୁଷୋତ୍ତମ ଭକ୍ତ ନ଼ିବାସରେ ଏକ ସ୍ୱତନ୍ତ୍ର ଶୁଦ୍ଧଶାକାହାରୀ ଭୋଜନାଳୟ ଉଦଘାଟ଼ିତ

ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନ଼ିଗମ (ଓଟ଼ିଡ଼ିସ଼ି) ପକ୍ଷରୁ ପୁରୀର ପୁରୁଷୋତ୍ତମ ଭକ୍ତ ନ଼ିବାସର ଏକ ସ୍ୱତନ୍ତ୍ର ଶୁଦ୍ଧ ଶାକାହାରୀ ଭୋଜନାଳୟର ଶୁଭାରମ୍ଭ ହୋଇଛ଼ି । ବିନା ପ଼ିଆଜ ଏବଂ ରସୁଣରେ ପ୍ରସ୍ତୁତ ଏହ଼ି ରନ୍ଧନ ପ୍ରଣାଳୀ ତୀର୍ଥଯାତ୍ରୀମାନଙ୍କ ପାଇଁ ଏକ ନୂଆ ଭୋଜନ ଅଭ଼ିଜ୍ଞତା ପ୍ରଦାନ କର଼ିବାକୁ ଲକ୍ଷ୍ୟ ରଖିଛ଼ି ।
ଆଜ଼ି ଅନୁଷ୍ଠିତ ଏହି ଉଦଘାଟନୀ ସମାରୋହରେ ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରଶାସନର ମୁଖ୍ୟ ପ୍ରଶାସକ ଶ୍ରୀ ରଂଜନ କୁମାର ଦାସ ଉପସ୍ଥିତ ଥିଲେ । ଏହ଼ି ଅବସରରେ ଜ଼ିଲ୍ଲା ସ୍ତରୀୟ ବର଼ିଷ୍ଠ ଅଧିକାରୀ, ଶ୍ରୀମନ୍ଦିର ପରିଚାଳନା କମିଟିର ସଦସ୍ୟ, ଓଟିଡିସି ଜେନେରାଲ ମ୍ୟାନେଜର ଡ ଲଲାଟେନ୍ଦୁ ସାହୁ ଏବଂ ଅନ୍ୟାନ୍ୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।
ଓଟ଼ିଡ଼ିସ଼ି ଅଧ୍ୟକ୍ଷ ଡକ୍ଟର ଲେନିନ୍ ମହାନ୍ତି ଏୃହ଼ି ଅବସରନର କହ଼ିଛନ୍ତି ଯେ ଏହ଼ି ଶୁଦ୍ଧ ଶାକାହାରୀ ରେସ୍ତୋଁରାର ଉଦଘାଟନ ଦ୍ୱାରା ପର୍ଯ୍ୟଟକମାନଙ୍କର ବ଼ିଭ଼ିନ୍ନ ଆବଶ୍ୟକତାକୁ ପୂରଣ କର଼ିବାରେ ସହାୟକ ହେବ ।
ଭୋଜନାଳୟ ଉନ୍ମୋଚନ ବ୍ୟତୀତ, ଓଟିଡିସି ପୁରୁଷୋତ୍ତମ ଭକ୍ତ ନିବାସରେ ଏକ ଉତ୍ସର୍ଗୀକୃତ ଟ୍ରାଭେଲ ଡେସ୍କ ଖୋଲିଛି । ଟ୍ରାଭେଲ ଡେସ୍କ ପର୍ଯ୍ୟଟକମାନଙ୍କ ପାଇଁ ଓଡିଶା ଟୁର ପ୍ୟାକେଜ୍ ଯୋଗାଇବା, ପର୍ଯ୍ୟଟକମାନଙ୍କୁ ରାଜ୍ୟର ସମୃଦ୍ଧ ସାଂସ୍କୃତିକ ଏବଂ ପ୍ରାକୃତିକ ସ୍ଥଳୀ ପ୍ରଦର୍ଶନ କରିବା ପାଇଁ ଲକ୍ଷ୍ୟ ରଖିଛି ।

ଏହାଦ୍ୱାରା ପୁରୀରେ ସାମଗ୍ରିକ ପର୍ଯ୍ୟଟନ ଅଭିଜ୍ଞତା ବୃଦ୍ଧି କରେଇବାରେ ସହାୟକ ହେବ । ଏହି ପଦକ୍ଷେପଗୁଡିକ ଓଡିଶାକୁ ଏକ ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ ଭାବରେ ପ୍ରୋତ୍ସାହିତ କରିବା ପାଇଁ ସଂସ୍ଥାର ପ୍ରୟାସ ସଦା ସର୍ବଦା ଜାରି ରହିବ ବୋଲି ଓଟିଡିସି ପକ୍ଷରୁ କୁହାଯାଇଛି ।

Leave a Reply

Your email address will not be published. Required fields are marked *