ଅଲିମ୍ପିକ୍ସରେ ଭାରତୀୟ ଦଳର ସଫଳତା ପାଇଁ ଉର୍ଜାବାନ ଓଡ଼ିଶା ତରଫରୁ ଦୀପ ଦାନ
ପୁରୀ: ୧୦/୮- ଟୋକିଓଠାରେ ଅନୁଷ୍ଠିତ ଅଲିମ୍ପିକ୍ସରେ ଭାଗ ନେଇ ସଫଳ ହେଇଥିବା ତଥା ସର୍ବକାଳୀନ ସର୍ବାଧିକ ରେକର୍ଡ ସଂଖ୍ୟକ ପଦକ ବିଜୟ ଲାଭ କରିଥିବା ଭାରତୀୟ ଖେଳାଳୀଙ୍କର ସଫଳ ତଥା ଉଜ୍ଜ୍ଵଳ ଭବିଷ୍ୟତ କାମନା କରି ଆଜି ଶ୍ରୀମନ୍ଦିର ସମ୍ମୁଖରେ ଦୀପଦାନ କରାଯାଇଛି । ଏହା ସହିତ ଆଗାମୀ ପାରା ଅଲିମ୍ପିକ୍ସରେ ଭାରତ ସ୍ଵର୍ଣ୍ଣିମ ଇତିହାସ ରଚନା କରୁ ଏହି ପ୍ରାର୍ଥନା ମଧ୍ଯ ସଂଗଠନ ପକ୍ଷରୁ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ସଭାପତି ସନ୍ତୋଷ ସେନାପତି, ସମ୍ପାଦିକା ନିହାରିକା ତ୍ରିପାଠୀ, ଉପସଭାପତି ସତ୍ୟଜିତ ମିଶ୍ର, କୋଷାଧକ୍ଷ ସୀତାରାମ ସେନାପତି ଆଇନି ଉପଦେଷ୍ଟା ଅନିଲ ସାହୁ, ଗୌତମ ସାହୁ, ରାଜପୂଜା ପଣ୍ଡା, ଚିନ୍ମୟ ଶତପଥୀ, ଅଜୟ ମାଝୀ,ଜଗନ୍ନାଥ ପଣ୍ଡା, ଦେବଜୀତ ଦାଶ,ଜଗନ୍ନାଥ ଷଡ଼ଙ୍ଗୀ, ଜିତେନ୍ଦ୍ର ପାତ୍ର,ନୃସିଂହ ପଣ୍ଡା ଉପସ୍ଥିତ ଥିଲେ।
