ସ୍କୁଲରେ କରୋନା ସଚେତନତା କାର୍ଯ୍ୟକ୍ରମ

ବନ୍ତ: ରାଜ୍ୟ ସରକାରଙ୍କ ଘୋଷଣା ପରେ ଗତ ମାସ ୨୬ ତାରିଖରେ ୧୦ମ ଶ୍ରେଣୀ ପାଠପଢା ଆରମ୍ଭ ହୋଇଛି । ଏହି ପରିପ୍ରେକ୍ଷୀରେ ଚାରିଗାଁ ପଂଚାୟତ ଅନ୍ତର୍ଗତ ବାଲିପୋଖରୀ ହାଇସ୍କୁଲରେ ଟ୍ରି ଫ୍ୟାମିଲି ଓ ରିଲିୟାନ୍ସ ଫାଉନ୍‌ଡ଼େସନ ପକ୍ଷରୁ ଛାତ୍ରଛାତ୍ରୀମାନଙ୍କୁ କରୋନା ସଂପର୍କରେ ସଚେତନତା କରିବା ସହ ମାସ୍କ ବଣ୍ଟନ କରାଯାଇଥିଲା । ସ୍ଥାନୀୟ ସରପଂଚ ବନମାଳୀ ବେହେରା, ଟ୍ରି ଫ୍ୟାମିଲି ସଭାପତି ଆଡ଼ଭୋକେଟ ସୁରେନ୍ଦ୍ର କର,ଉପସଭାପତି ଜିତେନ୍ଦ୍ର ବେହେରା,ସଂପାଦକ ଶୁଭେନ୍ଦୁ ବେହେରା,ଅଶୋକ ଜେନା,ଗଦାଧର ସୂତାର,ମନୋଜ ଜେନା,କାର୍ତ୍ତକ ଜେନା,ପ୍ରଧାନ ଶିକ୍ଷକ ଯୁଧିଷ୍ଠିର ମହାଳିକ ପ୍ରମୁଖ ଯୋଗ ଦେଇଥିଲେ ।

ରିପୋର୍ଟ:-ପୁନିଲ କୁମାର ସାମନ୍ତ।

Leave a Reply

Your email address will not be published. Required fields are marked *