ବସହୀନ ଆଶ୍ରୟସ୍ଥଳୀରେ ସକାଳ ଜଳଖିଆ ବଣ୍ଟନ
ନୟାଗଡ:୧୦/୮- ଆଜି ନୟାଗଡ ସହରସ୍ଥିତ ସଟ ଷ୍ଟେ ହୋମ ଠାରେ ମାନଧତାପୁର ଗ୍ରାମର ସୁନିତା ସାହୁ ,ବେଗୁନିଆ ପାଟଣା ଗ୍ରାମର ସିଲି ସାହୁ ଉଭୟଙ୍କ ଜନ୍ମଦିନ ଅବସରରେ ସର୍ବ ଭାରତୀୟ ମାନବାଧିକାର ସଂଗଠନ ସହ ମିଶି ଖାଦ୍ୟ ବଣ୍ଟନ କରିଥିଲେ ।ସେମାନେ ନିଜର ଜନ୍ମ ଦିନକୁ ଆଡମ୍ବରପୂର୍ଣ୍ଣ ଏବଂ ବିଦେଶୀ ଢାଞ୍ଚାରେ ନକରି ନିରାଶ୍ରୟ ମାନଙ୍କୁ ସେବା କରିବା ପାଇଁ ଆଗେଇ ଆସିଥିଲେ ।ନୟାଗଡ ମାନବାଧିକାର ସଂଗଠନର ମୁଖ୍ୟ ପ୍ରୀତମ ମହାପାତ୍ର ସମ୍ପାଦକ ପବିତ୍ର ମୋହନ ସାହୁ ,ସମାଜସେବୀ ଦାମୋଦର ସାହୁ ,ବିନ୍ମୟ କୁମାର ସାହୁ, ଅଶୋକ କୁମାର ଉତରକବାଟ ପ୍ରମୁଖ ରହି ସହଯୋଗ କରିଥିଲେ।
ରିପୋର୍ଟ -ରାମକୃଷ୍ଣ ରଥ, ନୟାଗଡ଼, “ତୀର୍ଥକ୍ଷେତ୍ର”।
