ତୁମ୍ଭାପଦୀ ରାସ୍ତା ମରାମତି ପାଇଁ ଅର୍ଥ ମଂଜୁର
ବନ୍ତ,: ଭଣ୍ଡାରିପୋଖରୀ ବିଧାୟକଙ୍କ ପ୍ରତିନିଧି ତଥା ବିଜେଡ଼ି ରାଜ୍ୟ ସଂପାଦକ ଇଂ ପ୍ରୟାସକାନ୍ତି ସମଲ(ଲୁଲୁ)ଙ୍କ ପ୍ରଚେଷ୍ଟାରେ ବନ୍ତ ବ୍ଲକ କାଦବରାଙ୍ଗ ପଂଚାୟତ ଅନ୍ତର୍ଗତ ବାଙ୍କତିରା ସ୍କୁଲ ଛକ ଠାରୁ ତୁମ୍ଭାପଦୀ ଗ୍ରାମ ରାସ୍ତା ମରାମତି କାର୍ଯ୍ୟ ପାଇଁ ଏମଜିଏନଆରଇଜିଏସ ଯୋଜନାରେ ୫ଲକ୍ଷ ଅର୍ଥ ମଂଜୁର ହୋଇଥିବା ଜଣାପଡ଼ିଛି । ପୂର୍ବତନ ସରପଂଚ ଭାଗିରଥି ସେଠୀ,ସମିତି ସଭ୍ୟ ରମେଶ ପହୀ,ଯୁବ ନେତା ବିଷ୍ଣୁ ଦାଶ,ପଂଚାୟତ ଯୁବ ବିଜେଡ଼ି ସଭାପତି କିଶୋର ରାଉତ, ବାସୁଦେବ ଜେନା ପ୍ରମୁଖ ଇଂ ପ୍ରୟାସକାନ୍ତିଙ୍କୁ କୃତଜ୍ଞତା ଜ୍ଞାପନ କରଛନ୍ତି । ଏଥିରେ ବ୍ଲକ ବିଜେଡ଼ି ଯୁବ ସଭାପତି ସତ୍ୟ ସାଧନ ବେଜ, ବିପିନ ବିହାରୀ ନାୟକ ପ୍ରମୁଖ ଉପସ୍ଥିତ ଥିଲେ । ଏଠାରେ ପ୍ରକାଶ ଥାଉକି;ବନ୍ତ ବ୍ଲକ କାଦବରାଙ୍ଗ ପଞ୍ଚାୟତ ଅଧିନ ୨ନଂ, ୩ନଂ ଓ ୪ନଂ ୱାର୍ଡ଼ ଅର୍ନ୍ତଗତ ବାଙ୍କତିରା ଓ ତୁମ୍ଭାପଦୀ ଦୁଇଟି ଗାଁ । ଏହି ଦୁଇ ଗ୍ରାମର ଲୋକ ସଂଖ୍ୟା ପାଖାପାଖି ୧୮୦୦ । ମାତ୍ର ଏଠାକୁ ଭଲ ରାସ୍ତାଟିଏ ନାହିଁ । ବାଙ୍କତିରା ସ୍କୁଲ ଠାରୁ ଏକ ମୋରମ ରାସ୍ତା ଏହାକୁ ସଂଯୋଗ କରୁଛି । ଚାରିଚକିଆ ଯାନ ଯିବା, ରାସ୍ତା ସଂକୀର୍ଣ୍ଣତା ପାଇଁ ଆଦୈା ସମ୍ଭବ ନୁହେଁ । ଏଠାରୁ ଛାତ୍ରଛାତ୍ରୀ ଏହି ରାସ୍ତାଦେଇ ପ୍ରତିଦିନ ବାଙ୍କତିରା ସ୍କୁଲକୁ ,ଆଗରପଡ଼ା କଲେଜକୁ, କୋମଳମତୀ ଶିଶୁ ବାଙ୍କତିରା ଅଙ୍ଗନବାଡ଼ି କେନ୍ଦ୍ର କୁ ଅଧ୍ୟୟନ ପାଇଁ ଆସିଥାନ୍ତି । ବର୍ତ୍ତମାନ ବର୍ଷା ଋତୁ ଚାଲୁଥିବାରୁ ସାମାନ୍ୟ ବର୍ଷା ହେଲେ ଏହି ରାସ୍ତାରେ ଖାଲ ସୃଷ୍ଟି ହୋଇ ଆଣ୍ଠୁଏ ଲେଖାଏଁ ପାଣି ଜମା ହୋଇ ଯାଉଛି । ଯଦ୍ଦ୍ୱାରା ଗମନା ଗମନରେ ଘୋର ଅସୁବିଧା ସୃଷ୍ଟି ହେଉଛି । ଏହି ରାସ୍ତାଟି ବନ୍ତ ବ୍ଲକ ଓଡ଼ଙ୍ଗ ପଂଚାୟତ ଅର୍ନ୍ତଗତ ସରମରା ଗାଁକୁ ମଧ୍ୟ ସଂଯୋଗ କରୁଛି । ରାସ୍ତା ଅବସ୍ଥା ଯୋଗୁଁ ଦମକଳ ଓ ଆମ୍ବୁଲାନ୍ସ ଆସି ପହଂଚୁଥିଲେ ମଧ୍ୟ ଏହାର ସୁବିଧା ଗ୍ରାମବାସୀ ପାଇ ପାରୁନାହାନ୍ତି । ଏହିପରି ଅସମ୍ଭବ ପରିସ୍ଥିତରେ ଏହି ଗ୍ରାମର ଲୋକେ କାଳାତିପାତ କରୁଛନ୍ତି ।
ରିପୋର୍ଟ:-ପୁନିଲ କୁମାର ସାମନ୍ତ ।
