ଗଣ ସଫେଇ ଓ ବୃକ୍ଷରୋପଣ କରି ମହାତ୍ମା ଗାନ୍ଧୀଙ୍କ ଓଡ଼ିଶା ଆସିବାର ଶତାବ୍ଦୀ ପାଳନ କଲେ ସ୍ଵେଚ୍ଛାସେବୀ
୧୦/୮:ମହାତ୍ମା ଗାନ୍ଧୀଙ୍କ ଓଡ଼ିଶା ଆଗମନର ଶତାବ୍ଦୀ ପୂର୍ତ୍ତି ପାଳନ ଉପଲକ୍ଷେ ସମ୍ବଲପୁର ନେହେରୁ ଯୁବ କେନ୍ଦ୍ର ଓ ସ୍ଥାନୀୟ ମା ସମଲେଶ୍ଵରୀ କ୍ଳବ୍ର ମିଳିତ ଭାବରେ ଲଇଡା ସ୍ଥିତ ସ୍ବାସ୍ଥ୍ୟ କେନ୍ଦ୍ର ପରିସର ଓ ସମ୍ମୁଖ ଭାଗରେ ଗଣ ସଫେଇ , ବୃକ୍ଷ ରୋପଣ ଓ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇ ଯାଇଛି । ଚିକିତ୍ସା କେନ୍ଦ୍ର ପରିସରରେ ମହିଳା ଡାକ୍ତର ଆଦିସମ୍ ଙ୍କ ପୌରହିତ୍ୟରେ ଆୟୋଜିତ ଶ୍ରଦ୍ଧାଞ୍ଜଳି ସଭାରେ ସମାଜସେବୀ ଓ ପ୍ରକୃତି ବନ୍ଧୁ ସୁବାସ ଚନ୍ଦ୍ର ନାୟକ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଗାନ୍ଧିଜୀଙ୍କ ଓଡ଼ିଶା ଆଗମନ ବେଳେ ସଫେଇ ଓ କୁଷ୍ଠ ରୋଗୀଙ୍କ ସେବାକୁ ପ୍ରାଧାନ୍ୟ ଦେଇ ଥିବାରୁ ସେଇ ରଚନାତ୍ମକ ମାଧ୍ୟମରେ ଶ୍ରଦ୍ଧାଞ୍ଜଳି ଦେବାର ସମୟ ଆସିଛି ବୋଲି କହିଥିଲେ ।ସାମାଜିକ କର୍ମୀ ସରୋଜ ମେହେର ସଭାକୁ ପରିଚାଳନା କରି ଥିବାବେଳେ ନେହେରୁ ଯୁବ କେନ୍ଦ୍ରର ସ୍ୱୋଚ୍ଛାସେବୀ ଦୀପାଞ୍ଜଳି ବେହେରା ପ୍ରାରମ୍ଭିକ ସୂଚନା ଓ ପୂର୍ବତନ ସ୍ବେଚ୍ଛାସେବୀ ଦୟାସାଗର ପଟ୍ଟା ସ୍ଵାଗତ ଭାଷଣ ସହ ଅତିଥି ପରିଚୟ ପ୍ରଦାନ କରିଥିଲେ । ଏହାପରେ ଅତିଥି ମାନଙ୍କ ସହ କେନ୍ଦ୍ରର ଅନ୍ୟତମ ସ୍ବେଚ୍ଛାସେବୀ ଅଜିତ ପ୍ରଧାନ, କ୍ଳବ୍ର ସଭାପତି ଶିଶିର ଧିରୁଆ ଓ ସଂପାଦକ ଦୀପକ ପାଇଲେଙ୍କ ନେତୃତ୍ୱରେ ଡାକ୍ତଖାନା ପରିସର ଓ ସମ୍ମୁଖ ଭାଗ ଗଣ ସଫେଇ ମାଧ୍ୟମରେ ଗାନ୍ଧିଜୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ଏହାପରେ ଲଇଡା ଠାରୁ ଜମନକିରା ରାସ୍ତା ପାର୍ଶ୍ବରେ ବିଭିନ୍ନ ପ୍ରକାରର ଚାରାକୁ ମୁଖ୍ୟ ଅତିଥି ସୁବାସ ନାୟକଙ୍କ ସମେତ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇ ଡି ଏସ କଲେଜ୍ ଓଡ଼ିଆ ବିଭାଗ ମୁଖ୍ୟ ପ୍ରଶାନ୍ତ ପଟେଲ,ବରିଷ୍ଠ ସାମ୍ବାଦିକ ହରିହର ନାଥ,ଅଧ୍ୟାପକ ବିଶ୍ଵନାଥ ପଟେଲ, ପ୍ରଫୁଲ୍ଲ କୁମାର ଭୋଇ, ପ୍ରବୀଣ ପାଣ୍ଡେ,ସରୋଜ ମେହେର ଙ୍କ ସମେତ ସମସ୍ତ ସ୍ବେଚ୍ଛାସେବୀ ବିଭିନ୍ନ ପାରମ୍ପାରିକ ବୃକ୍ଷରୋପଣ କରି ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ଏହିପରି କାର୍ଯ୍ୟକ୍ରମ ଆସନ୍ତାକାଲି କତର ବଗାଠାରେ ଅନୁଷ୍ଠିତ ହେବ ।ଏହା ସ୍ବାଧିନତା ଦିବସ ପର୍ଯ୍ୟନ୍ତ ଅବ୍ୟାହତ ରହିବ ବୋଲି ଜଣା ଯାଇଛି । ଦ୍ଵିତୀୟ ଥର ପାଇଁ ଶ୍ରୀ ନାୟକ ପ୍ରକୃତି ବନ୍ଧୁ ପୁରସ୍କାର ପାଇଥିବାରୁ ତାଙ୍କୁ କାର୍ଯ୍ୟକ୍ରମରେ ସମ୍ବର୍ଦ୍ଧିତ କରାଯାଇଥିଲା ।
