ଆସନ୍ତା କାଲି ଖୋଲିବ ତାରିଣୀ ମନ୍ଦିର

କେନ୍ଦୁଝର:- ଦୀର୍ଘଦିନ ବା ମାସରୁ ଉର୍ଦ୍ଧ୍ବ ସମୟ ପରେ ଆସନ୍ତାକାଲି ଖୋଲିବାକୁ ଯାଉଛି କେନ୍ଦୁଝର ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ଘଟଗାଁ ତାରିଣୀଙ୍କ ମନ୍ଦିର ।ଏନେଇ ପ୍ରେସମିଟରେ ସୂଚନା ଦେଇଛନ୍ତି ତାରିଣୀ ମନ୍ଦିର ଟ୍ରଷ୍ଟବୋର୍ଡ। ମାଙ୍କ ଦର୍ଶନ ପାଇଁ କରାଯାଇଛି ସ୍ଵତନ୍ତ୍ର ଗାଇଡ଼ ଲାଇନର ବ୍ୟବସ୍ଥା। ସାଧାରଣ ଦର୍ଶନ ପାଇଁ ସକାଳ ୭ଘଟିକା ୩୦ ମିନିଟ ଠାରୁ ଆରମ୍ଭ ହୋଇ ୧୨ ଘଟିକା ୩୦ ମିନିଟ ପର୍ଯ୍ୟନ୍ତ ଏବଂ ଅପରାହ୍ନ ୪ଘଟିକାରୁ ସନ୍ଧ୍ୟା ୭ଘଟିକା ପର୍ଯ୍ୟନ୍ତ ଦର୍ଶନ ସମୟ ରହିବ। କେବଳ ଦର୍ଶନ କରିପାରିବେ ଭକ୍ତ କୌଣସି ଭୋଗ ମନ୍ଦିରରେ ଲାଗିପାରିବିନି। ମାସ୍କ ଓ ସାମାଜିକ ଦୂରତା ବାଧ୍ୟତାମୂଳକ। ୧୦ ବର୍ଷରୁ କମ ବୟସ ପିଲା ଓ ୬୫ ବର୍ଷରୁ ଉର୍ଦ୍ଧ୍ବ ବୟସ୍କ ବ୍ୟକ୍ତିଙ୍କୁ ମନ୍ଦିର ପ୍ରବେଶ ବାରଣ କରାଯାଇଛି। ମନ୍ଦିରକୁ ପୂଜା ନିମନ୍ତେ ଆସୁଥିବା ଗାଡିଗୁଡିକ ଗେଟନମ୍ବର -୫ ରେ ପ୍ରବେଶ କରି ଗାଡି ପୂଜା କରିପାରିବେ। ମାଙ୍କ ସକାଳ ଆଳତି,ଅନ୍ନ ପ୍ରସାଦ ନୀତି ,ସନ୍ଧ୍ୟା ଆଳତି ଓ ଓହଡ଼ ଆଳତିରେ କୌଣସି ଭକ୍ତ ଉପସ୍ଥିତ ରହିବେ ନାହିଁ।

Leave a Reply

Your email address will not be published. Required fields are marked *