ଆମ ଓଡ଼ିଶା ନବୀନ ଓଡ଼ିଶା ଏକ ସରକାରୀ କାର୍ଯ୍ୟକ୍ରମ
ଆମ ଓଡ଼ିଶା ନବୀନ ଓଡ଼ିଶା ଏକ ସରକାରୀ କାର୍ଯ୍ୟକ୍ରମ କୁ ଯାଉଥିବା ବେଳେ ଜଣେ କଳାକାର ଙ୍କ ଦୁର୍ଘଟଣା ରେ ମୃତ୍ୟୁ ବରଣ କରିଥିବା ପରିବାରୁ ସହାୟତା ଦାବିକଲେ ସୁପ୍ରିମକୋର୍ଟ ବରିଷ୍ଠ ଆଇନଜୀବୀ ଶୁଶାନ୍ତ କାନୁନଗୋଆଙ୍କର- ଗତ 8 ତାରିଖ ଦିନ ଏକ ଡାଲା ଅଟୋ ଯୋଗେ ଜଗତସିଂହପୁର ଜିଲ୍ଲା ବାଲିକୁଦା ବ୍ଲକ ବାଲିପାଟଣା ଗ୍ରାମର ଘୋଡା ନାଚ ଟିମ ଦଶବାଟିଆ ବଘେଇପୁର ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ କୁ ଯାଉଥିବା ସମୟରେ ରାସ୍ତା ରେ ଦୃଘଟଣା ଘଟିଥିଲା । ଏହି ଦୁର୍ଘଟଣା ରେ ଜଣେ ଘୋଡାନାଚ ର କଳାକାର ଙ୍କ ମୃତ ହୋଇ ଥିବା ବେଳେ 6 ଜଣ ଆହତ ହୋଇ ଥିଲେ l ମୃତ କଳାକାର ଜଣଙ୍କ ହେଲେ ନହରଣା ଗ୍ରାମର ଇନ୍ଦିରା ଗୋଛାୟତ ବୟସ 70 l ଘଟଣାସ୍ଥଳରେ ଅନନ୍ତପୁର ପୋଲିସ ଫାଣ୍ଡି ଅଧିକାରୀ ପହଂଚି ଗୁରୁତର ଆହତ ମାନଙ୍କୁ ଆମ୍ବୁଲାନ୍ସ ଯୋଗେ ବାଲିକୁଦା ପରେ ଜଗତସିଂହପୁର ମେଡିକାଲ ପଠାଯାଇଥିବା ସହିତ ତଦନ୍ତ ଆରମ୍ଭ କରିଥିଲେ l ଏହି ଅଟୋ ଟି ଏକ ବଡ଼ ଗାଡି କୁ ସାଇଡ ଦେବାକୁ ଯାଉଥିବା ବେଳେ ରାସ୍ତା ତଳକୁ ଓଲଟି ପଡ଼ିଥିବା ସ୍ଥାନୀୟ ଲୋକ ଙ୍କ ଠାରୁ ସୂଚନା ମିଳିଥିଲା l ତେବେ ଜଣେ କଳାକାର ଙ୍କ ମୃତ୍ୟୁ କୁ ନେଇ ଅଞ୍ଚଳରେ ଶୋକର ଛାୟା ଖେଳିଯାଇ ଥିବା ବେଳେ ଜିଲ୍ଲା ପ୍ରଶାସନ କିମ୍ବା ରାଜ୍ୟ ସରକାରଙ୍କ ପକ୍ଷରୁ କୋୖଣସି ସହାୟତା ରାଶି ଘୋଷଣା କରାଯାଇ ନାହିଁ । ଆଜି ବାଲିକୁଦା ର ବରିଷ୍ଠ ସୁପ୍ରିମକୋର୍ଟ ଆଇନିଜୀବୀ ଶୁଶାନ୍ତ କାନୁନଗୋ ତାଙ୍କର ପରିବାର ପ୍ରତି ଶ୍ରଦ୍ଧାଞ୍ଜଳି ଜଣାଇବା ସହିତ ରାଜ୍ୟ ସରକାରଙ୍କ ବା ଜିଲ୍ଲା ପ୍ରଶାସନ ତୁରନ୍ତ କଳାକାର ପରିବାକୁ ସହାୟତା ଯୋଗାଇଦେବାକୁ ଅନୁରୋଧ କରିଛନ୍ତି ।
