ପିତୃ ମାତୃ ପୂଜନ ଦିବସ ପାଳନ
ଆଜି ତା ୧୪/୦୨/୨୪ ରିଖ ବୁଧବାର ଦିନ ପୁରୀ ଆଶ୍ବସ୍ତି ଫାଉଂଡେସନ ଟ୍ରଷ୍ଟ ମଙ୍ଗଳାଘାଟ ଠାରେ ପିତୃ ମାତୃ ପୂଜନ ଦିବସ ପାଳନ କରା ଯାଇଛି । ଏହି ଅବସରରେ ପିତୃ ମାତୃ ଏବଂ ବୟୋଜ୍ୟେଷ୍ଠ ବ୍ୟକ୍ତି ମାନଙ୍କୁ ସମ୍ମାନ କରାଯିବା ସହ ପୁଲବାମାରେ ସହିଦ ହୋଇଥିବା ଯବାନ ଅମାନଙ୍କୁ ଶ୍ରଦ୍ଧାଞ୍ଜଳି ଦିଆ ଯାଇଥିଲା । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଶ୍ରୀଯୁକ୍ତ ରାଜଶେଖର ପାଢ଼ୀ ବରିଷ୍ଠ ଆଇନଜୀବୀ ତଥା ପୁରୀ ଜିଲ୍ଲା ନ୍ୟାୟାଳୟର ସହ ସରକାରୀ ଓକିଲ ସମ୍ମାନିତ ଅତିଥି ଭାବେ ଶ୍ରୀଯୁକ୍ତ ବାମନ ପଣ୍ଡା ବରିଷ୍ଠ ସେବାୟତ ତଥା ପୁରୀ ଜିଲ୍ଲାର ବହୁ ସଂଗଠନର ପୁରୋଧା, ଓଡ଼ିଶା ମୋ ପରିବାରର ସହ ସଂଯୋଜକ ଶ୍ରୀଯୁକ୍ତ ଭଗବାନ ପଢ଼ିଆରି, ସମାଜସେବୀ ଶ୍ରୀମତୀ ପ୍ରତିମା ଦାସ ଏବଂ ପୁରୀ ଜିଲ୍ଲାର ଜଣାଶୁଣା ସମାଜ ସେବୀ ଶ୍ରୀଯୁକ୍ତ ନିଶିଥ ଦାସ ଯୋଗ ଦେଇଥିଲେ। ସଭାରେ ଵୃଦ୍ଧାଶ୍ରମରେ ଥିବା ସମସ୍ତ ଅନ୍ତେବାସୀ ତଥା ସଭାରେ ଉପସ୍ଥିତ ଥିବା ସମସ୍ତ ବୟୋଜ୍ୟେଷ୍ଠ ବ୍ୟକ୍ତି ଏବଂ ପିତାମାତାଙ୍କୁ ଅନୁଷ୍ଠାନର ସଦସ୍ୟ ସଦସ୍ୟା ମାନେ ପୁଷ୍ପ ଗୁଚ୍ଛ ଏବଂ ଉତ୍ତରୀୟ ଦେଇ ସମ୍ବର୍ଧନା ଜଣାଇ ଥିଲେ । ସଂଘର ସମ୍ପାଦିକା ଶ୍ରୀମତୀ ଗିରିଜା ମଞ୍ଜରୀ ପଣ୍ଡାଙ୍କ ଦ୍ଵାରା ସହିଦ ମାନଙ୍କ ଆମର ଆତ୍ମାର ସଦଗତି ପାଇଁ ପ୍ରାର୍ଥନା କରିଥିଲେ। ଏହି ଅବସରରେ ଅନୁଷ୍ଠାନ ତରଫରୁ ଲୋକନାଥ ସୁଆରଙ୍କୁ ଶ୍ରବଣ କୁମାର ସମ୍ମାନରେ ସମ୍ମାନିତ କରାଯାଇଥିଲା। ଅନୁଷ୍ଠାନର ଶିଶୁ କଳାକାର ସମ୍ରିଧି ପଣ୍ଡା ଏବଂ ହାର୍ଷାଲି ପଣ୍ଡା ନୃତ୍ୟ ପରିବେଷଣ କରିଥିଲେ। ଅନୁଷ୍ଠାନର ପରିଚାଳନା କମିଟିର ସଦଶ୍ୟା ଶ୍ରୀମତୀ ରାଜଶ୍ରୀ କହଁରଙ୍କ ଦ୍ଵାରା ମଞ୍ଚ ପରିଚାଳନା କରାଯାଇଥିଲା। ସଂଘର ଅନ୍ୟ ସଦସ୍ୟ ସଦସ୍ୟା ଯଥା ରଞ୍ଜନ ଭୋଇ, ସତ୍ୟରଞ୍ଜନ ସାହୁ, ଦୁର୍ଗା ପ୍ରସାଦ ପ୍ରଧାନ, କିରଣ ମିଶ୍ର, ସଂଘମିତ୍ରା ପଣ୍ଡା, ସ୍ୱପ୍ନା ବିଶ୍ଵାଳ ଏବଂ ଅନ୍ୟ କର୍ମକର୍ତ୍ତା ମାନେ କାର୍ଯ୍ୟକ୍ରମ ଟିକୁ ଶୃଙ୍ଖଳାର ସହ ପରିଚାଳନା କରିଥିଲେ। ପରିଶେଷରେ ଅନୁଷ୍ଠାନର ବରିଷ୍ଠ ସଦସ୍ୟା ଶ୍ରୀମତୀ କମଳିନୀ ମହାପାତ୍ର ସମସ୍ତ ଅତିଥି ମାନଙ୍କୁ ଧନ୍ୟବାଦ କରିବା ସହ ସଭା କାର୍ଯ୍ୟକୁ ବିରାମ ଦେଇଥିଲେ।
