ଭଦ୍ରକର ପୂର୍ବତନ ମନ୍ତ୍ରୀ ତଥା ଭଣ୍ଡାରିପୋଖରୀ ବିଧାୟକ ପ୍ରଫୁଲ୍ଲ ସାମଲଙ୍କ ବାସଭବନ ସମେତ ୧୦ରୁ ଅଧିକ ସ୍ଥାନରେ ଇଡି ରେଡ୍

ଭଦ୍ରକ: ବିଜେଡି ବିଧାୟକ ପ୍ରଫୁଲ୍ଲ ସାମଲଙ୍କ ଘରେ ଇଡି ରେଡ୍ । ଭଦ୍ରକର ୬ଟି ସ୍ଥାନରେ ରେଡ୍ । ସେପରି ବାରିପଦା ଇଞ୍ଜିନିୟରିଂ କଲେଜର ପୂର୍ବତନ ଅଧ୍ୟକ୍ଷଙ୍କ ଘରେ ବି ରେଡ୍ । ଭୁବନେଶ୍ୱରରେ ୪ଟି ସ୍ଥାନରେ ରେଡ୍ ହେଉଥିବା ସୂଚନା ମିଳିଛି । କେନ୍ଦ୍ରୀୟ ସୁରକ୍ଷା ବଳଙ୍କ ସୁରକ୍ଷାରେ ଚାଲିଛି ଏହି ରେଡ୍ । ସୂଚନା ଅନୁସାରେ, ବିଧାୟକ ପ୍ରଫୁଲ୍ଲ ସାମଲଙ୍କ ଭଦ୍ରକ ନୂଆବଜାରସ୍ଥିତ ବାସଭବନରେ ଇଡିର ୬ଜଣିଆ ଟିମ୍ ଚଢ଼ାଉ କରିଛି । ସେହିପରି ତାଙ୍କର କିଛି ସମ୍ପର୍କୀୟଙ୍କ ଘରେ ମଧ୍ୟ ଇଡି ଚଢାଉ କରିଛି । ଭଦ୍ରକ ସହରର ୪ଟି ସ୍ଥାନରେ ଓ ଭୁବନେଶ୍ୱରର ୬ଟି ସ୍ଥାନରେ ମୋଟ ୧୦ଟି ସ୍ଥାନରେ ଇଡି ରେଡ୍‌ କରିଥିବା ସୂଚନା ରହିଛି। ଏହାସହ ବାରିପଦା ଇଞ୍ଜିନିୟରିଙ୍ଗ କଲେଜ ସମେତ କଲେଜର ପୂର୍ବତନ ଅଧ୍ୟକ୍ଷଙ୍କ ଘରେ ମଧ୍ୟ ରେଡ୍ ହେଉଥିବା ଜଣାପଡିଛି ।ସୂଚନାଯୋଗ୍ୟ ଯେ, ପ୍ରଫୁଲ୍ଲ ସାମଲ ମନ୍ତ୍ରୀ ଥିବାବେଳେ ବାରିପଦା ଇଞ୍ଜିନିୟରିଙ୍ଗ କଲେଜରେ ୨୦ କୋଟିରୁ ଅଧିକ ମୂଲ୍ୟର ଏକ ଜମି କେଳେଙ୍କାରୀ ହୋଇଥିଲା । ଇଞ୍ଜିନିୟରିଙ୍ଗ କଲେଜକୁ ଜମି ଦେବା ଘଟଣାରେ ଜାଲିଆତି ହୋଇଥିବା ନେଇ ସେ ସମୟରେ ପୋଲିସରେ ଅଭିଯୋଗ ହୋଇଥିଲା । କିନ୍ତୁ ଅଭିଯୋଗ ପରେ ମଧ୍ୟ କୌଣସି ତଦନ୍ତ ହୋଇନଥବା ଅଭିଯୋଗ ହୋଇଥିଲା । ପରେ ଏହି ମାମଲା ଇଡି ହାତକୁ ଆସିଥିଲା । ତେବେ ସେହି ମାମଲାକୁ ନେଇ ଆଜି ଇଡି ରେଡ୍ ଆରମ୍ଭ କରିଥିବା ନେଇ ସନ୍ଦେହ କରା

Leave a Reply

Your email address will not be published. Required fields are marked *