ନୟାଗଡ଼ ଜିଲ୍ଲା ବାହାଡାଝୋଲା ମାର୍କେଟରେ ମାସ୍କ ଓ ହେଲିମେଟ ଚେକିଂକୁ ଜୋରଦାର କରାଯାଇଛି


ନୟାଗଡ଼ ଜିଲ୍ଲାରେ ଅମାନିଆଙ୍କୁ ସାବଡ଼ କରିବା ପାଇଁ ଓଡଗାଁ ଆଦର୍ଶ ଥାନା ପକ୍ଷରୁ ମାସ୍କ ଏବଂ ହେଲିମେଟ ଚେକିଂକୁ ଜୋରଦାର କରାଯାଇଛି। ସୂଚନା ଥାଉ କି ସଡ଼କ ଦୁର୍ଘଟଣା ଏବଂ କୋଭିଡକୁ ଆଖି ଆଗରେ ରଖି ଏହି ସବୁ ଚେକିଂକୁ କରାଯାଉଥିବା ସୂଚନା ଦିଆଯାଇଛି । ଓଡଗାଁ ଆଦର୍ଶ ଥାନା ପକ୍ଷରୁ ନିଜର ସମସ୍ତ ଜନ ସାଧାରଣଙ୍କୁ ଗାଡ଼ି ଚଲେଇବା ବେଳେ ହେଲିମେଟ, ମାସ୍କ, ସିଟ ବେଲ୍ଟକୁ ବ୍ୟବହାର କରିବା ପାଇଁ ପରାମର୍ଶ ଦିଆଯାଇଥିଲା । କିଛି ଲୋକଙ୍କ କହିବା କଥା କିଛି ଲୋକଙ୍କ ଗାଡ଼ିକୁ ଚେକିଂ କରାଯାଉଥିବା ବେଳେ କିଛି ଲୋକଙ୍କ ଗାଡିକୁ ଛାଡି ଦେଉଥିବା କହିଥିଲେ । ଏହି ଚେକିଂ ରେ ୪୫ ରୁ ଉର୍ଦ୍ଧ୍ବ ବାଇକି ଚେକିଂ କରାଯାଇଥିବା ସୂଚନା।
ରିପୋର୍ଟ -ରାମକୃଷ୍ଣ ରଥ, ନୟାଗଡ଼”ତୀର୍ଥକ୍ଷେତ୍ର”

Leave a Reply

Your email address will not be published. Required fields are marked *