ପୋଲସରା ନିର୍ବାଚନ ମଣ୍ଡଳୀରେ ହେବ ଦୁଇଟି ଇଣ୍ଡୋର ଷ୍ଟାଡିୟମ । ମୁଖ୍ୟମନ୍ତ୍ରୀଙ୍କୁ ଦେଲେ ସାଧୁବାଦ
ଗଞ୍ଜାମ ଜିଲ୍ଲା ଛତ୍ରପୁର ଜିଲ୍ଲାପାଳଙ୍କ ସଭାଗୃହରେ ଅନୁଷ୍ଠିତ ହୋଇଥିବା ଏକ ଭିଡିଓ କନଫରେନ୍ସ ମାଧ୍ୟମରେ ସ୍ଥାନୀୟ ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁଙ୍କ ଗହଣରେ ଅଞ୍ଚଳର ୧୫ଜଣ କ୍ରୀଡାବିତ୍ ଓ ବୁଦ୍ଧିଜୀବୀମାନେ ଫାଇଭି ଟି ସଚୀବଙ୍କ ସହ ଆଲୋଚନା କରି ଏହି ପୋଲସରା ନିର୍ବାଚନ ମଣ୍ଡଳୀର ପୋଲସରା ଓ ବୁଗୁଡା ଦୁଇଟି ଏନ୍ ଏସ୍ ସିରେ ଦୁଇଟି ଇଣ୍ଡୋର ଷ୍ଟାଡିୟମ କରିବା ନିମନ୍ତେ ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଅନୁରୋଧ କରିଥିଲେ କିନ୍ତୁ ସେହି ଅନୁରୋଧକୁ ରକ୍ଷାକରି ଏହି ଅଞ୍ଚଳବାସୀଙ୍କ ଦୀର୍ଘଦିନର ସ୍ବପ୍ନ ସଫଳ ହୋଇଛି ବୋଲି ଖୁସି ଅନୁଭବ କରି ବୁଗୁଡା ବଡଦାଣ୍ଡ ମଧ୍ୟଭାଗରେ ଏକ ସଭା ଅନୁଷ୍ଠିତ ହୋଇଥିଲା ।ଏହି ଅବସରରେ ବିଜେଡି ଜିଲ୍ଲା ସମ୍ପାଦକ ସୁଧାଂଶୁ ଶେଖର ପାଢୀଙ୍କ ସଂଯୋଜନାରେ ମୂଖ୍ୟ ଅତିଥି ଭାବରେ ସ୍ଥାନୀୟ ବିଧାୟକ ଶ୍ରୀକାନ୍ତ ସାହୁ ଏବଂ ଅନ୍ୟତମ ଅତିଥି ଭାବେ ପୂର୍ବତନ ଉପନଗରପାଳ ଚିତ୍ରସେନ ପ୍ରଧାନ,ପୂର୍ବତନ ବ୍ଳକ ଅଧ୍ୟକ୍ଷ କିଶୋର ଚନ୍ଦ୍ର ବେହେରା,ଶିକ୍ଷାବିତ୍ ଅନନ୍ତ କର,ସୁରେଶ ଚନ୍ଦ୍ର ଦାଶ ଏବଂ କ୍ରୀଡାପ୍ରେମୀମାନେ ମଞ୍ଚାସୀନ ଥିଲେ । ସର୍ବପ୍ରଥମେ ଶ୍ରୀ ଜଗନ୍ନାଥ ସ୍ବାମୀଙ୍କ ନିକଟରେ ପ୍ରଦୀପ ପ୍ରଜ୍ଳଳନ କରିଥିଲେ । ବିଧାୟକ ମନ୍ତବ୍ଯ ରଖିଥିଲେ ଯେ ରାଜ୍ୟରେ ମୋଟ ୮୯ ଗୋଟି ଇଣ୍ଡୋର ଷ୍ଟାଡିୟମ କରିବା ନିମନ୍ତେ ମୂଖ୍ୟମନ୍ତ୍ରୀ ଘୋଷଣା କରିଥିବା ବେଳେ ସେଥିମଧ୍ୟରୁ ଗଞ୍ଜାମ ଜିଲ୍ଲା ପୋଲସରା ନିର୍ବାଚନ ମଣ୍ଡଳୀର ଦୁଇଟି ଯାକ ଏନ୍ଏସିରେ ଦୁଇଟି ଇଣ୍ଡୋର ଷ୍ଟାଡିୟମ କରିବା ନିମନ୍ତେ ଘୋଷଣା କରିଥିବା ନିମନ୍ତେ କ୍ରୀଡାପ୍ରେମୀମାନେ ଖୁସିବ୍ୟକ୍ତ କରି କୃତଜ୍ଞତା ଜଣାଇଥିଲେ ।
ଗଞ୍ଜାମ ଜିଲ୍ଲା ବୁଗୁଡାରୁ ତ୍ରିଲୋଚନ ପଣ୍ଡା।
