ପୁରୀ ଜିଲ୍ଲାକଂଗ୍ରେସ ପକ୍ଷରୁ ବିଜେପି ଓ ବିଜେଡି ବାହାଘର କରାଯାଇଛି

ପୁରୀ ଜିଲ୍ଲା କଂଗ୍ରେସ ପକ୍ଷରୁ ବିଭିନ୍ନ ଦାବି ନେଇ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଙ୍କ ବିରୋଧ ବିକ୍ଷୋଭ ପଦର୍ଶନ କରାଯାଇଛି l କେନ୍ଦ୍ର ଓ ରାଜ୍ୟ ସରକାର ଙ୍କ ମଧ୍ୟରେ ସମ୍ପର୍କ କୁ ନେଇ ପ୍ରଶ୍ନ ଉଠାଇଛି କଂଗ୍ରେସ l ବିଜେଡି ପକ୍ଷରୁ ବିଜେପି ନେତା ଅଶ୍ୱିନୀ ବୈଷ୍ଣବ ଙ୍କୁ ରାଜ୍ୟ ସଭା ପ୍ରାଥୀ କରିବା ଏବଂ ଉଭୟ ସରକାର ଙ୍କ ମଧ୍ୟରେ ଥିବା ସମ୍ପର୍କ କୁ ନେଇ ଆଜି ବିକ୍ଷୋଭ ପଦର୍ଶନ କରିଛି ପୁରୀ ଜିଲ୍ଲା କଂଗ୍ରେସ l ବରିଷ୍ଠ ନେତା ଓ କର୍ମୀ ମାନେ ପ୍ରଥମେ କଚେରୀ ଛକ ନିକଟରେ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ଙ୍କ କୁଶ ପୁତ୍ତଳିକା ଦାହ କରିବା ପରେ ବିଜେଡି ଓ ବିଜେପି କୁ ନେଇ ବିବାହ କାର୍ଯ୍ୟକ୍ରମ କରାଯାଇଥିଲା l ଏକା ଶୋଭାଯାତ୍ରା ରେ କଂଗ୍ରେସ ନେତା କର୍ମୀ ମାନେ ବଡ଼ ଶଙ୍ଖ ନିକଟ ରୁ ବାହାରି ମେଡିକାଲ ଛକ ଦେଇ ଶ୍ରୀ ଗୁଣ୍ଡିଚା ମନ୍ଦିର ରଙ୍ଗ ମଞ୍ଚ ଠାରେ ବିଜେଡି ବିଜେପି କୁ ବରକନିଆ ଭାବରେ ବିବାହ କରାଯାଇଥିଲା l ରାଜ୍ୟ ରେ କେନ୍ଦ୍ର ଓ ରାଜ୍ୟ ସରକାର ଙ୍କ ମଧୁଚନ୍ଦ୍ରିକା କୁ ଜନ ସାଧାରଣ ଙ୍କ ନିକଟରେ ପହଂଚାଇବା ଲାଗି ଏଭଳି ନିଆରା ଢଙ୍ଗ ରେ ପ୍ରତିବାଦ କରାଯାଇଥିବା କହୁଛନ୍ତି କଂଗ୍ରେସ ନେତା l

Leave a Reply

Your email address will not be published. Required fields are marked *