କୋଣାର୍କ ନୃତ୍ୟ ଓ ସଙ୍ଗୀତ ଉତ୍ସବ ଅନୁଷ୍ଠିତ

ପଦ୍ମଶ୍ରୀ ସ୍ବର୍ଗତ ଗୁରୁ ଗଙ୍ଗାଧର ପ୍ରଧାନ ଙ୍କ ମାନସ ସନ୍ତାନ ଅର୍କ ବିହାର ସ୍ଥିତ କୋଣାର୍କ ନାଟ୍ୟମଣ୍ଡପ ଠାରେ ୩୮ତମ କୋଣାର୍କ ନୃତ୍ୟ ଓ ସଙ୍ଗୀତ ଉତ୍ସବ ସୋମବାର ସନ୍ଧ୍ୟାରେ ଅନୁଷ୍ଠିତ ହୋଇଯାଇଛି। ନାଟ୍ୟମଣ୍ଡପ ପରିସରରେ ଥିବା ବାବା ବାଲୁଙ୍କେଶ୍ୱର ମହାଦେବ ଙ୍କ ନିକଟରୁ ଘଣ୍ଟ ମର୍ଦଲର ତାଳେ ତାଳେ ଆଜ୍ଞା ମାଳ ଆସିବା ପରେ ନୃତ୍ୟ ଓ ସଙ୍ଗୀତ ଉତ୍ସବ ଶୁଭାରମ୍ଭ ହୋଇଥିଲା। ନିମାପଡା ନୃତ୍ୟାଳୟ ଅନୁଷ୍ଠାନ ପକ୍ଷରୁ ପଂଚଦେବ ସ୍ତୁତି ପରିବେଷିତ ହୋଇଥିଲା।ଏହା ନାଟ୍ୟମଣ୍ଡପ ପରିସରରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା। ପରେ ପରେ ବିଶିଷ୍ଟ ବଂଶୀ ବାଦକ ଅଭିରାମ ନନ୍ଦ ଙ୍କ ଦ୍ଵାରା ବଂଶୀ ବାଦନ କୋଣାର୍କ ନାଟ୍ୟ ମଣ୍ଡପ ପରିସରରେ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଥିଲା। ଏହି ବଂଶୀ ବାଦନ ରେ ସହଯୋଗ କରିଥିଲେ ତବଲା ଗୁରୁ କୁଳମଣି ସାହୁ। ପରେପରେ ଭୁବନେଶ୍ୱର ସ୍ଥିତ ଶ୍ରୀଜନ ଓଡିଶୀ ନୃତ୍ୟ ଅନୁଷ୍ଠାନ ପକ୍ଷରୁ ଗୁରୁ ରତିକାନ୍ତ ମହାପାତ୍ର ଓ ସାଥି କଳାକାର ମାନଙ୍କ ଦ୍ୱାରା ଓଡିଶୀ ନୃତ୍ୟ ପରିବେଷଣ କରାଯାଇଥିଲା। ଶେଷରେ କୋଲକାତା ର ବିଶିଷ୍ଟ ଭାରତ ନାଟ୍ୟମ ଗୁରୁ ଅର୍ପିତା ସେନ ଓ ସାଥି କଳାକାର ମାନଙ୍କ ଦ୍ୱାରା ଭାରତ ନାଟ୍ୟମ ନୃତ୍ୟ ପରିବେଷଣ କରାଯାଇଥିଲା

Leave a Reply

Your email address will not be published. Required fields are marked *