ପୂର୍ତ୍ତ ବିଭାଗ ଦ୍ୱାରା ମନମୂଖୀ ଜଙ୍ଗଲ କଟା, ବନବିଭାଗ ଚୁପ୍

୧୪/୮- ରଣପୁର ନୟାଗଡ ଜଙ୍ଗଲ ସୁରକ୍ଷା ବନ ମହୋତ୍ସବ ପାଳନ

ସରକାରଙ୍କ ପ୍ରହସନ ପାଲଟିଛି ,,,,,ଗଛ ତା ଜୀବନ କାଳ ଭିତରେ ସତର ଲକ୍ଷ ଟଙ୍କାର ଉପକାର ପ୍ରକୃତି ଓ ଜୀବ ଜଗତକୁ ଦେଇଥାଏ। ସେଥିମଧ୍ୟରୁ ମୁଖ୍ୟତଃ ଅମ୍ଳଜାନ, ଫୁଲ,ଛାଇ, ଔଷଧ ପତ୍ର,ଓ ଜାଳେଣି ପ୍ରଭୂତି ଇତ୍ୟାଦି। ସଂପ୍ରତି ପରିବେଶ ପ୍ରଦୂଷଣ ମାତ୍ରା ଦିନକୁଦିନ ବୃଦ୍ଧି ପାଉଛି। ଯାହା ଫଳରେ ମଣିଷ ଜୀବନ ଦିନକୁଦିନ ଜଟିଳ ହୋଇ ପଡ଼ୁଛି। ବାୟୁମଣ୍ଡଳର ତାପମାତ୍ରା କ୍ରମଶଃ ବୃଦ୍ଧି ପାଉଛିଯାହା ଫଳରେ ହିମାଳୟ ଭଳି ବରଫାବୃତ ଅଞ୍ଚଳ ବରଫ ତରଳି ସମୁଦ୍ରରେ ମିଶିବାରୁ ଏହାର ଜଳ ପତନ ବୃଦ୍ଧି ପାଉଛି।ଫଳରେ ଆଗାମୀ ଦଶ ବର୍ଷ ଭିତରେ ବିଶ୍ଵ ର ଅଧିକାଂଶ ସହର ଓ ଜନବସତି ସମୁଦ୍ର ଗର୍ଭରେ ଲୀନ ହେବା ଜଣାଯାଉଛି।ଏଣୁ ସରକାର ଜନ ସୁରକ୍ଷା ପରିଷଦ ଗଠନ କରିବା ସହ ବନୋ ମହୋତ୍ସବ ସପ୍ତାହ ପାଳନ ଏକ ପ୍ରହସନ ପାଲଟିଛି ସରକାରଙ୍କ କୋଟି କୋଟି ଟଙ୍କା ବ୍ୟୟରେ ନୂତନ ଜଙ୍ଗଲ ସୃଷ୍ଟି କରୁଥିବା ପରିପ୍ରେକ୍ଷୀରେ ନୂତନ ରାସ୍ତା ନିର୍ମାଣ ଆଳରେ ବଡ଼ ବଡ଼ ବୃକ୍ଷ ଯଥା ଆମ୍ବ ,ବର ,ଲିମ୍ବ, ଇତ୍ୟାଦି କାଟି ପଦା କରୁଛନ୍ତି। ଯାହା ଆଇନ୍ ବିରୁଦ୍ଧ। ସଂପ୍ରତି ଗଡବାଣିକିଲୋ ଗ୍ରାମ ଜଙ୍ଗଲରୁ v s s ଗ୍ରାମ କମିଟିର ବିନା ପରାମର୍ଶରେ ପୂର୍ତ୍ତ ବିଭାଗ ଗଛ କାଟୁଛି ଯାହା କୁ ନେଇ ଜନ ଅସନ୍ତୋଷ ଦେଖା ଦେଇଛି।ତେଣୁ ବିଭାଗୀୟ କତ୍ତୃପକ୍ଷ ଏଥିରୁ ନିବୃତ ରହିବାକୁ ଜନସାଧାରଣରେ ଦାବି କରାଯାଇଛି।

ରିପୋର୍ଟ:-ପୁନିଲ କୁମାର ସାମନ୍ତ, ।

Leave a Reply

Your email address will not be published. Required fields are marked *